ଆଜିର ରାଶିଫଳ, 26 ଜୁଲାଇ 2020, ରବିବାର, ସୂର୍ଯ୍ୟଦେବଙ୍କ କୃପାରୁ ବଦଳିବ ଏହି ୪ଟି ରାଶିର ଭାଗ୍ୟ, ଦିନ ଖୁସିରେ ଭରପୁର ରହିବ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୬ ଜୁଲାଇ ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଆପଣଙ୍କ ସାମ୍ନାରେ କାମ କାର୍ଯ୍ୟ ସମ୍ବନ୍ଧିତ ସମସ୍ୟା ଆସିପାରେ । କିନ୍ତୁ ଆପଣ ସେଇ ସମସ୍ତ ସମସ୍ୟାକୁ ପାର କରି ଆଗକୁ ବଢିଯିବେ । ଘରର ପରିସ୍ଥିତି ଭଲ ରହିବ । ଆପଣଙ୍କୁ ଅଚାନକ ଧନଲାଭର ଅବସର ପ୍ରାପ୍ତ ହେବ । କୌଣସି ବଡ କମ୍ପାନୀରୁ ଅଫର ମିଳିପାରେ । ଯାହା ଦ୍ଵାରା ଆପଣଙ୍କ ଆମଦାନୀ ବୁଦ୍ଧି ହେବାର ସମ୍ଭାବନା ଅଛି । ଆର୍ଥିକ ଜୀବନରେ ପରିସ୍ଥିତି ଅନୁକୂଳ ରହିବ । ଆପଣଙ୍କ ଭାଗ୍ୟର ପୁରା ସାଥ ମିଳିବ । ଆପଣଙ୍କ କାମ କାର୍ଯ୍ୟ ସମ୍ବନ୍ଧିତ ଚିନ୍ତା ଦୂର ହେବ । ଆପଣଙ୍କ ଉନ୍ନତିର ନୂତନ ରାସ୍ତା ମିଳିବ । ଅଫିସର ରାଜନୀତି ଠାରୁ ଆପଣ ଦୂରେଇ ରୁହନ୍ତୁ ।

ବୃଷ

ଆଜି କୌଣସି ଖାସ ବ୍ୟକ୍ତିଙ୍କ ଠାରୁ ଲାଭ ମିଳିବ । ଭାଇ ଭଉଣୀଙ୍କ ସହିତ ଆପଣଙ୍କ ସମ୍ବନ୍ଧ ଭଲ ରହିବ । ଜୀବନସାଥି ଆପଣଙ୍କ କଥା ଦ୍ଵାରା ପ୍ରଭାବିତ ହେବେ । ଯଦି ଆପଣ ଚେଷ୍ଟା କରୁଛନ୍ତି କିମ୍ବା ପ୍ରୟାସ କରୁଛନ୍ତି ତେବେ ଆପଣଙ୍କ ପାରିବାରିକ ସ୍ଥିତି ଭଲ ହୋଇପାରେ । ପ୍ରେମୀମାନେ ପରସ୍ପର ଦୁଖରେ ଛିଡା ହେବେ । ଭାଇ ଭଉଣୀଙ୍କ ସହଯୋଗ ପ୍ରାପ୍ତ ହେବ । ସାମାଜିକ କାର୍ଯ୍ୟରେ ସଫଳତା ମିଳିବ । କିଛି କାମ କାର୍ଯ୍ୟ ସହଜ ହୋଇଯିବ । ଯେଉଁଥିପାଇଁ ଆପଣଙ୍କୁ କିଛି ଲୋକମାନଙ୍କ ସହ ସାକ୍ଷାତ କରିବାକୁ ହେବ । ଏହି ସମୟରେ ଆପଣଙ୍କ ପ୍ରେମ ସମ୍ବନ୍ଧ ଭଲ ରହିବ ।

ମିଥୁନ

ଆଜି ଆପରିବାରିକ ମାମଲାରେ ବ୍ୟସ୍ତ ରହିବେ । ଅଫିସ କାମରେ ଗତି ଆସିବାର ସମ୍ଭାବନା ଅଛି । ଏହା ଦ୍ଵାରା ଆପଣଙ୍କ ଚିନ୍ତା ବଢିପାରେ । କୌଣସି ଖାସ ବ୍ୟକ୍ତିଙ୍କ ସହ ଆପଣଙ୍କ ସାକ୍ଷାତ ହୋଇପାରେ । ସମ୍ଭବ ଅଟେ କି ଆପଣ ନିଜର ବନ୍ଧୁଙ୍କ ସହ ସାକ୍ଷାତ କରିବେ । ଏହି ସମୟରେ ଆର୍ଥିକ ଲାଭ ହେବ । ସଞ୍ଚୟ କରିବାରେ ସଫଳ ହେବେ । ଆପଣ ନିଜର ପିତାଙ୍କ ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ । ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଯଦି କୌଣସି ପ୍ରକାରର ଯୋଜନା କରୁଛନ୍ତି ତେବେ ତାହା ନିଶ୍ଚିତ ରୂପରେ ଫଳଦାୟକ ହେବ । ଏହି ସମୟରେ ଆପଣଙ୍କୁ କୌଣସି ସମସ୍ୟା ହୋଇପାରେ ।

