ଦେଖୁ ଦେଖୁ ଯବାନ ହୋଇଗଲେ ଟିଭିର ଏହି ଛୋଟ କଳାକାରମାନେ, ଦେଖିଲେ ଚିହ୍ନି ପାରିବେନି

କହିବାକୁ ଗଲେ ଅଭିନୟ ଦୁନିଆରେ କେତେକ କଳାକାର ପିଲାଦିନୁ ହିଁ ଜଡିତ ହୋଇଥାନ୍ତି ଅର୍ଥାତ ସେମାନେ ପିଲାଦିନୁ ହିଁ ସିରିୟଲ ଓ ଫିଲ୍ମରେ କାମ କରିବା ଆରମ୍ଭ କରି ଦିଅନ୍ତି । ଏମିତି ବହୁତ ଛୋଟ କଳାକାର ଟିଭି ଓ ଫିଲ୍ମରେ କାମ କରିସାରିଛନ୍ତି ଯେଉଁମାନେ ବର୍ତ୍ତମାନ ସମୟରେ ଟିଭି ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଓ ଲୋକପ୍ରିୟ ଅଭିନେତା ଓ ଅଭିନେତ୍ରୀ ହୋଇ ଯାଇଛନ୍ତି । ଆଜି ଆମେ ଆପଣଙ୍କୁ କଲର୍ସ ଟିଭିରେ କାମ କରୁଥିବା ସେହିଭଳି କିଛି ଛୋଟ କଳାକାରମାନଙ୍କ ବିଷୟରେ କହିବାକୁ ଯାଉଛୁ ।

ଯେଉଁମାନେ ବର୍ତ୍ତମାନ ବହୁତ ବଡ ହୋଇ ଯାଇଛନ୍ତି ଓ ବର୍ତ୍ତମାନ ସମୟରେ ସେମାନଙ୍କୁ ଚିହ୍ନିବା ବହୁତ କଷ୍ଟକର ମଧ୍ୟ ହୋଇ ଯାଇଛି । କହିବାକୁ ଗଲେ ଏହି ଛୋଟ କଳାକାରମାନେ ପିଲାଦିନୁ ହିଁ ଯେତିକି ପ୍ରସିଦ୍ଧ ଓ ଲୋକପ୍ରିୟ ହୋଇ ଥିଲେ ବର୍ତ୍ତମାନ ସମୟରେ ବି ସେମାନେ ତାହା ଠାରୁ ଅଧିକ ଆହୁରି ଲୋକପ୍ରିୟ ଓ ପ୍ରସିଦ୍ଧ ଅଟନ୍ତି ।

ଅଶନୁର କର

ଅଶନୁର କର ୨୦୧୨ରେ କଲର୍ସ ଟିଭି ଉପରେ ପ୍ରସାରିତ ହେଉଥିବା ‘ନା ବୋଲେ ତୁମ ନା ମେନେ କୁଛ କାହା’ ଟିଭି ସିରିୟଲରେ କାମ କରିସାରିଛନ୍ତି । କିନ୍ତୁ ଅଶନୁର କର ବର୍ତ୍ତମାନ ସମୟରେ ବହୁତ ବଦଳି ଯାଇଛନତି । ବର୍ତ୍ତମାନ ସେ ସୋନି ଟିଭିରେ ସିରିୟଲ ‘ପଟିଆଲା ବେବ୍ସ’ ରେ ଅଭିନୟ କରୁଛନ୍ତି । ସେ ବର୍ତ୍ତମାନ ୧୮ ବର୍ଷର ଅଟନ୍ତି ।

ଜନ୍ନତ ଜୁବୈର ରହମାନୀ

ଜନ୍ନତ ଜୁବୈର ରହମାନୀ ବର୍ଷ ୨୦୧୧ରେ ଟିଭି ସିରିୟଲ ‘ଫୁଲୱା’ର କିରଦାର ଦ୍ଵାରା ଫେମସ ହୋଇଥିଲେ । ଜନ୍ନତ ଜୁବୈର ରହମାନୀ ବି ୧୮ ବର୍ଷର ହୋଇ ଯାଇଛନ୍ତି । ସେ ବର୍ତ୍ତମାନ ପର୍ଯ୍ୟନ୍ତ ବିଭିନ୍ନ ସିରିୟଲରେ କାମ କରିସାରିଛନ୍ତି । ସେ ‘ମହାରଣା ପ୍ରତାପ’ ସିରିୟଲରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ।

