ଶୋଲେର କ୍ଲାଇମେକ୍ସରେ ବଞ୍ଚି ଥାନ୍ତା ଜୟ, ଜାଣନ୍ତୁ କେମିତି ବଦଳି ଦିଆ ଯାଇଥିଲା ଶୋଲେର ଅନ୍ତିମ ସିନ ?

ବଲୀଉଡରେ ତ ଫିଲ୍ମ ପ୍ରତି ଶୁକ୍ରବାର ଦିନ ରିଲିଜ ହୋଇଥାଏ ଏବଂ ଭଲ ଆୟ କରିବା ସହିତ ଲୋକମାନଙ୍କର ହୃଦୟରେ ମଧ୍ୟ ଘର କରି ଦେଇଥାନ୍ତି । ଏମିତି ହିଁ ଏକ ଫିଲ୍ମ ରମେଶ ସିପ୍ପୀ ନିର୍ଦେଶନରେ ତିଆରି ଫିଲ୍ମ ‘ଶୋଲେ’ ଯାହାର କଳକାରମାନଙ୍କର ଛବି ଆଜି ବି ଲୋକମାନଙ୍କୁ ମନେ ଅଛି । କିନ୍ତୁ ଚର୍ଚାର ବିଷୟ ଏହା ଅଟେ କି ସେ ଫିଲ୍ମର କ୍ଲାଇମେକ୍ସ ପାଇଁ କିଛି ଅଲଗା ହିଁ ଭାବିଥିଲେ । କିନ୍ତୁ କିଛି ଅଲଗା ହିଁ ହେଲା ।

କିଛି ଅଲଗା ହୋଇଥାନ୍ତା ଫିଲ୍ମର କ୍ଲାଇମେକ୍ସ

“ଶୋଲେ” ବଲୀଉଡର ସେହି ଫିଲ୍ମ ଅଟେ ଯେଉଁଥିରେ ସବୁକିଛି ଥିଲା । ଦର୍ଶକ ମାନଙ୍କୁ ପସନ୍ଦ ଆସିଥିଲା ଜୟ ବିରୁଙ୍କର ବନ୍ଧୁତା, ବୀରୁ ବାସନ୍ତୀଙ୍କର ରୋମାନ୍ସ, ଜୟଙ୍କର ମୁର୍ତ୍ୟୁ, ଇତ୍ୟାଦି । ଗୋଟିଏ ସିନରେ ଯନ୍ତ୍ରଣା, ଖୁସି, ହସ, ଡ୍ରାମା ସବୁକିଛି ଥିଲା । କିନ୍ତୁ ଫିଲ୍ମର କ୍ଲାଇମେକ୍ସ ଦର୍ଶକମାନଙ୍କୁ ବହୁତ ପସନ୍ଦ ଆସିଥିଲା । କିନ୍ତୁ ରମେଶ ସିପ୍ପୀ ଏହି ଫିଲ୍ମର କ୍ଲାଇମେକ୍ସକୁ କିଛି ଅଲଗା ଦେଖାଇବାକୁ ଚାହୁଁଥିଲେ କିନ୍ତୁ ଦେଖେଲେ କିଛି ଅଲଗା ।

ଫିଲ୍ମର ଶେଷ ସୀନରେ ଦେଖାଯାଇଥିଲା କି ଠାକୁର କଣ୍ଟା ଥିବା ଜୋତା ପିନ୍ଧି ଗବ୍ବରକୁ ମାରୁଛନ୍ତି କିନ୍ତୁ ଯେମିତି ହିଁ ସେ ମାରିବାକୁ ଯିବାକୁ ଲାଗୁଛନ୍ତି ପୁଲିସ ଆସି ତାଙ୍କୁ ଅଟକାଊଛନ୍ତି । ଫିଲ୍ମର ଅନ୍ତିମ ସୀନ ଏହିଭଳି ଥିଲା । କିନ୍ତୁ ଫିଲ୍ମର ଅନ୍ତିମ ପାଇଁ ଯାହା ଚିନ୍ତା କରାଯାଇଥିଲା ବହୁତ ଅଲଗା ଥିଲା ଏବଂ ଫିଲ୍ମରେ ଜୟ ବି ବଞ୍ଚିଥାନ୍ତେ ।

