କେବଳ ଏହି ଚିକିତ୍ସାରେ ମାତ୍ର 12 ଘଣ୍ଟାରେ ହିଁ ଭଲ ହେଇ ଯାଉଛନ୍ତି କରୋନା ରୋଗୀ, ଜାଣନ୍ତୁ ଏହା କଣ ଓ ଏଥିରେ କିପରି ହୁଏ ଚିକିତ୍ସା ?

କରୋନା ରୋଗ ପାଇଁ ଅନେକ ଅନେକ ଚିକିତ୍ସା ଏବଂ ଔଷଧର‌ ବ୍ୟବହାର କରାଗଲା । କେଉଁଥିରେ ସଫଳତା ମିଳିଲା ଏବଂ କେଉଁଥିରେ ଆଗକୁ ଯାଇ ସେଥିରେ ପ୍ରତିବନ୍ଧକ ଲଗାଗଲା ।

ରୋଗୀଙ୍କ ଚିକିତ୍ସା କିପରି ହେବ ସେହି ବିଷୟରେ ଚର୍ଚ୍ଚା ଚାଲୁଅଛି ଏବଂ ଏହା ଭିତରେ ଦିଲ୍ଲୀରେ ଥିବା ସାର୍ ଗଙ୍ଗାରାମ ଏକ ଘରୋଇ ହସ୍ପିଟାଲରୁ ଭଲ ଖବର ଆସିଲା । ସେହି ହସ୍ପିଟାଲରେ ଦୁଇ ଜଣଙ୍କୁ କରୋନା ହୋଇଥିଲା । ସେହି ଦୁଇ ରୋଗୀଙ୍କୁ REGCov2 ର କରାଯାଇଥିଲା ବ୍ୟବହାର । ପ୍ରଥମ ରୋଗୀଙ୍କ ବୟସ ୩୬ ବର୍ଷ ଏବଂ ଦ୍ୱିତୀୟ ରୋଗୀଙ୍କ ବୟସ ୮୦ ବର୍ଷ ।

ଦୁଇଜଣଙ୍କ ଉପରେ ମୋନୋକ୍ଲୋନଲ ଆଣ୍ଟିବଡି ର ବ୍ୟବହାର କରାଗଲା ଯାହାର ଭଲ ଫଳାଫଳ ମଧ୍ୟ ବାହାରିଲା । ପ୍ରଥମେ ଯେଉଁ ରୋଗୀ ଥିଲେ ୩୬ ବର୍ଷୀୟ ତାଙ୍କୁ ଅଧିକ ଜ୍ୱର ହୋଇଥିଲା, ଶରୀରରେ ଯନ୍ତ୍ରଣା, ମାଂସପେଶୀରେ ଯନ୍ତ୍ରଣା ଏବଂ ରକ୍ତ ପରିକ୍ଷାରେ ଟିଏଲସି ୨୬୦୦ ଥିଲା ଏବଂ ସିଟି ସ୍କାନରେ ତାଙ୍କର ପରିବର୍ତ୍ତନ ଆସି ଯାଇଥିଲା । ଦ୍ଵିତୀୟ ରେ ତାହାକୁ ରୋଗର ଷଷ୍ଠ ଦିନ ଏହି ମୋନୋକ୍ଲୋନଲ ଆଣ୍ଟିବଡି ସହିତ ଚିକିତ୍ସା କଲୁ, ଏହା ସହିତ ପାରାମିଟର ଯାହା ଟିଏଲସି ୨୬୦୦ ଥିଲା ୧ ଘଣ୍ଟା ମଧ୍ୟରେ ୫ ରୁ ୬ ହଜାର ଭଳି ହୋଇଗଲା ।

ତାର ସମସ୍ତ ଲକ୍ଷଣ ସମାପ୍ତ ହୋଇଗଲା । ଦ୍ବିତୀୟ ରୋଗୀ ଯିଏ ୮୦ ବର୍ଷର ବୃଦ୍ଧ ଥିଲେ ମଧୁମେହ ଏବଂ ରକ୍ତଚାପ ରୋଗର ମଧ୍ୟ ଥିଲା ତାଙ୍କ ଠାରେ । ତାଙ୍କର ଅମ୍ଳଜାନ ପ୍ରବାହିତ ୯୦% ପର୍ଯ୍ୟନ୍ତ ହେଉଥିଲା । ତାଙ୍କୁ ରୋଗର ୫ମ ଦିନ ସେ ହସ୍ପିଟାଲକୁ ଆସିଲେ । ତାଙ୍କର ସିଟି ସ୍କାନ ହୋଇଥିଲା ଯାହାଫଳରେ ତାଙ୍କ ଠାରେ ବଡ଼ ରୋଗ ମଧ୍ୟ ଅଛି ‌ବୋଲି ପ୍ରମାଣ ମିଳିଲା । ଏତେ ସମସ୍ୟା ଥାଇ ମଧ୍ୟ ଆମେ ତାଙ୍କ ଶରୀରରେ ମୋନୋକ୍ଲୋନଲ ଆଣ୍ଟିବଡି ତାଙ୍କୁ ଦିଆଗଲା ।

ଏହାର ୧୨ ଘଣ୍ଟା ମଧ୍ୟରେ ତାଙ୍କ ଶରୀରରେ ଅନେକ ପରିବର୍ତ୍ତନ ଆସିଥିଲା । ତାଙ୍କ ଜ୍ୱର ଭଲ ହୋଇଗଲା ଏବଂ ଅମ୍ଳଜାନ ର ମାତ୍ରା ବି ବଢ଼ିଗଲା । ଦୁଇ ରୋଗୀଙ୍କୁ ଏହି REGCov2 ଭ୍ୟାକସିନ୍ ଦେଲାପରେ ୧୨ ଘଣ୍ଟା ପରେ ତାଙ୍କୁ ଛୁଟି ଦିଆ ଯାଇଥିଲା । ପ୍ରଥମ ରୋଗୀ ଜଣକ ଜବାନ ଥିଲା ବେଳେ ଦ୍ଵିତୀୟ ରୋଗୀ ଅନେକ ବଡ଼ ବଡ଼ ରୋଗର ଶିକାର ଥିଲେ । ଏହି ରୋଗୀଙ୍କ ଚିକିତ୍ସା ଅଳ୍ପ ସମୟ ମଧ୍ୟରେ ସମାପ୍ତ କରିଥିଲେ ।

ଡାକ୍ତରଙ୍କ କହିବା ଅନୁଯାୟୀ ଏହି ଔଷଧ ଆଗକୁ ଯାଇ କୋଭିଡ୍ ର ମୂଲ୍ୟକୁ କମ୍ କରିବ ଏବଂ ଦ୍ଵିତୀୟ ରେ ଯେଉଁ ସ୍ଟେରଏଡର ବ୍ୟବହାର କୁ କମ୍ କରିବ । ଏହା ମଧ୍ୟ କୁହାଯାଉଛି ଯେକୌଣସି ରୋଗ ଜୀବାଣୁ, ଭୂତାଣୁ ଅନ୍ୟାନ୍ୟ ସଂକ୍ରମଣ ଦ୍ଵାରା ହୋଇଥିଲେ ମଧ୍ୟ ଏହା ଔଷଧ ଦ୍ବାରା ଏହାର ଉପଚାର କରାଯାଇ ପାରିବ । ଏହି ଭ୍ୟାକସିନ ସମସ୍ତ ପରିବର୍ତ୍ତନ ନେଇ ଆସିବ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ସୂଚନା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ଧନ୍ୟବାଦ