‘ବଲୀବୁଡ କୀ ଲଗା ଦୂଂଗୀ ୱାଟ, ଜେଜେବାପା ବୟସର ହୋଇ ପଡିଛନ୍ତି ପଛରେ’ କଙ୍ଗନା ରାଗରେ କହିଦେଲେ ଏମିତି ସବୁ କଥା

ବର୍ତ୍ତମାନ ହିଁ ରିଲିଜି ହୋଇଥିବା କଙ୍ଗନା ରନୌତଙ୍କର ଫିଲ୍ମ ମଣିକର୍ଣ୍ଣିକାର ସ୍ପେଶଲ ସ୍କ୍ରୀନିଂଗ ମୁମ୍ବାଇର ଗର୍ଲ୍ସ ସ୍କୁଲରେ ରଖା ଯାଇଥିଲା । ସେଠି କଙ୍ଗନା ନିଜ ରାଗ ଉପରେ କଣ୍ଟ୍ରୋଲ କରି ପାରିଲେ ନାହିଁ ଏବଂ କିଛି ଏମିତି କହିଦେଲେ ଯାହା ଆଜି ପର୍ଯ୍ୟନ୍ତ ବଲୀଉଡରେ କେହି କହିନାହାନ୍ତି । କଙ୍ଗନା କହିଲେ କି ସେ ବଲୀବୁଡ ର ଲଗେଇଦେବେ ୱାଟ।

ଆପଣଙ୍କୁ କହିଦେଉଛୁ ଯେ କଙ୍ଗନାଙ୍କର ଏହି ରାଗ ବଲୀଉଡ ପାଇଁ ନୁହେଁ କେବଳ କିଛି ଲୋକମାନଙ୍କ ପାଇଁ ଅଟେ । ତେବେ ଚାଲନ୍ତୁ ଜାଣିବା ଏହି ପୁରା ଘଟଣା କଣ ଅଟେ ।

କଙ୍ଗନା କହିଲେ ବଲୀବୁଡ କୀ ଲଗା ଦୂଂଗୀ ୱାଟ

କଙ୍ଗନା କହିଲେ କି, ବଲୀଉଡରେ ତାଙ୍କର ଫିଲ୍ମକୁ ନ ପସନ୍ଦ କରୁଥିବା ଲୋକମାନେ ଏବଂ ତାଙ୍କର କୌଣସି ବି ଫିଲ୍ମର ପ୍ରଶଂସା କରୁନଥିବା ଲୋକମାନଙ୍କୁ ଛାଡିବେ ନାହିଁ, ସେ ସମସ୍ତଙ୍କୁ ଦେଖିନେବେ । କଙ୍ଗନା କାହାର ନାମ ନେଲେ ନାହିଁ କିନ୍ତୁ ଏକ ଅଲଗା ଅନ୍ଦାଜରେ କହିଲେ କି ସେ ବହୁତ ସହି ସାରିଛନ୍ତି । ଏବଂ ବର୍ତ୍ତମାନ ଯେଉଁ ଲୋକମାନେ ମୋ ବିରୁଦ୍ଧରେ ଭୁଲ ଏବଂ ମିଛ କଥା କହୁଛନ୍ତି ସେମାନଙ୍କୁ ସେ ଆଉ ନଜରଅନ୍ଦାଜ କରିବେ ନାହିଁ ଏବଂ ସମସ୍ତଙ୍କ ଠାରୁ ପ୍ରତିଶୋଧ ନେବେ ।

ଆପଣଙ୍କୁ କହିଦେଉଛୁ ଯେ କଙ୍ଗନାଙ୍କର କ୍ୟାରିୟର ଏବଂ ତାଙ୍କ ଫିଲ୍ମ ବିରୁଦ୍ଧରେ କିଏ ଏହିଭଳି କରୁଛନ୍ତି ଏହା ବର୍ତ୍ତମାନ କାହାକୁ ଜଣା ନାହିଁ । କିନ୍ତୁ ଲାଗୁଛି ଯିଏ ବି ସେହି ବ୍ୟକ୍ତି ଅଟେ ତାହାର ବର୍ତ୍ତମାନ ବଞ୍ଚିବା ବହୁତ କଷ୍ଟ ଅଟେ ।