ଗବ୍ବରର ହୋଇଯାଏ ମୁର୍ତ୍ୟୁ

ଫିଲ୍ମର ଅସଲ କ୍ଲାଇମେକ୍ସର ଏହା ଥିଲା କି ଠାକୁର ଗବ୍ବରକୁ ମାରି ମାରି ସେହି ଜାଗାକୁ ନେଇଯାଇଥାନ୍ତେ ଯେଉଁଠି ଗବ୍ବର ତାଙ୍କର ହାତ କାଟିଥିଲେ ଏବଂ ପୁଣି ତାଙ୍କୁ ମାରି ଥାନ୍ତେ । ଏହା ପରେ ଜୟ ଏବଂ ବୀରୁ ଆସି ଠାକୁରଙ୍କୁ ସାଲ ଘୋଡାଇବେ ଏବଂ ଦୁଇଜଣଙ୍କୁ ଠାକୁର କୁଣ୍ଢାଇବେ । ଲ୍କିନ୍ତୁ ଏହି ସୀନ ହୋଇ ପାରିଲା ନାହିଁ ଏବଂ ସେଂସର ବୋର୍ଡ କାରଣରୁ ରମେଶ ସିପ୍ପୀଙ୍କୁ ଫିଲ୍ମର ସୀନ ବଦଳାଇବାକୁ ପଡିଥିଲା ।

ଫିଲ୍ମର ଏହି ସୀନକୁ ବଦଳିବାର କାରଣ ହେଉଛି ଇମର୍ଜେନ୍ସି । ଫିଲ୍ମ ଯେଉଁ ସମୟରେ ରିଲିଜ ହୋଇଥିଲା ସେହି ସମୟ ଇମର୍ଜେନ୍ସିର ସମୟ ଥିଲା । ସେଂସରବୋର୍ଡଙ୍କର ଆପତି ଥିଲା କି ଫିଲ୍ମରେ ଦେଖା ଯାଉଛି କି ପୁଲିସର ପୂର୍ବ ଅଧିକାରୀ କୌଣସି ଅପରାଧୀକୁ ନିଜେ ଦଣ୍ଡ ଦେଉଛନ୍ତି । ଫିଲ୍ମରେ ଲୋକମାନେ ସେହି ସମୟରେ କିଛି ପ୍ରଭାବିତ ହୋଇ ଯାଇଥାନ୍ତେ ଏବଂ ଏହି ସୀନ ଦେଖି ବାହାରର ପରିସ୍ଥିତି ଖରାପ ହୋଇ ପାରେ ।

ଏବଂ ଏହି କାରଣରୁ ଫିଲ୍ମର ଶେଷ ସୀନକୁ ପୁଣି ଥରେ ଶୁଟିଙ୍ଗ କରା ଯାଇଥିଲା ।

ଫିଲ୍ମ ହେଲା ସୁପରହିଟ

ଫିଲ୍ମର କ୍ଲାଇମେକ୍ସକୁ ବଦଳିବା ଦ୍ଵାରା ଫିଲ୍ମକୁ ଲାଭ ମିଳିଲା ଏବଂ ଫିଲ୍ମ ଜବରଦସ୍ତ ହିଟ ପ୍ରମାଣିତ ହେଲା । ଫିଲ୍ମରେ ସବୁଠୁ ଦୁଖର କଥା ଏହା ଥିଲା କି ଜୟର ମୁର୍ତ୍ୟୁ ଯାହାକୁ ଦେଖି ଦର୍ଶକମାନେ କାନ୍ଦି ପକାଇଥିଲେ । ଏହି ଫିଲ୍ମ ଟି ଦର୍ଶକ ମାନଙ୍କୁ ଖୁବ ମନୋରଞ୍ଜନ କରିଥିଲା ।

ସୋଲେ ଫିଲ୍ମ ର ଫ୍ୟାନ ହେଇଥିଲେ ପୋଷ୍ଟଟିକୁ ଶେୟାର କରିବେ । ଆଗକୁ ଏମିତି ମନୋରଞ୍ଜନ ଧର୍ମୀ ପୋଷ୍ଟ ପାଇଁ ଓଡିଆ ଫାଷ୍ଟ ପେଜକୁ ଲାଇକ ନିଶ୍ଚୟ କରିବେ ।