ଆଜିର ରାଶିଫଳ, 27 ଜୁଲାଇ 2020, ସୋମବାର, ଭୋଲେନାଥଙ୍କ ଆଶୀର୍ବାଦରୁ ଏହି ୪ଟି ରାଶିର ଭାଗ୍ୟ ଦେବ ସାଥ, ହେବ ଧନାର୍ଜନ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୭ ଜୁଲାଇ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ପରିବାରରେ ମଙ୍ଗଳମୟ ଆୟୋଜନ ହେବ । ଏହି ରାଶିର ଛାତ୍ରମାନଙ୍କୁ ସେମାନଙ୍କ ଶିକ୍ଷକମାନଙ୍କ ପୁରା ସହଯୋଗ ମିଳିବ । କିଛି ଦିନ ହେବ ଆସୁଥିବା ସମସ୍ୟା ଆଜି ସହଜରେ ସମାଧାନ ହୋଇଯିବ । ସକାଳ ସମୟରେ ବ୍ୟାୟମ କରିବା ଦ୍ଵାରା ଆପଣ ସତେଜ ମନେ କରିବେ । ଆପଣ କିଛି ନୂତନ ଜିନିଷ କ୍ରୟ କରିବାକୁ ଚେଷ୍ଟା କରିବେ । ଆପଣ ନିଜ କାର୍ଯ୍ୟରେ ଭଲ ପ୍ରଦର୍ଶନ କରିବେ । ଆପଣଙ୍କ ଖରାପ ସମୟ ଅତିବାହିତ ହୋଇ ଯିବ । ଚିନ୍ତା କରନ୍ତୁ ନାହିଁ । ଏହି ସମୟ ଆପଣଙ୍କ ପାଇଁ ଉଚିତ ଅଟେ । ଆପଣଙ୍କ କ୍ୟାରିୟର ଉପରେ ପ୍ରତିକୂଳ ପ୍ରଭାବ ପଡିବ ।

ବୃଷ

ଆଜି ଘରେ ନୂଆ ଅତିଥି ଆସିବେ । ଯାହା ଦ୍ଵାରା ଘର ପରିବାରର ପରିବେଶ ସୁଖମୟ ରହିବ । ଜୀବନସାଥିଙ୍କ ସହ ସାମଞ୍ଜସ୍ୟ ରହିବ । ଆପଣ ନୂଆ କୌଶଳ ଦ୍ଵାରା କାର୍ଯ୍ୟ କରିବେ । ଆପଣ ପ୍ରଭାବିଶାଳୀ ଲୋକମାନଙ୍କ ସହିତ ସମ୍ବନ୍ଧ ବିକସିତ କରିବେ । ଆପଣ ଦୃଢ ସଂକଲ୍ପ ନେବେ । ଧର୍ଯ୍ୟ ରଖିବା ଦ୍ଵାରା ଭଲ ପରିଣାମ ପ୍ରାପ୍ତ ହେବ । କାର୍ଯ୍ୟ ସ୍ଥଳରେ ଆପଣଙ୍କ ପ୍ରଭାବ ବଢିବ । ଏହି ସମୟରେ ଆପଣଙ୍କ ସ୍ୱାସ୍ଥ୍ୟ ବି ଭଲ ରହିବ । ଆପଣଙ୍କୁ ବଡ ଅଫର ବି ମିଳିପାରେ । ଆଜି ଆପଣ କାମ କାର୍ଯ୍ୟରେ ବହୁତ ବ୍ୟସ୍ତ ରହିବେ । ଜୀବନସାଥିଙ୍କ ସହଯୋଗ ମିଳିପାରେ । ଆପଣଙ୍କ ଉପରେ କିଛି କାମର ବୋଝ ହୋଇପାରେ ।

ମିଥୁନ

ଆଜି କାରୋବାର ସମ୍ବନ୍ଧିତ ଯାତ୍ରାର ଯୋଗ ଅଛି । ଏହା ଦ୍ଵାରା ଆପଣଙ୍କୁ ଧନ ଲାଭ ଅଛି । କୌଣସି କାମର ଗତି ଧୀର ହୋଇପାରେ । ଏହା ଦ୍ଵାରା ଆପଣଙ୍କ ଚିନ୍ତା ବଢି ପାରେ । ଆପଣଙ୍କୁ ଭଲ ପରିଣାମ ପ୍ରାପ୍ତ ହେବ । ଏହି ସମୟରେ ଆପଣଙ୍କ ଟଙ୍କା ମାମଲାରେ ସମସ୍ୟା ଆସିବ ନାହିଁ । ଆପଣଙ୍କ ଆର୍ଥିକ ସ୍ଥିତି ଭଲ ରହିବ । କେତେ ଥର ଆପଣ ମୁଡ ଖରାପ ହୋଇପାରେ । ଏହି ସମୟରେ ଛୋଟ ଛୋଟ ଭୁଲ ମଧ୍ୟ ହୋଇପାରେ । ଆପଣଙ୍କୁ କିଛି ଉପହାର ମିଳିପାରେ । ଆପଣଙ୍କୁ ନିଜର ପରିଶ୍ରମର ଫଳ ପ୍ରାପ୍ତି ହେବ । ନୂଆ ବ୍ୟାପାରରେ ଲାଭ ମିଳିବ ।

