ଅଲଗା ହେବେ Nusrat-Nikhil ! ବିବାଦ ବଢିଲା ପରେ Nusrat କହିଲେ “ନିଖିଲ ଙ୍କୁ ବିବାହ କରିନି, ରିଲେସନ….”

ଟିଏମସି ସାଂସଦ ଏବଂ ବଂଗାଳୀ ଅଭିନେତ୍ରୀ ନୁସରତ ଜାହାଁ ବ୍ୟବସାୟୀ ନିଖିଲ ଜୈନଙ୍କୁ ୨୦୧୯ ମସିହାରେ ତୁର୍କୀ ରେ ବିବାହ କରିଥିଲେ। ନୁସରତ ନିଜେ ତାଙ୍କ ବିବାହର ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଥିଲେ କିନ୍ତୁ ଏବେ ଅଭିନେତ୍ରୀ ଜଣକ କହୁଛନ୍ତି ତାଙ୍କ ବିବାହ ମାନ୍ୟ ନୁହେଁ।

ପ୍ରକୃତରେ କିଛି ସମୟ ପୂର୍ବରୁ ନୁସରତ ଏବଂ ନିଖିଲଙ୍କ ମନାନ୍ତର ଖବର ଆସିଥିଲା। ନିଖିଲ କହିଥିଲେ ସେ ୬ମାସ ହେଲାଣି ଦୁହେଁ ଏକାଠି ନାହାଁନ୍ତି। ଯେତେବେଳେ ନୁସରତ ଗର୍ଭବତୀ ହେବାର ଖବର ଜାଣିଲେ, ନିଖିଲ କହିଥିଲେ ସେ ଏହି ବିଷୟରେ କିଛି ବି ଜାଣି ନାହାନ୍ତି ଏବଂ ଯଦି ବି ସେ ଗର୍ଭବତୀ ଅଛନ୍ତି ତେବେ ସେ ଛୁଆ ତାଙ୍କର ନୁହେଁ ବୋଲି କହିଛନ୍ତି।ସେ କହିଲେ ଯାହାବି ଆଇନଗତ ବିଷୟ ଏବଂ ସେ ଏହା ବିଷୟରେ ଯାହାବି କହିଲେ ମୁଁ ସେହି ବିଷୟରେ କୈାଣସି ଟିପ୍ପଣୀ ରଖିବାକୁ ଚାହୁଁନି।

କାରଣ ମାମଲା ବର୍ତ୍ତମାନ କୋର୍ଟରେ ଅଛି ଏବଂ ମୁଁ ବି କେସ୍ କରିଛି ତେଣୁ ମୁଁ ଏହି ବିଷୟରେ କିଛି କହିବାକୁ ଚାହୁଁନି। ଆମେ ଅଲଗା ହୋଇସାରିଛୁ, ଗତବର୍ଷ ନଭେମ୍ବର ମାସଠାରୁ ଆମେ ଦୁହେଁ ଅଲଗା ରହୁଛୁ ଏବେ ନୁସରତ ଜାହାଁ ଏହି ମାମଲା ଉପରେ ଟିପ୍ପଣୀ ରଖିଛନ୍ତି।

ସେ କହିଲେ ଗୋଟିଏ ବିଦେଶୀ ଭୂମି ହୋଇଥିବା କାରଣରୁ ତୁର୍କୀ ବିବାହ ଅନୁସାରେ ଏହା ଅମାନ୍ୟ ଅଟେ। ଏହାଛଡା ଏହା ଏକ ଦୁଇ ଧର୍ମ ମଧ୍ୟରେ ହୋଇଥିବା ବିବାହ। ସେଥିପାଇଁ ଭାରତର ବିଧିବିଧାନ ଅନୁସାରେ ଏହି ବିବାହ ମାନ୍ୟତା ପାଇବା ନିହାତି ଆବଶ୍ୟକ ଥିଲା

କିନ୍ତୁ ଏହା ହୋଇପାରିଲା ନାହିଁ। ଆଇନ୍ ଅନୁଯାୟୀ ଏହି ବିବାହ ସମ୍ପନ୍ନ ହୋଇ ନଥିଲା ଯାହାକୁ ଏକ ସମ୍ପର୍କ କିମ୍ବା ପ୍ରମ ସମ୍ପର୍କରେ ରହିଛୁ ବୋଲି କୁହାଗଲା। ସେଥିପାଇଁ ଛାଡ଼ପତ୍ର ର ପ୍ରଶ୍ନ ହିଁ ଉଠୁନାହିଁ‌। ଆମେ ବହୁତ ଦିନ ପୁର୍ବରୁ ଅଲଗା ହୋଇ ଯାଇଥିଲୁ କିନ୍ତୁ ମୁଁ ଏହି ବିଷୟରେ କେବେ କଥା ହୁଏନାହିଁ କାରଣ ମୁଁ ମୋ ବ୍ୟକ୍ତିଗତ ଜୀବନକୁ ନିଜ ପାଖରେ ସୀମିତ ରଖିବାକୁ ଚାହୁଁଥିଲି। ଆମର କଥିତ ବିବାହ ଆଇନ ଅନୁଯାୟୀ ଅମାନ୍ୟ ଅଟେ ଏବଂ ଏହା କାନୁନ ନଜରରେ ବିବାହ ତ ଯମାବି ନୁହେଁ।

ନୁସରତ ଏବଂ ନିଖିଲଙ୍କ ମଧ୍ୟରେ ସମସ୍ୟା ବଢ଼ି ଚାଲିଛି।ନିଖିଲ ମଧ୍ୟ କେଶ୍ ଫାଇଲ୍ କରିଛନ୍ତି। ସେ କୁହନ୍ତି ନୁସରତ ମୋ ସହିତ ନୁହେଁ ବରଂ ଆଉ କାହା ସହ ରହିବାକୁ ଚାହାଁନ୍ତି। ଏହା ସହିତ ପପୁଲାର ଅଭିନେତା ୟସ୍ ଦାସ ସହ ସମ୍ପର୍କ ଅଛି ବୋଲି ଖବର ମିଳୁଛି। କୁହାଯାଏ ଦୁହେଁ ଗତବର୍ଷ ରାଜସ୍ଥାନ ଟ୍ରିପରେ ଯାଇଥିଲେ ଏବଂ ସେଠାରେ ଦୁହିଁଙ୍କ ସମ୍ପର୍କ ନିବିଡ଼ ହୋଇଥିଲା କିନ୍ତୁ ୟସ୍ ଦାସ ଏହି ସମ୍ପର୍କ ବିଷୟରେ କୈାଣସି ପ୍ରତିକ୍ରିୟା ରଖି ନାହାନ୍ତି।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।