ଏହି ଉପାୟରେ ଲିଭର ର ସମସ୍ତ ମଇଳା କେବଳ ଗୋଟିଏ ଥରରେ ସଫା କରନ୍ତୁ, ଅନେକ ରୋଗରୁ ପାଆନ୍ତୁ ମୁକ୍ତି

ଆପଣଙ୍କର କଣ ଲିଭର ସମସ୍ୟା ଅଛି? ବହୁତ ପ୍ରକାରର ଉପାୟ କରି ମଧ୍ୟ ଆପଣଙ୍କୁ ଆରମ ମିଳୁ ନାହିଁ ? ତେବେ ଡରନ୍ତୁ ନାହିଁ, କାରଣ ଆୟୁର୍ବେଦରେ ଏମିତି ବହୁତ ଘରୋଇ ଉପାୟ କୁହା ଯାଇଛି ଯାହାର ସେବନ କରି ଆମେ ଲିଭର ର ସବୁ ସମସ୍ୟାକୁ ଭଲ କରି ପାରିବା । କେବଳ ଏତିକି ନୁହେଁ ଏହା ଆମ ଲିଭରକୁ ଭିତରୁ ସଫା କରି ଦେଇଥାଏ ଯାହା ଦ୍ଵାରା ଆପଣଙ୍କ ଲିଭର ଜୀବନ ସାରା ସୁସ୍ଥ ରହିଥାଏ । ଆଜି ଆମେ ଆପଣଙ୍କୁ ଯାହା ଜଣାଇବାକୁ ଯାଉଛୁ ତାର ସେବନ ଆପଣଙ୍କୁ ଲଗାତାର ୧୫ ଦିନ ପର୍ଯ୍ୟନ୍ତ କରିବାର ଅଛି ।

ଏମିତି କରିବା ଦ୍ଵାରା ଆପଣଙ୍କ ଲିଭରର ଭିତର ସଫା ହୋଇଯାଇଥାଏ ତା ସହିତ ଏହା ପୁରା ଶରୀରର ରକ୍ତକୁ ମଧ୍ୟ ସଫା କରିଥାଏ । ଲିଭର ଆମ ଶରୀରରେ ଇଞ୍ଜିନ ଭଳି କାମ କରିଥାଏ । ଯେବେ ଆମେ କିଛି ବି ଖାଇଥାଉ ତାହା ଲିଭର ଦେଇ ଗତି କରିଥାଏ ଓ ଲିଭର ଆମ ପୁରା ଶରୀରକୁ ନିୟନ୍ତ୍ରଣ କରି ରଖିଥାଏ । ଭଲ ଭାବେ ହଜମ ହେଉଥିବା ଖାଦ୍ୟ ନ ଖାଇବା କାରଣରୁ ଲିଭର ଗରମ ହୋଇଥାଏ ଓ ଫ୍ୟାଟି ଲିଭର ଭଳି ସମସ୍ୟା ଦେଖା ଦେଇଥାଏ ଯାହାକୁ ଭଲ କରିବା ପାଇଁ ଆମେ ଔଷଧର ସାହାରା ନେଇଥାଉ ।

ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଭଲ ହୋଇ ନଥାଏ । ଏଥିପାଇଁ ଆପଣଙ୍କୁ ବର୍ଷରେ ୩-୪ ଥର ନିଜ ଲିଭର କୁ ସଫା କରିନେବା ଆବଶ୍ୟକ ଯାହା ଦ୍ଵାରା ଭବିଷ୍ୟତରେ ଆପଣଙ୍କୁ କୌଣସି ସମସ୍ୟାର ସାମ୍ନା କରିବାକୁ ନ ପଡେ । ଆଜି ଆମେ ଆପଣଙ୍କୁ କହିବୁ କି କିପରି ଆପଣ କିସମିସ ପାଣିରେ ନିଜ ଲିଭର କୁ ସଫା କରି ଲିଭର ଜନିତ ସବୁ ସମସ୍ୟାରୁ ମୁକ୍ତି ପାଇ ପାରିବେ । କଣ ଆପଣ ଜାଣିଛନ୍ତି କି କିସମିସ ର ପାଣି ଆମ ସ୍ୱାସ୍ଥ୍ୟ ପାଇଁ କେତେ ଲାଭକାରୀ ଅଟେ ।

କଣ ଆପଣଙ୍କୁ ଜଣା ଅଛି କି କିସମିସ ର ପାଣି ଆମ ଲିଭର ସମସ୍ୟାକୁ ଭଲ କରିବା ପାଇଁ ବହୁତ ଉପଯୋଗୀ ଅଟେ । ଏହା ଆମ ଲିଭର ର ରାସାଯନିକ କ୍ରିୟାକୁ ବଢାଇଥାଏ ଯାହା ଦ୍ଵାରା ଆମର ରକ୍ତ ବହୁତ ଶୀଘ୍ର ସଫା ହେବାକୁ ଲାଗିଥାଏ ।