କର୍କଟ

ଆଜି ପାରିବାରିକ ସମ୍ପର୍କ ମଜବୁତ ହେବ । ଅଳ୍ପ ପରିଶ୍ରମ କରିବା ଦ୍ଵାରା ଆପଣଙ୍କୁ ସହଜରେ ସଫଳତା ମିଳିଯିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ବ୍ୟବସାୟିକ କାର୍ଯ୍ୟ ପାଇଁ ଆଜିର ଦିନ ଭଲ ଅଟେ । ସମାଜରେ ଆପଣଙ୍କ ପରିବାର ଲୋକମାନଙ୍କ ମାନ ସମ୍ମାନ ବଢିବ । ଆପଣଙ୍କ ବନ୍ଧୁମାନଙ୍କ ସଂଖ୍ୟା ବୁଦ୍ଧି ହେବ । କହିବାକୁ ଗଲେ ଆପଣଙ୍କ ପାରିବାରିକ ଜୀବନ ପାଇଁ ଏହି ସମୟ ଖାସ ଅଟେ । କାର୍ଯ୍ୟ କାରଣରୁ ଆପଣଙ୍କୁ ଦୂରକୁ ଯିବାକୁ ପଡିପାରେ । ହୋଇପାରେ କି ଆପଣ ପାରିବାରିକ ଖୁସିରେ ସାମିଲ ନ ହୋଇ ପାରନ୍ତି । ଘରେ କୌଣସି ପ୍ରକାରର ସମାରୋହ ହୋଇପାରେ ।

ସିଂହ

ଆଜି ଆପଣଙ୍କ ଦିନ ଖୁସିରେ ଭରପୁର ରହିବ । ଅଫିସରେ ସମସ୍ତ ଲୋକମାନଙ୍କ ସାଥ ମିଳିବ । ଅଚାନକ ନୂଆ ସ୍ରୋତ ହାସଲ ହେବ । ନିଜକୁ ଉତ୍ସାହୀ ରଖିବା ଚେଷ୍ଟା କରନ୍ତୁ । ଆପଣ କଳ୍ପନା ମଧ୍ୟରେ ଜୀବିତ ରହିବେ । ନିବେଶ ପାଇଁ ଆଜିର ଦିନ ଭଲ ଅଟେ । ପରିବାର ସହିତ ସମ୍ପର୍କ ଖରାପ ହୋଇପାରେ । ଏହି ସମୟରେ ଦାମ୍ପତ୍ୟ ଜୀବନ ଅନୁକୂଳ ରହିବ । ଯାହା ଦ୍ଵାରା ଆପଣଙ୍କ ସାଥିଙ୍କ ସହଯୋଗ ପ୍ରାପ୍ତ ହେବ । ଆର୍ଥିକ ମାମଲାରେ କୌଣସି ବି ପ୍ରକାରର କଥାକୁ ନଜର ଅନ୍ଦାଜ କରନ୍ତୁ ନାହିଁ । କାର୍ଯ୍ୟ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ ।

କନ୍ୟା

ଆଜି ଅଫିସରେ କାମ ବ୍ୟସ୍ତ ରହିବେ । ପଡୋଶୀଙ୍କ ସହ କୌଣସି କଥାକୁ ନେଇ ଆପଣଙ୍କ ବିବାଦ ହୋଇପାରେ । ଚାକିରିରେ ଆପଣ ନିଜର ପ୍ରୟାସରେ ସଫଳ ହେବେ । ଏହି ସମୟରେ ସମ୍ପର୍କୀୟମାନଙ୍କ ସହଯୋଗ ମିଳିବ । ଏହି ସମୟରେ ପାରିବାରିକ ଜୀବନ ସୁଖମୟ ହେବ । କିନ୍ତୁ ଏହା ସହିତ ଚିନ୍ତା ବି ବଢିବ । ଏହି ସମୟରେ ଆପଣ ମାତାଙ୍କ ସ୍ୱାସ୍ଥ୍ୟ ଭଲ ରହିବ ନାହିଁ । କେବେ କେବେ ପରିବାରର ସଦସ୍ୟଙ୍କ ସହ ବିବାଦ ହୋଇପାରେ । ଯେଉଁ କାରଣରୁ ଆପଣଙ୍କ ଗୃହସ୍ତ ଜୀବନରେ ଚିନ୍ତା ଦେଖିବାକୁ ମିଳିବ । କ୍ୟାରିୟରରେ ଭଲ ଫଳ ପ୍ରାପ୍ତି ହେବ ।

