ସଲମାନ ଖାନଙ୍କଠୁ ଚାପୁଡ଼ା ଖାଇ ସାରିଛନ୍ତି ଏହି ସବୁ ବଲିଉଡ ଷ୍ଟାରମାନେ, ହେଲେ ଜଣେ ଦେଇଥିଲେ ଏମିତି ପାଲଟା ଜବାବ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବଲିଉଡ୍ ଚଳଚ୍ଚିତ୍ର ଜଗତର ସବୁଠୁ ବଡ଼ ଅଭିନେତା ସଲମାନ ଖାନ ଙ୍କୁ ଅବା କିଏ ନ ଜାଣିଛି, ସେ ନିଜର ଅଭିନୟ ବଳରେ ଦର୍ଶକ ମାନଙ୍କର ମନ କିଣି ନେଇଛନ୍ତି । ତେବେ ବନ୍ଧୁଗଣ ଆପଣମାନେ ବଲିଉଡର ଦବଂ ଖାନ୍ ବା ସଲମାନ ଖାନ ଙ୍କ ରାଗି ସ୍ଵଭାବ ବିଷୟରେ ତ ଜାଣିଥିବେ, ଏବଂ ସେ କେତେ ଶୀଘ୍ର ରାଗିଯାଇଥାନ୍ତି ଏହା ମଧ୍ୟ ଆପଣମାନେ ଜାଣିଥିବେ ।

ବଲିଉଡ୍ ରେ ମଧ୍ୟ ସଲମାନ ଖାନ ଙ୍କ ରାଗର ତାଣ୍ଡବ ବହୁତ ଥର ଦେଖିବାକୁ ମିଳିଛି, ଏହା ସହରାଗରେ ସଲମାନ କିଛି ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କର ଉପରେ ହାତ ମଧ୍ୟ ଉଠେଇବାରେ ପଛେଇ ନାହାନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ସେହି ଅଭିନେତା, ଅଭିନେତ୍ରୀ ଏବଂ ନିର୍ଦ୍ଦେଶକଙ୍କ ବିଷୟରେ ଯେଉଁମାନେ ସଲମାନ ଙ୍କ ରାଗର ଶୀକାର ହୋଇଛନ୍ତି ।

 

୧. ସର୍ବ ପ୍ରଥମେ ଆମେ କହିବାକୁ ଯାଉଛୁ ସଲମାନ ଭାଇଯାନଙ୍କ ଏକ୍ସ ତଥା ଐଶ୍ୱରୀୟା ରାୟଙ୍କ ବିଷୟରେ । ବନ୍ଧୁଗଣ ସଲମାନ ଏବଂ ଐଶ୍ୱରୀୟା ରାୟଙ୍କ ବ୍ରେକ ଅଫକୁ ଏବେ ବହୁତ ସମୟ ବିତି ଯାଇଛି ଏବଂ ଐଶ୍ୱରୀୟା ରାୟ ଏବେ ତାଙ୍କର ବ୍ୟବାହିକ ଜୀବନ ଅଭିଷେକଙ୍କ ସହ ବହୁତ ଖୁସି ରେ ବିତାଉଛନ୍ତି, କିନ୍ତୁ ୨୦୦୨ ବର୍ଷରେ ଯେତେବେଳେ ସଲମାନଙ୍କୁ ପଚରା ଯାଇଥିଲା ଯେ, ସେ ଐଶ୍ୱରୀୟା ରାୟଙ୍କୁ ମା-ର-ପି-ଟ କରିଛନ୍ତି କି ନାହିଁ ସେ ସେତେବେଳେ ଏହି କଥା କୁ ସ୍ବୀକାର କରି ନଥିଲେ ।

ହେଲେ ସେହି ସମୟରେ ଚର୍ଚ୍ଚାରେ ଆସିଥିଲା ଯେ ଐଶ୍ୱରୀୟା ରାୟଙ୍କ ଫ୍ଲାଟରେ ସଲମାନ ଖାନ ଯାଇ ତାଙ୍କୁ ମା-ର-ପି-ଟ କରିଥିଲେ ଏବଂ ସେହି ସମୟରେ ସୋନି ଶାରେ ଥିଲେ ଏବଂ ଐଶ୍ୱରୀୟା ରାୟଙ୍କୁ ତାଙ୍କ ଫ୍ଲାଟରୁ ବାହାରକୁ ଆସିବାକୁ କହୁଥିଲେ, ଯେତେବେଳେ ଐଶ୍ୱରୀୟା ବାହାରକୁ ଆସିଥିଲେ ସଲମାନ ତାଙ୍କ ଉପରେ ହାତ ଉଠେଇ ଦେଇଥିଲେ । ଏହି କଥା ଐଶ୍ୱରୀୟା ତାଙ୍କର ଏକ ଇନ୍ତର୍ଭିୟୁରେ କହିଥିଲେ, ସଲମାନଙ୍କ ଖରାପ ବ୍ୟବହାର ଏବଂ ମା-ର-ପି-ଟ ଯୋଗୁଁ ତାଙ୍କର ସମ୍ପର୍କ ଭାଙ୍ଗିଥିଲା ।