ଯଦି ଆପଣ କିସମିସ ପାଣିର ସେବନ ଲଗାତାର ୪ ଦିନ ପର୍ଯ୍ୟନ୍ତ କରନ୍ତି ତେବେ ଦେଖିବେ କି ପାଚନ କ୍ରିୟା ପୂର୍ବରୁ ଅଧିକ ବଢିଯିବ ଓ ତା ସହିତ ଆପଣଙ୍କୁ ନିଜ ଶରୀରରେ ପୂର୍ବ ଠାରୁ ଅଧିକ ଶକ୍ତି ର ଅନୁଭବ ହେବ । କଣ ଆପଣଙ୍କୁ ଜଣା ଅଛି କି କିସମିସ ପାଣି ର ସେବନ କରିବା ଦ୍ଵାରା ଆପଣଙ୍କ ଶରୀରକୁ କଣ କଣ ଲାଭ ମିଳିଥାଏ । କିଛି ପ୍ରକାରର ରୋଗରେ ସକାଳେ କିସମିସ ର ପାଣି ପିଇବା ପାଇଁ କୁହା ଯାଇଥାଏ ।

କାରଣ ଏଥିରୁ ଶରୀରରେ ଜମିଥିବା ଖରାପ କୋଲେଷ୍ଟ୍ରୋଲ ରୁ ମୁକ୍ତି ମିଳିଥାଏ । ଏହା ଆମର କୋଷ୍ଟ କାଠିନ୍ୟ ଓ ପେଟର ସବୁ ସମସ୍ୟା କୁ ଦୂର କରିଥାଏ । କିସମିସ ଆଣ୍ଟି ଅକ୍ସିଡେଣ୍ଟ ର ଏକ ପ୍ରାକୃତିକ ରୂପ ଅଟେ ।

କିପରି ପ୍ରସ୍ତୁତ କରିବେ ?

ସାମଗ୍ରୀ

୪୦୦ ଗ୍ରାମ ପାଣି ବା ଦୁଇ ଗ୍ଲାସ ପାଣି

୧୫୦ ଗ୍ରାମ କିସମିସ (ତାଜା ଓ ଗାଢା ରଙ୍ଗର କିସମିସ)

ପ୍ରଥମେ କିସମିସକୁ ଭଲଭାବେ ଧୋଇନେବା । ଏହା ପରେ ଦୁଇ ଗ୍ଲାସ ପାଣିକୁ ଭଲ ଭାବେ ଗରମ କରନ୍ତୁ ଓ ସେଥିରେ କିସମିସ ମିଶାଇ ହାରାହାରି ୨୦ ମିନିଟ ପର୍ଯ୍ୟନ୍ତ ତାକୁ ଫୁଟିବାକୁ ଦିଅନ୍ତୁ । ଏହା ପରେ ଗ୍ୟାସ ବନ୍ଦ କରି କିସମିସ କୁ ରାତି ସାରା ସେହି ପାଣିରେ ରହିବାକୁ ଦିଅନ୍ତୁ । ତା ପର ଦିନ ସକାଳେ ପୁଣି ଥରେ ସେହି ପାଣିକୁ ଖାଇବା ଭଳି ଗରମ କରି ଛାଣି ଖାଲି ପେଟରେ ଏହାର ସେବନ କରନ୍ତୁ । ଧ୍ୟାନ ରଖିବେ ଏହାକୁ ସେବନ କରିବାର ଅଧ ଘଣ୍ଟା ପୂର୍ବରୁ ବା ଅଧ ଘଣ୍ଟା ପର୍ଯ୍ୟନ୍ତ କୌଣସି ଜିନିଷର ସେବନ କରନ୍ତୁ ନାହିଁ ।

ରକ୍ତ ଓ ଲିଭର କୁ ଭଲ ଭାବେ ସଫା କରିବା ପାଇଁ ଏହାକୁ ୪ ଦିନ ପର୍ଯ୍ୟନ୍ତ ସେବନ କରିବା ଜରୁରୀ ଅଟେ ଓ ତା ସହିତ ସେହି ୪ ଦିନ ପର୍ଯ୍ୟନ୍ତ ଏମିତି କୌଣସି ଜିନିଷ ଖାଇବେ ନାହିଁ ଯାହା ଆମ ଶରୀରରେ ଚର୍ବି ସୃଷ୍ଟି କରିଥାଏ । ତା ଜାଗାରେ ଯଦି ଆପଣ ଫଳ ବା ପରିବାର ସେବନ କରନ୍ତି ଏହା ଲାଭକାରୀ ହୋଇଥାଏ ଓ ଏହି ପ୍ରକ୍ରିୟାକୁ ଅଧିକ ବଢାଇଥାଏ ।

ଯଦି ଆପଣ ବି ଏହି ଲିଭର ଜନିତ ସମସ୍ୟାରେ ଚିନ୍ତିତ ଅଛନ୍ତି ତେବେ ଏହା ଆପଣଙ୍କ ପାଇଁ ଜାଣିବା ଜରୁରୀ ଅଟେ ଓ ସେୟାର କରି ପରିଜନମାନଙ୍କୁ ଜଣାନ୍ତୁ ଏବଂ ଆହୁରି ଏହି ଭଳି ହେଲଥ ଟିପ୍ସ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।