ତୁଳା

ଆଜି ଆପଣଙ୍କ ଦାମ୍ପତ୍ୟ ଜୀବନ ମଧୁରତା ଦ୍ଵାରା ଭରପୁର ରହିବ । ସାମାଜିକ କ୍ଷେତ୍ରରେ ଆପଣ ସକ୍ରିୟ ରହିବେ । କୌଣସି କାମରେ ଆପଣଙ୍କ ସକାରାତ୍ମକ ପରିଣାମ ହାସଲ ହେବ । ଆପଣଙ୍କୁ ନିଜର ସହକର୍ମୀଙ୍କ ସହଯୋଗ ପ୍ରାପ୍ତ ହେବ । ଆପଣ ନିଜର ବ୍ୟବସାୟରେ ଲାଭ ମିଳିବ । ଏହି ସମୟରେ ଆପଣଙ୍କ ଉଚ୍ଚ ସମ୍ଭାବନାର ଆଶା ଓ ଆଶ୍ଵାସନା ଲାଭ କରି ମାନସିକ ଶାନ୍ତି ଅନୁଭବ କରିବେ । ରାଜନୈତିକ କ୍ଷେତ୍ରରେ ସ୍ଥିରତା ଦେଖାଦେବ । ଭୋଗବିଳାସ ଓ ଆନନ୍ଦମୟ ସମୟ ଆସିବ ।

ବିଚ୍ଛା

ଏହା ଆପଣଙ୍କ ପାଇଁ ଉଚିତ ଅଟେ । କୌଣସି ବି ପ୍ରକାରର ବିବାଦର ଅଂସ ହୁଅନ୍ତୁ ନାହିଁ । ପରିବାର ସହ ମଧୁରତା ରଖିବେ । ଏହି ସମୟରେ ଆପଣଙ୍କ ପ୍ରେମ ସମ୍ବନ୍ଧ ଚରମ ସୀମାରେ ରହିବ । ପ୍ରେମୀମାନଙ୍କ ସହିତ ଆପଣଙ୍କ ସାମଞ୍ଜାସ୍ୟ ରହିବ । ସଫଳତା ଆପଣଙ୍କ ପାଖରେ ଆସି ଲାଗିବ । ଆପଣଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ହୋଇପାରେ । ଘରେ ଖୁସି ଆସିବ । ଭାଇ ଭଉଣୀଙ୍କ ସହ ସମ୍ବନ୍ଧ ଭଲ ରହିବ । ଏହି ସମୟରେ ଆପଣଙ୍କୁ ଅଳ୍ପ ମାସିକ ଚିନ୍ତା ବି ହୋଇପାରେ । ନୂଆ ସମ୍ବନ୍ଧରେ ଆପଣଙ୍କୁ ଲାଭ ମିଳିବ । ଆପଣ ସ୍ଥିତି ସ୍ଥିର ରହିବେ ।

ଧନୁ

ବ୍ୟାପାରୀମାନଙ୍କ ପାଇଁ ଆଜିର ଦିନ ଭଲ ଅଟେ । ଆପଣଙ୍କୁ ମୋଟପା କାରଣରୁ କିଛି ସମସ୍ୟାର ସାମ୍ନା କରିବାକୁ ପଡିପାରେ । ଆପଣଙ୍କ ପରିଶ୍ରମ ରଙ୍ଗ ଆଣିବ । ଆଜି ନିବେଶ ଲାଭଦାୟକ ଅରହିବ । ସ୍ୱାସ୍ଥ୍ୟରେ ସୁଧାର ଆସିବ ଓ ଏହି ସମୟରେ ଆପଣ ପୁରା ଫିଟ ରହିବେ । ସଠିକ ଦିଗରେ କରାଯାଇଥିବା ପରିଶ୍ରମ ଆପଣଙ୍କୁ ପୁରା ଫଳ ଦେବ । ସମସ୍ତଙ୍କ କାମ ଉପରେ ନଜର ରଖନ୍ତୁ । ଏହି ସମୟରେ ଆପଣ କୌଣସି ବି ଯାତ୍ରାକୁ ଯାଇ ପାରିବେ ନାହିଁ । ଆର୍ଥିକ ସ୍ଥିତି ଭଲ ରହିବ କିଛି ଅସୁବିଧା ହେବ ନାହିଁ । ମିତ୍ରମାନେ ପରାମର୍ଶ ଦେଇ ସମସ୍ତ ଆଶା ପୂରଣ କରିବେ ।