ଇଶିତା ପାଂଚାଲ

ଅଭିନେତ୍ରୀ ଇଶିତା ପାଂଚାଲ ବର୍ଷ ୨୦୦୮ରେ କଲର୍ସ ଟିଭିର ସବୁଠୁ ପପୁଲାର ଶୋ ‘ଉତ୍ତରନ’ ନଜର ଆସିଥିଲେ । ବର୍ତ୍ତମାନ ସେ ୨୧ ବର୍ଷର ହୋଇଯାଇଛନ୍ତି ଓ ସେ ପୂର୍ବ ଅପେକ୍ଷା ବହୁତ ବଦଳି ଯାଇଛନ୍ତି ।

ସ୍ପର୍ଶ କଂଚନଦାନୀ

ସ୍ପର୍ଶ କଂଚନଦାନୀ ଟିଭି ସିରିୟଲ ଉତ୍ତରନରେ ମୁଖ୍ୟ ଭୂମିକାରେ ନଜର ଆସିସାରିଛନ୍ତି । ସେ ଏଥିରେ ତପସ୍ୟା ଠାକୁରଙ୍କ ବନ୍ଧୁ ଇଚ୍ଛା ଭାରତୀଙ୍କ ଅଭିନୟ କରିଥିଲେ । ୧୯ ବର୍ଷର ସ୍ପର୍ଶ କଂଚନଦାନୀଙ୍କୁ ଶେଷ ଥର ସିରିୟଲ ‘ବିକ୍ରମ ବେତାଳ’ରେ ଅଭିନୟ କରିଥିଲେ ।

ସ୍ପଂଦନ ଚତୁର୍ବେଦୀ

ସ୍ପଂଦନ ଚତୁର୍ବେଦୀ ୨୦୧୪ରେ କଲର୍ସ ଟିଭିରେ ଫେମସ ଶୋ ‘ଉଡ଼ାନ’ରେ ବାଲ କଳାକାର ରୂପରେ ଅଭିନୟ କରିଥିଲେ । ଏଥିରେ ତାଙ୍କୁ ଦର୍ଶକମାନେ ବହୁତ ପସନ୍ଦ କରିଥିଲେ । ଏହା ଛଡା ସ୍ପଂଦନ ଚତୁର୍ବେଦୀ ଏହି ବର୍ଷ କିଛି ଫିଲ୍ମରେ ବି ନଜର ଆସିବେ ।

ଧୃତି ଭାଟିୟା

୨୦୦୮ରେ ସିରିୟଲ ‘ଜୟ ଶ୍ରୀ କ୍ରୀଷ୍ଣା’ରେ କୃଷ୍ଣର ଅଭିନୟ ଧୃତି ଭାଟିୟା କରିଥିଲେ । ତାଙ୍କର ଏହି ଅଭିନୟକୁ ସମସ୍ତେ ପସନ୍ଦ କରିଥିଲେ । ଏବେ ତାଙ୍କର ବୟସ ୧୬ ବର୍ଷ ଅଟେ ଓ ସେ ବହୁତ ବଦଳି ଯାଇଛନ୍ତି ।

ଅବିକା ଗୌର

ଅବିକା ଗୌର ‘ବାଳିକା ବଧୁ’ ସିରିୟଲରେ ଅଭିନୟ କରି ବହୁତ ଫେମସ ହୋଇଥିଲେ । କିନ୍ତୁ ବର୍ତ୍ତମାନ ସମୟରେ ସେ ତେଲୁଗୁ ଜଗତରେ ଫେମସ ଅଭିନେତ୍ରୀ ଅଟନ୍ତି । ସେ ବିଭିନ୍ନ ତେଲୁଗୁ ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିସାରିଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।