ଅଙ୍କିତା ଲୋଖଣ୍ଡେ ପରେ ଏହି ‘ମିସ୍ଟ୍ରୀ ଗର୍ଲ’ କୁ ଡେଟ କରୁଛନ୍ତି ସୁଶାନ୍ତ ସିଂହ ରାଜପୁତ, ଭାଇରାଲ ହେଲା ଫଟୋ

ବଲୀଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଏହି ଦିନରେ ଲଦ୍ଦାଖରେ ନିଜର ଫିଲ୍ମର ଶୁଟିଙ୍ଗ କରୁଛନ୍ତି । କିନ୍ତୁ ଏହା ମଧ୍ୟରେ ତାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଯେଉଁଥିରେ ତାଙ୍କ ସହିତ ଏକ ଯୁବତୀ ନଜର ଆସୁଛନ୍ତି । ଏତିକି ନୁହେଁ କୁହାଯାଉଛି କି ସେହି ଯୁବତୀ ସୁଶାନ୍ତ ସିଂହ ରାଜପୁତଙ୍କର ଗର୍ଲଫ୍ରେଣ୍ଡ ଅଟନ୍ତି । କାରଣ ଫଟୋରେ ଦୁଇ ଜଣ ବହୁତ ପାଖାପାଖି ନଜର ଆସୁଛନ୍ତି । କିନ୍ତୁ କହିବାକୁ ଗଲେ ଏହି ଫଟୋକୁ ସୁଶାନ୍ତ ସିଂହ ରାଜପୁତ ନୁହେଁ, ସେହି ମିସ୍ଟ୍ରୀ ଗର୍ଲ ଶେୟାର କରିଛନ୍ତି ଓ ଯେଉଁଥିରେ ସେ ଏକ ସୁନ୍ଦର କ୍ୟାପସନ ବି ଲେଖିଛନ୍ତି ।

ସୁଶାନ୍ତ ସିଂହ ରାଜପୁତଙ୍କ ସହ ନଜର ଆସୁଥିବା ଏହି ମିଷ୍ଟ୍ରି ଗର୍ଲ ଆଉ କେହି ନୁହନ୍ତି, ସେ ରିୟା ଚକ୍ରବର୍ତ୍ତୀ ଅଟନ୍ତି, ଯିଏକି ଏକ ଫିଲ୍ମ ଷ୍ଟାର ଅଟନ୍ତି । ଫିଲ୍ମ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ‘ମେରେ ଡୈଡ କୀ ମାରୁତି’ରୁ ବଲୀଉଡକୁ ଡେବ୍ୟୁ କରିଥିଲେ । କିନ୍ତୁ ଏହା ପୂର୍ବରୁ ସେ ଟିଭି ଜଗତର ଅଭିନେତ୍ରୀ ରହି ସାରିଛନ୍ତି । କହିଦେଉଛୁ କି ରିୟା ଚକ୍ରବର୍ତ୍ତୀ ଓ ସୁଶାନ୍ତ ସିଂହ ରାଜପୁତ ବର୍ତ୍ତମାନ ଲଦ୍ଦାଖରେ ଅଛନ୍ତି । ଯେଉଁଠିକାର ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ଓ ସେମାନଙ୍କର ଡେଟିଙ୍ଗ ର ଖବର ବି ସାମ୍ନାକୁ ଆସୁଛି ।

ରିୟା ସୁଶାନ୍ତଙ୍କ ସହିତ ସେଲିବ୍ରେଟ କରିଲେ ଜନ୍ମଦିନ

ବର୍ତ୍ତମାନ ହିଁ କିଛି ଦିନ ତଳେ ରିୟା ନିଜର ଜନ୍ମଦିନର ଫଟୋ ଶେୟାର କରିଥିଲେ, ଯେଉଁଥିରେ ସୁଶାନ୍ତ ବି ନଜର ଆସୁଥିଲେ । ଏହି ଫଟୋରେ ରିୟା ଏକ ସୁନ୍ଦର କ୍ୟାପ୍ସନ ବି ଲେଖିଲେ କି ଏହି ଜନ୍ମ ଦିନଟି ମୋର ସବୁଠୁ ଖାସ ରହିଲା । ଏହାର ଅର୍ଥ ସେମାନେ ଦୁଇ ଜଣ ବର୍ତ୍ତମାନ ପରସ୍ପର ସହିତ ଭଲ ସମୟ ବ୍ୟତୀତ କରୁଛନ୍ତି ।

କଣ ରିୟା ଚକ୍ରବର୍ତ୍ତୀଙ୍କୁ ଡେଟ କରୁଛନ୍ତି ସୁଶାନ୍ତ ?

ମିଡିଆ ରିପୋର୍ଟ ଅନୁସାରେ ସୁଶାନ୍ତ ସିଂହ ରାଜପୁତ ଲଦ୍ଦାଖରେ ନିଜର ଫିଲ୍ମ ଶୁଟିଙ୍ଗ ପାଇଁ ଯାଇଛନ୍ତି । କିନ୍ତୁ ରିୟା ଚକ୍ରବର୍ତ୍ତୀ ସେଠି ଖାଲି ବୁଲିବାକୁ ଯାଇଛନ୍ତି । ଖବର ଆସୁଛି କି ଦୁଇ ଜଣ ପରସ୍ପରକୁ ଡେଟ କରୁଛନ୍ତି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ରିଲେଶନଶିପ ଅଫିଶିୟାଲି ହୋଇ ନାହିଁ ।

ଅଙ୍କିତା ଲୋଖେଣ୍ଡଙ୍କୁ କରି ସାରିଛନ୍ତି ଡେଟ

ରିୟା ଚକ୍ରବର୍ତ୍ତୀଙ୍କ ପୂର୍ବରୁ ସୁଶାନ୍ତ ସିଂହ ରାଜପୁତଙ୍କର ନାମ ଅଙ୍କିତା ଲୋଖେଣ୍ଡଙ୍କ ସହ ବି ଯୋଡାସରିଛି । ଅଙ୍କିତା ଲୋଖେଣ୍ଡ ଓ ସୁଶାନ୍ତ ସିଂହ ରାଜପୁତ ବି ପରସ୍ପରକୁ ବହୁତ ସମୟ ହେବ ଡେଟ କରି ସାରିଛନ୍ତି । କିନ୍ତୁ ପରେ ଦୁଇ ଜଣଙ୍କର ବ୍ରେକଅପ ହୋଇଗଲା । କହିଦେଉଛୁ କି ଅଙ୍କିତା ଲୋଖେଣ୍ଡଙ୍କ ସହିତ ସୁଶାନ୍ତ ଙ୍କର ସମ୍ପର୍କ ବହୁତ ମଜବୁତ ଥିଲା, କିନ୍ତୁ ବଲିଉଡରେ ଆସିବା ପରେ ଦୁଇ ଜଣଙ୍କର ବ୍ରେକଅପ ହୋଇଗଲା ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।