କର୍କଟ

ଆଜି ଆପଣଙ୍କୁ କୌଣସି ଭଲ ଖବର ମିଳିପାରେ । ଆଗକୁ ବଢିବାର ଚାନ୍ସ ମିଳିବ । ଏହି ରାଶିର ଲୋକମାନଙ୍କୁ କାର୍ଯ୍ୟ ମିଳିବ । ଟଙ୍କା ଆୟରେ ଉନ୍ନତି ହେବ । ଭାଗ୍ୟର ଦେବୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ । ଆପଣଙ୍କ ବନ୍ଧୁ ଓ ପରିବାରକୁ ଆଶୀର୍ବାଦ ଦେବ । ଏହି ସମୟରେ କରାଯାଇଥିବା ନିବେଶ ଆପଣଙ୍କ ଭବିଷ୍ୟତରେ କାମରେ ଆସିବ । କ୍ୟାରିୟରର ମୋର୍ଚା ଅଳ୍ପ ଭଲ ରହିବ । ବିକାଶ ଅଳ୍ପ ଭଲ ହେବ । ଆପଣଙ୍କ ଧ୍ୟାନ ଅନ୍ୟ ଗତିବିଧିରେ ଉପରେ ରହିବ । ଆପଣଙ୍କୁ ଆପଣଙ୍କ କ୍ୟାରିୟରରେ କିଛି ନୂତନତା ଦେଖିବାକୁ ମିଳିବ ।

ସିଂହ

ଆଜି ଆପଣ କୌଣସି ଜରୁରୀ କାମରେ ସଫଳ ହେବେ । ପ୍ରେମ ସମ୍ବନ୍ଧରେ ମଧୁରତା ଆସିବ । ବନ୍ଧୁମାନଙ୍କ ସହିତ ଆପଣ ବୁଲିବାକୁ ଯାଇ ପାରନ୍ତି । ଧନ ସହ ଜଡିତ ଚିନ୍ତା ଦୂର ହେବ । ଏହି ସମୟରେ ଆପଣଙ୍କୁ କ୍ୟାରିୟର ଆଗକୁ ବଢିବାର ଅବସର ମିଳିବ । ନିଜର କ୍ୟାରିୟରରେ ଆପଣଙ୍କୁ ଭଲ ଚାନ୍ସ ମିଳିବ । ଏହା ସହିତ ଅଟକିଥିବା ଧନ ପ୍ରାପ୍ତି ହେବ । କାର୍ଯ୍ୟରେ ଭଲ ପ୍ରଦର୍ଶନ ଯୋଗୁ ଆପଣ ଆଗକୁ ବଢିବେ । ନିଦ ପୁରା ହେବା କାରଣରୁ ଆପଣ ସତେଜ ଅନୁଭବ କରିବେ । ଆପଣ ଏକ ଏମିତି ପ୍ରସ୍ତାବରେ ନିବେଶ କରିବେ ଯାହା ଆପଣଙ୍କୁ ଲାଭ ଦେବ ।

କନ୍ୟା

ଆଜି ଜୀବନସାଥିଙ୍କ ସହଯୋଗରେ ଆପଣଙ୍କ କୌଣସି ଜରୁରୀ କାର୍ଯ୍ୟ ପୁରା ହୋଇଯିବ । ଏହା ସହିତ ଆପଣଙ୍କ ଉପଦେଶ ମିଳିବ ଦ୍ଵାରା ନୂତନ ଜରିଆ ପ୍ରାପ୍ତ ହେବ । ଏହି ସମୟରେ ଆପଣଙ୍କ ଆଶାବାଦୀ ଓ ରଚନାତ୍ମକ ରୂପରେ ସର୍ବଶ୍ରେଷ୍ଠ ରହିବେ । ଆପଣଙ୍କ ଜବରଦସ୍ତି ଇଚ୍ଛା ଶକ୍ତି ଦ୍ଵାରା ସବୁ କାର୍ଯ୍ୟକୁ ସହଜରେ କରି ନେବେ । ଆପଣଙ୍କ ପରିବାରର ସଦସ୍ୟଙ୍କ ସହିତ ଆପଣଙ୍କ ସମ୍ବନ୍ଧ ଭଲ ରହିବ । ମିତ୍ରମାନଙ୍କ ସହିତ ବିବାଦ ହୋଇପାରେ । କୌଣସି କାମରେ ସଫଳତା ମିଳିପାରେ । ଆପଣ ନିଜର କାର୍ଯ୍ୟରେ ଦାୟିତ୍ଵ ଅନ୍ୟ ବ୍ୟକ୍ତିକୁ ଦେଇ ପାରନ୍ତି ।