ନିର୍ଲଜର ସବୁ ସୀମା ପାର କରିସାରିଛନ୍ତି ସେହି ଲୋକମାନେ

କଙ୍ଗନା ଆଗକୁ କହିଲେ କି କେହି ଜଣେ ନୁହେଁ କିଛି ଲୋକମାନେ ଏକ ଗ୍ରୁପ ତିଆରି କରି ତାଙ୍କ ପଛରେ ପଡିଛନ୍ତି ଏବଂ ସବୁବେଳେ ତାଙ୍କର ଏବଂ ତାଙ୍କ ଫିଲ୍ମ ବିଷୟରେ ଖରାପ କହୁଛନ୍ତି । ଏବଂ କିଛି ଲୋକମାନେ ମୋର ଜେଜେବାପାଙ୍କ ବୟସର ଅଟନ୍ତି, ତଥାପି ମୋ ପଛରେ ପଡିଛନ୍ତି ।

କଙ୍ଗନାଙ୍କ ଉପରେ ସେକ୍ସିଜମ ଏବଂ ନେପୋଟିସ୍ମ ଭଳି ବିଷୟରେ ପ୍ରଶ୍ନ ଉଠୁଥାଏ । ଆମେ କଥାବାର୍ତ୍ତା କରୁଛୁ କଙ୍ଗନାଙ୍କର ଫିସକୁ ନେଇ, କେତେ ଥର ତାଙ୍କର ଫିସକୁ ନେଇ ବି କେତେକେ ଲୋକଙ୍କର ବିଚାର ଖରାପ ଭାବରେ ସାମନାକୁ ଆସିଛି । କଙ୍ଗନା ପୁଣି କହିଲେ କି ତାଙ୍କ ପାଖରେ ବହୁତ ଅଫର ସେହି ଲୋକମାନଙ୍କର ଆସିଛି ଯେଉଁମାନେ ତାଙ୍କୁ ବଦନାମ କରିବାକୁ ଚାହୁଁଛନ୍ତି । କିନ୍ତୁ କଙ୍ଗନା ତାଙ୍କୁ ମନା କରି ସାରିଛନ୍ତି ।

୧୦୦ କୋଟି ଟଙ୍କା ପାଖାପାଖି ପହଞ୍ଚିଲା ମଣିକର୍ଣିକା

ମଣିକର୍ଣିକା ଫିଲ୍ମ ଝ୍ନାସୀର ରାଣୀଙ୍କ ଉପରେ ତିଆରି ହୋଇଛି । ଏଥିରେ ଝ୍ନାସୀର ରାଣୀଙ୍କ ବିଷୟରେ ଜାଣିବାକୁ ମିଳିବ । ତେବେ ଫିଲ୍ମକୁ ପ୍ରମୋଟ କରିବା ଉଚିତ । କିନ୍ତୁ କିଛି ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକମାନେ ଫିଲ୍ମକୁ ଭଲ କହିବା ପରିବର୍ତ୍ତେ କଙ୍ଗନାଙ୍କର ଛବିକୁ ଖରାପ ପ୍ରମାଣିତ କରିବାର ଲାଗିଛନ୍ତି । କଙ୍ଗନା କହିଲେ କି ୩୧ ବର୍ଷ ବୟସରେ ସେ ଫିଲ୍ମ ମେକର ହୋଇଗଲେ ଏବଂ ଯେଉଁ ଲୋକମାନେ ମୋତେ ଭୁଲ ଦେଖାଇବାକୁ ଚାହୁଁଛନ୍ତି ସେ କମ ରୁ କମ ନିଜକୁ ସୁଧାରୀ ନେବେ ତ ତେବେ ବହୁତ ବଡ କଥା ହେବ ।

ଭଲ ଲାଗିଲେ ଶେୟାର କରନ୍ତୁ ଓ ଆଗକୁ ଏମିତି ଚଟପଟା ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।