ଚଉକା – ଛକା ମାରିବା ପରେ ଉତ୍ସାହିତ ହୋଇ କଟରିନା କୈଫ, ଅନୁଷ୍କାଙ୍କୁ କହିଲେ – ବିରାଟକୁ କହିବ କି ମୋର …

ଯେତେବେଳେ କୌଣସି ଫିଲ୍ମ ତିଆରି ହୋଇଥାଏ ତେବେ ତାହା ପଛରେ ବହୁତ ଲୋକଙ୍କର ପରିଶ୍ରମ ଲୁଚି ରହିଥାଏ । ବର୍ତ୍ତମାନ ଯେ ଛୋଟ ସ୍ତରରେ କାମ କରୁଛନ୍ତି ସେମାନଙ୍କୁ ତ କାମ କରିବାକୁ ପଡିବ । କିନ୍ତୁ ଫିଲ୍ମର ମୁଖ୍ୟ ଅଭିନୟ କରୁଥିବା କଳକାରଙ୍କ ଉପରେ ଅଧିକ ଦାୟିତ୍ଵ ଥାଏ ଏବଂ ସେମାନେ ଘଣ୍ଟା ଘଣ୍ଟା ଧରି କାମ ମଧ୍ୟ କରୁଥାନ୍ତି ସେଥିପାଇଁ ନିଜକୁ ଫ୍ରୀ କରିବା ପାଇଁ ସେମାନେ ସେଟରେ ହିଁ କିଛି ନା କିଛି ଧମାଲ କରିଥାନ୍ତି ।

କିଛି ଏହିଭଳି ମସ୍ତି ଦେଖାଯାଇଛି “ଭାରତ” ଫିଲ୍ମର ସେଟ ଉପରେ । ଯେଉଁଠି ସଲମାନ ଖାନ ଏବଂ କଟରିନା କୈଫ କ୍ରିକେଟ ଖେଳୁଛନ୍ତି । ଏବଂ ତାଙ୍କର ଭିଡିଓ ବର୍ତ୍ତମାନ ଇଂସ୍ଟାଗ୍ରାମରେ ଶେୟାର କରାଯାଇଛି ।

ଚଉକା – ଚକା ଛକା ମାରିବା ପରେ ଉତ୍ସାହିତ ହେଲେ କଟରିନା କୈଫ

କିଛି ଦିନ ପୂର୍ବରୁ ଗୋଟିଏ ଭିଡିଓ ସାମନାକୁ ଆସିଥିଲା ଯେଉଁଠି ସଲମାନ ଏବଂ କଟରିନା ବହୁତ ଛକା – ଚଉକା ମାରୁଥିଲେ । ଏବଂ କଟରିନା ନିଜର ଫ୍ୟାନ ମାନଙ୍କୁ କହିଛନ୍ତି କି ସେ କ୍ରିକେଟରେ ବହୁତ ମାହିର ଅଟନ୍ତି ।

ଫିଲ୍ଡ ଲାଇଟରେ କ୍ରିକେଟ ଖେଳୁଥିବା କଟରିନା କଳା ରଙ୍ଗର ଟାଉଜର ଏବଂ ଟ୍ରିଶାର୍ଟ ପିନ୍ଧିଥିଲେ । କିଛି ସମୟ ଭିତରେ ହିଁ ଏହି ଭିଡିଓକୁ ୧୨ ଲକ୍ଷ ଲୋକମାନେ ଦେଖିସାରିଲେଣି । ଭିଡିଓକୁ ଶେୟାର କରି କଟରିନା ଅନୁଷ୍କାଙ୍କୁ ଟୈଗ କରି ଲେଖିଛନ୍ତି କି, “ପୈକଅପ ପରେ ଭାରତର ସେଟ, କାରଣ ୱର୍ଲ୍ଡ କପ ବର୍ତ୍ତମାନ ପାଖକୁ ଆସୁଛି । ଅନୁଷ୍କା ଶର୍ମା ତୁମେ ଟିମର କପ୍ତାନଙ୍କୁ ମୋର ଶିଫାରିଶ କରିଦିଅ ।

ମୋର ସ୍ଵୀଙ୍ଗରେ କିଛି ସୁଧାର ହୋଇପାରେ କିନ୍ତୁ ମୁଁ ଖରାପ ଅଳରାଉଣ୍ଡର ନୁହେଁ ।“ ଏହା ପରେ ଲେଖିଲେ କି ମୋର ବି ସମୟ ଆସିବ । କଟରିନାଙ୍କର ସେହି ଭିଡିଓରେ ଫ୍ୟାନମାନେ ବହୁତ କମେଣ୍ଟ କରୁଛନ୍ତି । ଜଣେ ଲେଖିଛନ୍ତି କି, “ଭାଇ ହିଁ ଶିଖେଇଛନ୍ତି ଭାଉଜଙ୍କୁ” । ଆଉ ଜଣେ, “ଅଲରାଉଣ୍ଡର, ହାର୍ଦିକ ପାଣ୍ଡ୍ୟାଙ୍କର ଭଲ ରିପ୍ଲେସମେଂଟ ମିଳିଗଲା ।“

କଟରିନାଙ୍କୁ ମିଳିଲା ଆହୁରି ଏକ ଚାନ୍ସ

ବର୍ଷ ୨୦୧୮ରେ କଟରିନା କୈଫଙ୍କର ଦୁଇଟି ଫିଲ୍ମ ଆସିଥିଲା, ଯେଉଁଥିରେ ଗୋଟିଏ ଫିଲ୍ମ “ଥଗ୍ସ ଅଫ ହିନ୍ଦୁସ୍ତାନ” ଏବଂ ଅନ୍ୟ ଫିଲ୍ମଟି ‘ଜିରୋ’ ଥିଲା । ଏହି ଦୁଇଟି ଫିଲ୍ମ ହିଁ ବକ୍ସ ଅଫିସରେ ଚାଲିଲା ନାହିଁ । କିନ୍ତୁ ତାଙ୍କୁ ଆହୁରି ଗୋଟିଏ ଚାନ୍ସ ମିଳିଛି କହିବାକୁ ଗଲେ ତାଙ୍କର ଆଉ ଏକ ଫିଲ୍ମ ସଲମାନଙ୍କ ସହିତ ୨୦୧୯ର ଈଦରେ ଆସୁଛି । ଯେଉଁଥିରେ ତାଙ୍କର ମୁଖ୍ୟ ଭୂମିକା ଅଛି ।

ଆପଣଙ୍କୁ ଆମର ଏଇ ଖବରଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ଟିଏ କରିବେ ।