୨. ସୁଭାଷ ଘଇ – ବନ୍ଧୁଗଣ ଏକ ଭଲ ନିର୍ଦ୍ଦେଶକ ଭାବେ ନିଜକୁ ପ୍ରତିଷ୍ଠିତ କରିଥିବା ନିର୍ଦ୍ଦେଶକ ସୁଭାଷ ଘଇଙ୍କ ମଧ୍ୟ ସଲମାନଙ୍କ ରାଗ ର ଶୀକାର ହୋଇଥିଲେ । ଏହି କଥା ସଲମାନ ମଧ୍ୟ ସ୍ବୀକାର କରିଛନ୍ତି କି ସେ ସୁଭାଷଙ୍କ ଉପରେ ହାତ ଉଠେଇ ଥିଲେ, ସେହି ସମୟରେ ଐଶ୍ୱରୀୟା ସୁଭାଷ ଘଇଙ୍କ ଫିଲ୍ମ “ତାଲ”ରେ କାମ କରୁଥିଲେ ଏବଂ ସଲମାନ ଚାହୁଁ ନଥିଲେ ଯେ ଐଶ୍ୱରୀୟା ସୁଭାଷଙ୍କ ଫିଲ୍ମରେ କାମ କରନ୍ତୁ । ଏହି କଥାକୁ ନେଇ ସଲମାନ ଏକ ପାର୍ଟିରେ ସୁଭାଷଙ୍କ ଉପରେ ହାତ ଉଠେଇ ଥିଲେ ।

ସଲମାନଙ୍କ କହିବା ଅନୁସାରେ ସୁଭାଷ ତାଙ୍କୁ ରଗେଇ ଦେଇଥିଲେ, ସେ ତାଙ୍କର ବେକକୁ ଧରି ତାଙ୍କ ଉପରେ ଚାମଚ ଫୋପାଡି ଥିଲେ ଏବଂ ପ୍ଲେଟ ଫୋପାଡିବାକୁ ଯାଉଥିଲେ, ଏଥିପାଇଁ ସଲମାନ ରା-ଗ-ରେ ତାଙ୍କୁ ଚାପୁଡ଼ା ମା-ରି-ଥି-ଲେ କିନ୍ତୁ ଏହା ପର ଦିନ ସଲମାନ ତାଙ୍କୁ ଭୁଲ ମଧ୍ୟ ମାଗିଥିଲେ, ଏହାପରେ ସଲମାନ ସୁଭାଷଙ୍କ ସହ ଫିଲ୍ମ “ଯୁବରାଜ” ମଧ୍ୟ କରିଥିଲେ ।

୩. ରଣବୀର କପୁର – ହିନ୍ଦୀ ଚଳଚ୍ଚିତ୍ର ଜଗତର ପ୍ଲେ ବୋଏନାମରେ ପରିଚିତ ରଣବୀରଙ୍କୁ କିଏ ବା ନଜାଣେ, ବନ୍ଧୁଗଣ ଆପଣମାନେ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସଲମାନ, ରଣବୀରଙ୍କ ଉପରେ ମଧ୍ୟ ହାତ ଉଠେଇଛନ୍ତି । ଏହି ଘଟଣା ହେଇଥିବା ସମୟରେ ରଣବୀର ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସି ନଥିଲେ, ସେ ଏକ କ୍ଲବରେ ପାର୍ଟି କରୁଥିଲେ ଏବଂ ସେହି କ୍ଲବକୁ ସଲମାନ ମଧ୍ୟ ଆସିଥିଲେ ।

ସଲମାନ ତାଙ୍କୁ ଜାଣିନଥିଲେ କିନ୍ତୁ ଏହି ଦୁଇ ଜଣଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥିଲା ଏବଂ ସଲମାନ ରାଗରେ ତାଙ୍କୁ ଚାପୁଡ଼ା ମା-ରି-ଥି-ଲେ । ତାପରେ ରଣବୀର ଘରକୁ ଯାଇ ତାଙ୍କ ପିତା ତଥା ରିସି କପୁରଙ୍କୁ ଏହି କଥା କହିଥିଲେ ଏବଂ ରିସି କପୁର ଙ୍କ ଠାରୁ ଏହି କଥା ସଲମାନ ଖାନଙ୍କ ପିତା ସଲିମ ଖାନଙ୍କ ପାଖରେ ପହଞ୍ଚିଥିଲା । ଏହା ପରେ ସଲମାନ ରଣବୀର ଏବଂ ରିସି କପୁରଙ୍କୁ ଭୁଲ ମଧ୍ୟ ମାଗିଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।