ତୁଳା

ଆଜି ଆପଣ ବ୍ୟାପାରରେ ଯୋଜନାବଦ୍ଧ ହୋଇ କାମ କରିବେ । ଏହି ରାଶିର ପିଲାମାନେ ନିଜର ବନ୍ଧୁଙ୍କ ସହ ପାର୍କ ଯିବେ । ଘର ପରିବାରର ବାତାବରଣ ଶାନ୍ତିଦାୟକ ରହିବ । ଏହି ସମୟରେ ଆପଣ ସଠିକ ଓ ନିଷ୍ପକ୍ଷ ରହିବେ । ଆପଣ ଦୂବିଧାର ସାମ୍ନା କରି ପାରନ୍ତି । ଆଗକୁ ବଢିବାର ରାସ୍ତା ପ୍ରଶସ୍ତ ହେବ । ଏହି ସମୟରେ ଆପଣ ବହୁତ ଅଧିକ ଲାଭବାନ ହେବେ । ଆପଣଙ୍କ ସମ୍ପର୍କରେ ମଧୁରତା ଆସିବ । ଆଜି ଉଚ୍ଚ ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ହେବେ । ଘରେ ଅତିଥିଙ୍କ ଆଗମନ ହୋଇପାରେ । କ୍ୟାରିୟରରେ ଆପଣଙ୍କୁ ବଡ ସଫଳତା ମିଳିପାରେ । ଯଦି ଆପଣ ଅବିବାହିତ ଅଟନ୍ତି ଓ ନିଜ ପାଇଁ ଏକ ସାଥି ଖୋଜନ୍ତୁ ।

ବିଚ୍ଛା

ସନ୍ତାନଙ୍କ ସହଯୋଗ ପାଇ ଖୁସି ହେବେ । ବ୍ୟବସାୟରେ ଯେତେ ପରିଶ୍ରମ କରିବେ ସେତିକି ଲାଭବାନ ହେବେ । ସାଂଗଠନିକ କାର୍ଯ୍ୟରେ ଅଂଶ ଗ୍ରହଣ କରି ପ୍ରଶଂସା ପାଇବେ । ଆର୍ଥିକ କ୍ଷେତ୍ରରେ କୌଣସି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବେ । ଉଚ୍ଚଶିକ୍ଷା ପାଇଁ ବିଦେଶଯାତ୍ରାର ସୁଯୋଗ ପାଇବେ । ରାଜନୀତି କ୍ଷେତ୍ରରେ ସହଯୋଗୀ କିମ୍ବା ଭାଇ ଭଳି ଚଳୁଥିବା ବ୍ୟକ୍ତିମାନେ ପୂର୍ଣ୍ଣ ସହଯୋଗ କରିବେ । ପରୀକ୍ଷା ପ୍ରତିଯୋଗିତା, ବାଦବିବାଦ ଓ ମାଲିମୋକଦ୍ଦମାରେ ବିଜୟୀ ହେବେ । ଦାମ୍ପତ୍ୟ ସୁଖ ଏବଂ ପାରିବାରିକ ଜୀବନ କ୍ଷେତ୍ରରେ ଆନନ୍ଦମୟ ପରିସ୍ଥିତି ସୃଷ୍ଟି ହେବ ।

