ନିଜ ଭାଉଜଙ୍କର ଏହି ଅଭ୍ୟାସ ଉପରେ ବହୁତ ଚିଡିଥାନ୍ତି Sweta Bacchan Nanda, କହିଲେ ମୋତେ ରାଗ ଆସିଥାଏ ଯେତେବେ ସେ…

ବଚ୍ଚନ ପରିବାର ଫିଲ୍ମ ଇଣ୍ଡଷ୍ଟ୍ରିର ଅତ୍ୟନ୍ତ ପ୍ରତିଷ୍ଠିତ ପରିବାର ଅଟେ । ଏହି ପରିବାର ନିଜ ଝିଅ ଓ ବୋହୂଙ୍କୁ ଏକ ସମାନ ବ୍ୟବହାର କରନ୍ତି । ଆପଣ ଜାଣିଥିବେ ଅମିତାଭ ବଚ୍ଚନଙ୍କ ଝିଅ ଶ୍ଵେତା ନନ୍ଦା ଦିଲ୍ଲୀର ଜଣେ ବିଜନେସମ୍ୟାନଙ୍କୁ ବିବାହ କରି ଖୁସିରେ ଘର ସଂସାର କରୁଛନ୍ତି । ତାଙ୍କର ନବ୍ୟା ନବେଲି ନନ୍ଦା ଓ ଅଗସ୍ତ୍ୟା ନନ୍ଦା ନାମକ ଦୁଇ ସନ୍ତାନ ମଧ୍ୟ ଅଛନ୍ତି ।  ସେହିପରି ବିଗ ବି ଙ୍କ ବୋହୂ ତଥା ଅଭିଷେକ ବଚ୍ଚନଙ୍କ ପତ୍ନୀ ଅଟନ୍ତି ଐଶ୍ଵର୍ଜ୍ୟା ରାୟ । ଐଶ୍ଵର୍ଜ୍ୟା ଓ ଅଭିଷେକଙ୍କ ଏକ ସୁନ୍ଦର ଝିଅ ମଧ୍ୟ ଅଛନ୍ତି ଯାହାଙ୍କ ନାମ ହେଇଛି ଆରାଧ୍ୟା ।

ବଚ୍ଚନ ପରିବାର ନିଜ ପୁଅ ଓ ଝିଅଙ୍କ ମଧ୍ୟରେ କୌଣସି ଫରକ ରଖନ୍ତି ନାହିଁ । ଏହି କାରଣରୁ କିଛି ସମୟ ପୂର୍ବରୁ ଅମିତାଭ ବଚ୍ଚନ ନିଜ ୨୮୦୦ କୋଠିର ସମ୍ପତ୍ତି ଝିଅ ଶ୍ଵେତା ଓ ପୁଅ ଅଭିଷେକଙ୍କ ମଧ୍ୟରେ ବରାବର ବାଣ୍ଟି ଦେଇଥିଲେ । ଏବେ ଦୁହିଁଙ୍କୁ ୧୪୦୦ କୋଟି ଲେଖାଏଁ ସମ୍ପତ୍ତି ମିଳିବ । ଶ୍ଵେତା ଓ ଐଶ୍ଵର୍ଜ୍ୟାଙ୍କ କଥା କହିଲେ ଏହି ନଣନ୍ଦ ଓ ଭାଉଜ ଯୋଡି ମଧ୍ୟ ପରସ୍ପର ସହ ଖୁବ୍ ପ୍ରେମରେ ରୁହନ୍ତି । ଅନେକ ଇଭେଣ୍ଟ ଓ ପବ୍ଲିକ ପ୍ଲେସ ମାନଙ୍କରେ ଉଭୟ ଖୁବ ଭଲ ବଣ୍ଡିଙ୍ଗ ଶେୟାର କରୁଥିବାର ଦେଖିବାକୁ ମିଳିଛି ।