ମକର

ସମ୍ପର୍କୀୟମାନଙ୍କ ଠାରୁ ଶୁଭ ସୂଚନା ଶୁଣି ଖୁସି ହେବେ । ପୁରାତନ ରୋଗ ପୀଡ଼ାରୁ ଉପସମ ପାଇବେ । ଚିକିତ୍ସକ, ଔଷଧ ନିର୍ମାଣ ଓ ବିକ୍ରୟ କରୁଥିବା ବ୍ୟକ୍ତିମାନେ ବିଶେଷ ଲାଭାନ୍ୱିତ ହେବେ । ରାଜନୀତି କ୍ଷେତ୍ରରେ ନିଜର ଲୋକମାନେ ସାହାଯ୍ୟ ସହଯୋଗ କରିବେ । ନୂତନ କାର୍ଯ୍ୟରେ ଉନ୍ନତି ହେବ । କମ ପରିଶ୍ରମରେ ଆଶାଜନକ ଫଳ ପ୍ରାପ୍ତି ହେବ । ମହିଳାମାନଙ୍କ ସମସ୍ତ ଚେଷ୍ଟା ସଫଳ ହେବା ଫଳରେ ଶାନ୍ତି ପାଇବେ । ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ । ମାନସମ୍ମାନ ଓ କ୍ଷାତି ବଢ଼ିବ । ପାରିବାରିକ ଜୀବନ ଆନନ୍ଦରେ କଟିବ ।

କୁମ୍ଭ

କର୍ମ କ୍ଷେତ୍ରରେ ସୁସମ୍ପର୍କ ବୃଦ୍ଧି ପାଇବ । ସମସ୍ତ କାମ ସହଜରେ ହୋଇଯିବ ଓ ପ୍ରଶଂସିତ ବି ହେବେ । ପରୀକ୍ଷା ଓ ପ୍ରତିଯୋଗୀତାରେ ଆଶା ମୁତାବକ ଫଳ ପାଇବେ । କାର୍ଯ୍ୟର ପ୍ରଗତି ପାଇଁ ସମସ୍ତ ପ୍ରକାର ପ୍ରୟାସ କରିବେ । ଶୁଭ ଖବର ପାଇ ମନ ଖୁସି ହେବ । ଆଇନ ଅଦାଲତ ଲେଖାପଢାରୁ ଶୁଭ ଫଳ ମିଳିବ । କୋର୍ଟ କଚେରୀ ମାମଲାରେ ବିଜୟୀ ହେବେ । କାର୍ଯ୍ୟର ପ୍ରଗତି ପାଇଁ ସମସ୍ତ ପ୍ରକାର ପ୍ରୟାସ କରିବେ । ପାରିବାରିକ କ୍ଷେତ୍ରରେ ଜଟିଳ ପରିସ୍ଥିତି ଥିଲେ ସରଳ ହେବ ।

ମୀନ

ପରୀକ୍ଷା ଓ ପ୍ରତିଦ୍ଵନ୍ଦିତାରେ ବିଜୟୀ ହେବେ । ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ହେବେ । ଅଫିସରେ କିମ୍ବା ପରିବାରରେ ସୁସମ୍ପର୍କ ବୃଦ୍ଧି ପାଇବ । ବ୍ୟବସାୟରେ ଉନ୍ନତି କରିବେ । କୋର୍ଟ କଚେରି ମାମଲାରେ ସମସ୍ୟା ସମାଧାନ ହୋଇଯିବ । ରାଜନୈତିକ କ୍ଷେତ୍ରରେ ସଭାସମିତି ଓ ସମାଜିକ କାର୍ଯ୍ୟରେ ଯୋଗ ଦେଇ ସାହାଯ୍ୟ ପାଇବେ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ଚିନ୍ତିତ ରହିବେ। ମହିଳାମାନେ ଆତ୍ମୀୟମାନଙ୍କ ସମ୍ମୁଖରେ ମୁଣ୍ଡ ନୂଆଁଇବେ । ବ୍ୟବସାୟରେ ପ୍ରତିଦ୍ଵନ୍ଦିତା ସତ୍ତ୍ୱେ ଲାଭ ସୁନିଶ୍ଚିତ ହେବ ଓ ଆର୍ଥିକ ଦିଗରୁ ଉନ୍ନତି ହେବ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।