ଧନୁ

ପରିବାରରେ ପ୍ରତିବନ୍ଧକ ସତ୍ତ୍ୱେ ଆଗକୁ ବଢ଼ିବାର ଇଚ୍ଛା ଏବଂ ଆତ୍ମବିଶ୍ୱାସ ବୃଦ୍ଧି ହେବ । ବନ୍ଧୁ ମିତ୍ରଙ୍କ ଉପଦେଶକୁ ଖରାପ ନ ଭାବି ମାନି ନେବା ଉଚିତ । ବୁଝି ସୁଝି କାର୍ଯ୍ୟ କଲେ ସାମାଜିକ ସ୍ଥିତି ଓ ମାନ – ସମ୍ମାନ ଉଭୟ ବୃଦ୍ଧି ହେବ । ବ୍ୟବସାୟ କ୍ଷେତ୍ରରେ କଠିନ ପରିଶ୍ରମ କରିବାକୁ ପଡିବ ଓ ଉନ୍ନତି ହେବ । କର୍ମ କ୍ଷେତ୍ରରେ ସମ୍ମାନ ପ୍ରାପ୍ତି ଓ ସହକର୍ମୀଙ୍କ ସହ ବୁଝାମଣା ଠିକ ରହିବ । ପାରିବାରିକ ସମସ୍ୟା ଗୁଡ଼ିକୁ ସୁଧାରି ନେବା ଉଚିତ । ଆର୍ଥିକ ପରିସ୍ଥିତି ଉତ୍ତମ ଥିଲେ ମଧ୍ୟ ଅଧିକ ବ୍ୟୟ ହେବ । ଛାତ୍ର – ଛାତ୍ରୀମାନେ ପରୀକ୍ଷା ପ୍ରତିଯୋଗିତାରେ ସଫଳ ହେବେ ।

ମକର

ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଦେଖାଦେବ । ଋଣ ଭାର କମି ଯିବ । ଶତୃମାନେ ପରାଜିତ ହେବେ । ଜମି, ଜାଗା, ବାସ ଗୃହ ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇବେ । ଦାମ୍ପତ୍ୟ ସୁଖରେ ସୁଖୀ ହେବେ । କେତେକ କ୍ଷେତ୍ରରେ ଉନ୍ନତିର ରାସ୍ତା ପରିଷ୍କାର ହୋଇଯିବ । ପ୍ରତିଷ୍ଠା ବୃଦ୍ଧି ପାଇବ । ପ୍ରତିଯୋଗିତାରେ ଓ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ । ପ୍ରେମ କ୍ଷେତ୍ରରେ ଉନ୍ନତି ପାଇଁ ପ୍ରୟାସ କରିବେ । କର୍ମ କ୍ଷେତ୍ରରେ ଉତ୍ସାହ ଫଳରେ ରାଜକୀୟ ସମ୍ମାନ ମିଳିବ । ବ୍ୟବସାୟରେ ମନମୁତାବକ ଲାଭ ପାଇବେ । ଭବିଷ୍ୟତ ଯୋଜନାରେ ନିବେଶ କରିବେ ।

କୁମ୍ଭ

କାମରେ ନିଶ୍ଚିତ ରୂପରେ ସଫଳତା ତ ମିଳିବ କିନ୍ତୁ ଅଳ୍ପ ଅପେକ୍ଷା କରିବାକୁ ପଡିବ । ଆପଣ ନିଜର କାର୍ଯ୍ୟର ଦାୟିତ୍ଵକୁ ପୁରା କରିବେ । ଆପଣଙ୍କ ପରିବାର ସହିତ ସମୟ ବିତାଇବାକୁ ପସନ୍ଦ କରିବେ । ଆପଣଙ୍କ ପର୍ସନାଳ ଲାଇଫରେ ଆପଣ ବହୁତ ହର୍ଷୋଉଲ୍ଲାସରେ ରହିବେ । ଆଜି ଆପଣଙ୍କୁ ନିଷ୍ପତି ନେବା ଠାରୁ ବଞ୍ଚିବାର ଅଛି । ଆପଣଙ୍କ ପାଇଁ ସମୟ ବହୁତ କମ ଅଛି । ଆପଣଙ୍କ ସକାରାତ୍ମକ ଚିନ୍ତାଧାରରେ ଆପଣ ଆଗକୁ ବଢିବେ ।

ମୀନ

ଆପଣଙ୍କୁ ବ୍ୟବସାୟ ସହ ଜଡିତ ଲୋକମାନଙ୍କୁ ଅବସର ପ୍ରାପ୍ତ ହେବ । ସାମାଜିକ ସ୍ତରରେ ଆପଣଙ୍କ ଲୋକ ପ୍ରିୟତା ବଢିବ । କୌଣସି ଖାସ କାମ ପାଇଁ ପରିବାର ଲୋକମାନଙ୍କ ସହ ଆପଣଙ୍କ ସାକ୍ଷାତ ହେବ । ଆପଣଙ୍କୁ କୌଣସି ବଡ ଅଫର ମିଳିପାରେ । ଧନ ଲାଭର ଅବସର ପ୍ରାପ୍ତ ହେବ । ଜୀବନସାଥିଙ୍କ ସହ ସମ୍ପର୍କ ଭଲ ରହିବ । କ୍ୟାରିୟର ମାମଲାରେ ବି ଆଜିର ଦିନ ଭଲ ଅଛି । ଆପଣଙ୍କ ସମସ୍ତ ସମସ୍ୟା ଦୂର ହେବ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।