ବଚ୍ଚନ ପରିବାରର ସବୁଠୁ ବଡ ବିଶେଷତ୍ଵ ହେଉଛି ଏହା ନିଜ ସୁଖ ଓ ଦୁଃଖ ସବୁକିଛି ଏକାଠି ଏକ ଛାତ ତଳେ ବାଣ୍ଟିଥାଏ । ଐଶ୍ଵର୍ଜ୍ୟା ଓ ଶ୍ଵେତା ପରସ୍ପରକୁ ଖୁବ୍ ପସନ୍ଦ କରନ୍ତି । କିନ୍ତୁ ଶ୍ଵେତା ନିଜ ଭାଉଜ ଐଶ୍ଵର୍ଜ୍ୟାଙ୍କ ଗୋଟିଏ ଅଭ୍ଯାସ ବିଲକୁଲ ପସନ୍ଦ କରନ୍ତି ନାହିଁ । ୨୦୧୯ ମସିହାରେ ନିଜ ଭାଇ ଅଭିଷେକ ବଚ୍ଚନଙ୍କ ସହ କରଣ ଜୋହରଙ୍କ ଚାଟ୍ ଶୋ ‘କଫି ୱିଥ କରଣ’ ରେ ସେ ଏହାର ଖୁଲାସା କରିଥିଲେ ।

ଶ୍ଵେତା କହିଥିଲେ କି ତାଙ୍କୁ ଐଶ୍ଵର୍ଜ୍ୟାଙ୍କ ଟାଇମ ମ୍ୟାନେଜମେଣ୍ଟ ବିଲକୁଲ ପସନ୍ଦ ନୁହେଁ । ତାଙ୍କୁ କଲ୍ କଲେ ସେ ଉଚିତ ସମୟରେ କଲ୍ ବ୍ୟାକ କରନ୍ତି ନାହିଁ । ଏହାସହ ସେ ଐଶ୍ଵର୍ଜ୍ୟାଙ୍କୁ କେତେ ଭଲ ପାଆନ୍ତି ତାହା ମଧ୍ୟ କହିଥିଲେ । ଶ୍ଵେତା ଏହି ଶୋ ରେ ନିଜ ଭାଣିଜୀ ଆରାଧ୍ୟାଙ୍କ ପ୍ରଶଂସା ମଧ୍ୟ କରିଥିଲେ । ସେ କହିଥିଲେ କି ମୋ ପିଲାଙ୍କ ଠାରୁ ବୟସରେ ସାନ ହେଲେ ମଧ୍ୟ ସେ ବହୁତ କିଛି କାମ କରନ୍ତି ।

ତେବେ କିଛି ସମୟ ପୂର୍ବରୁ ଐଶ୍ଵର୍ଜ୍ୟା ଓ ଶ୍ଵେତାଙ୍କ ସମ୍ପର୍କରେ ଫାଟ ନେଇ ଅନେକ ଅଫୱାହା ମଧ୍ୟ ପ୍ରସାରିତ ହେଉଥିଲା । କାରଣ ଏକ ଇଭେଣ୍ଟରେ ନଣନ୍ଦ ଓ ଭାଉଜ ପରସ୍ପରକୁ ଇଗନୋର କରୁଥିବାର ଦେଖିବାକୁ ମିଳିଥିଲା । ଏପରି ବେଳେ ସେମାନଙ୍କ ଝ-ଗ-ଡା ହୋଇଥିବା ଖବର ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହୋଇଥିଲା । ତେବେ ଏହି ଘ-ଟ-ଣା-ର ସତ୍ୟତା କେତେ ଏହା କାହାରିକୁ ମଧ୍ୟ ଜଣା ନାହିଁ ।

କିନ୍ତୁ ବର୍ତ୍ତମାନ ନଣନ୍ଦ ଭାଉଜ ଯେକୌଣସି ପାର୍ଟିରେ ମଧ୍ୟ ପରସ୍ପର ସହ ଖୁବ୍ ଉପଭୋଗ କରୁଥିବାର ଦେଖିବାକୁ ମିଳନ୍ତି । ଏଥିରୁ ସେମାନଙ୍କ ସମ୍ପର୍କ ଯେ ଖୁବ୍ ଭଲ ରହିଛି ଏହା ଜଣାପଡେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।