ସିରିଏଲ ‘ଅନୁପମା’ ରେ କାଭ୍ୟା ରୋଲରେ ନଜର ଆସୁଥିବା ହିରୋଇନଙ୍କ ମାଆ ହେଉଛନ୍ତି ବଲିଉଡର ଏହି ଅଭିନେତ୍ରୀ, ଦେଖନ୍ତୁ କିଏ ସେ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ପ୍ରସିଦ୍ଧ ଟିଭି ସିରିଆଲ ‘ଅନୁପମା’ ରେ କାଭ୍ୟା ନାମକ ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ମଦଲସା ଶର୍ମା ଏବଂ ତାଙ୍କ ମାଆ ଙ୍କ ସମ୍ବନ୍ଧରେ କହିବୁ । ବନ୍ଧୁଗଣ କିଛି ଦିନ ପୂର୍ବରୁ ଷ୍ଟାର ପ୍ଲସ ଚ୍ୟାନେଲ ରେ ପ୍ରସାରିତ ଟିଭି ସିରିଆଲ ‘ଅନୁପମା’ ଟି.ଆର.ପି ମାମଲାରେ ସମସ୍ତ ରେକର୍ଡ ଭାଙ୍ଗି ଦେଇଥିଲେ । ଏହି ସିରିଆଲ ରେ ସମସ୍ତ କଳାକାର ମାନେ ବହୁତ ସୁନ୍ଦର ଭାବରେ ନିଜର ଭୂମିକା କୁ ପରଦାରେ ପ୍ରସ୍ଥାପିତ କରିଛନ୍ତି ।

ସେହି କଳାକାର ମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଅଭିନେତ୍ରୀ ‘ମଦଲସା ଶର୍ମା’ । ଏହି ଅଭିନେତ୍ରୀ ଏହି ଟିଭି ସିରିଆଲ ରେ କାଭ୍ୟା ନାମକ ଚରିତ୍ରରେ ଅଭିନୟ କରୁଛନ୍ତି ଏବଂ ବହୁତ ମାତ୍ରାରେ ପ୍ରସିଦ୍ଧି ହାସଲ କରିଛନ୍ତି । ମଦଲସା ବଲିଉଡ ଇଣ୍ଡଷ୍ଟ୍ରୀ ର ମଧ୍ୟ ଜଣେ ନାମିଦାମୀ କଳାକାର ଅଟନ୍ତି ଏବଂ ଏହି ସିରିଆଲ ଜରିଆରେ ମଧ୍ୟ ସେ ଖୁବ ଲୋକପ୍ରିୟତା ହାସଲ କରିଛନ୍ତି । କିନ୍ତୁ ବନ୍ଧୁଗଣ କଣ ଆପଣ ମାନେ ଜାଣିଛନ୍ତି ଯେ ଅଭିନେତ୍ରୀ ମଦଲସା ଶର୍ମା ଙ୍କ ମାଆ ତାଙ୍କ ଠାରୁ ମଧ୍ୟ ଅଧିକ ପପୁଳାର ଅଟନ୍ତି ।

ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଅଭିନେତ୍ରୀ ମଦଲସା ଶର୍ମା ଙ୍କ ରିଅଲ ଲାଇଫ ମାଆ ଙ୍କ ସମ୍ବନ୍ଧରେ । ବନ୍ଧୁଗଣ ଅଭିନେତ୍ରୀ ମଦଲସା ଶର୍ମା ଙ୍କ ଜନ୍ମ ୧୯୮୬ ମସିହା ୨୬ ସେପ୍ଟେମ୍ବର ରେ ମୁମ୍ବାଇ ସହରରେ ହୋଇଥିଲା । ଏହି ଅଭିନେତ୍ରୀ ମିଠିବାଇ କଲେଜ ଅଫ ଆର୍ଟସ ରେ ନିଜର ପାଠପଢା ପୂର୍ଣ କରିଥିଲେ । ଯଦି ଏହି ଅଭିନେତ୍ରୀ ଙ୍କ ଫିଲ୍ମ କ୍ୟାରିଆର ସମ୍ବନ୍ଧରେ କହିବା ତେବେ ସେ ନିଜ କ୍ୟାରିଆର ର ଆରମ୍ଭ ତେଲୁଗୁ ଫିଲ୍ମ ‘ଫିଟିଙ୍ଗ ମାଷ୍ଟର’ ୨୦୦୯ ମସିହାରୁ କରିଥିଲେ ।

ଏହି ଫିଲ୍ମ ରେ ସେ ବହୁତ ସୁନ୍ଦର ଅଭିନୟ କରିଥିଲେ ଏବଂ ନିଜ ଅଭିନୟ ମାଧ୍ୟମରେ ସେ ଦର୍ଶକ ମାନଙ୍କୁ ମୋହିତ କରିଥିଲେ । ଏହାପରେ ସେ ତେଲୁଗୁ, ମାଲୟଲମ ଏବଂ କନ୍ନଡ଼ ଭଳି ଫିଲ୍ମ ରେ ମଧ୍ୟ ଅଭିନୟ କରିଥିଲେ । ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ରୁ ପ୍ରସିଦ୍ଧି ଲାଭ କରିବା ପରେ ଏହି ଅଭିନେତ୍ରୀ ବଲିଉଡ ଇଣ୍ଡଷ୍ଟ୍ରୀ ରେ ପାଦ ରଖିଥିଲେ ଏବଂ ତାଙ୍କର ପ୍ରଥମ ଫିଲ୍ମ ଥିଲା ‘ଦେବଦୂତ’ ଯେଉଁଥିରେ ସେ ସୋନଲ ମହାଜନ ଭୂମିକା ରୂପରେ ଅଭିନୟ କରିଥିଲେ ଏବଂ ପ୍ରସିଦ୍ଧି ହାସଲ କରିଥିଲେ ।

ଏହି ଅଭିନେତ୍ରୀ ପଞ୍ଜାବୀ ଫିଲ୍ମ ‘ପଟିୟାଲା ଡ୍ରିମସ’ ମଧ୍ୟ ଅଭିନୟ କରିଥିଲେ । ବର୍ତ୍ତମାନ ସମୟରେ ମଧ୍ୟ ଏହି ଅଭିନେତ୍ରୀ ଇଣ୍ଡଷ୍ଟ୍ରୀ ରେ ଆକ୍ଟିଭ ରହିଛନ୍ତି ଏବଂ ବର୍ତ୍ତମାନ ତାଙ୍କୁ ଟିଭି ସିରିଆଲ ‘ଅନୁପମା’ ରେ ଦେଖିବାକୁ ମିଳୁଛି ।

ବନ୍ଧୁଗଣ ଯଦି ଏହି ଅଭିନେତ୍ରୀ ଙ୍କ ମାଆ ଙ୍କ ସମ୍ବନ୍ଧରେ କହିବା ତେବେ ତାଙ୍କ ମାଆ ଅନ୍ୟ କେହି ନୁହେଁ ବରଂ ସେ ହେଉଛନ୍ତି ବଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତ୍ରୀ ‘ଶିଲା ଦେଭିଡ଼’ । ଏହି ଅଭିନେତ୍ରୀ ଙ୍କୁ ଆପଣ ମାନେ ଫିଲ୍ମ ‘ନଦିୟା କେ ପାର’, ‘ହମ ସାଥ ସାଥ ହେ’, ‘ହମରାଜ’, ‘ଚୋରି ଚୋରି ଚୁପକେ ଚୁପକେ’ ରେ ନିଶ୍ଚିତ ଭାବରେ ଦେଖିଥିବେ । ଏହାଛଡା ଏହି ଅଭିନେତ୍ରୀ ଙ୍କୁ ବିଭିନ୍ନ ପ୍ରସିଦ୍ଧ ଟିଭି ସିରିଆଲ ରେ ମଧ୍ୟ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ମଧ୍ୟ ଏହି ଅଭିନେତ୍ରୀ ନିଜ ଅଭିନୟ ପାଇଁ ପ୍ରାୟ ସମୟ ଚର୍ଚ୍ଚା ରେ ଆସୁଛନ୍ତି

ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ କେବଳ ଜଣେ ପପୁଳାର ଅଭିନେତ୍ରୀ ହିଁ ନୁହେଁ ବରଂ ଜଣେ ଭଲ ମାଆ ମଧ୍ୟ ଅଟନ୍ତି । ଅଭିନେତ୍ରୀ ଶିଲା ଡେଭିଡ଼ ନିଜ ଝିଅ ମଦଲସା ଙ୍କ ସମସ୍ତ ଇଚ୍ଛା କୁ ପୂର୍ଣ କରନ୍ତି ଏବଂ ତାଙ୍କୁ ସମସ୍ତ କ୍ଷେତରେ ଗାଇଡ଼ ମଧ୍ୟ କରନ୍ତି । ମଦଲସା ମଧ୍ୟ ଯେ କୌଣସି କାମ କରିବା ପୂର୍ବ ରୁ ନିଜ ମାଆ ଙ୍କ ପରାମର୍ଶ ଅବଶ୍ୟ ନେଇଥାନ୍ତି । ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଙ୍କ ପୁଅ ମିମୋ ଚକ୍ରବର୍ତ୍ତୀ ଯେତେବେଳେ ମଦଲସା ଙ୍କୁ ପ୍ରପୋସ କରିଥିଲେ ସେତେବେଳେ ମଧ୍ୟ ମଦଲସା ନିଜ ମାଆ ଙ୍କୁ ପ୍ରଥମେ ଜଣାଇଥିଲେ ଏବଂ ତାଙ୍କ ଅନୁମତି ରେ ହିଁ ମିମୋ ଙ୍କୁ ବିବାହ କରିଥିଲେ ।

ଏହି କାରଣରୁ ଏହି ମାଆ ଏବଂ ଝିଅ ଙ୍କ ଯୋଡ଼ି ବହୁତ ଲୋକପ୍ରିୟ ଅଟେ ଏବଂ ଏହି ଯୋଡ଼ି କୁ ଦର୍ଶକ ମାନେ ବହୁତ ମାତ୍ରା ରେ ପସନ୍ଦ କରନ୍ତି । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।