Special Report: କେବଳ Sonu ଙ୍କୁ ଦେଖା କରିବା ପାଇଁ Hyderabad ରୁ Mumbai ପାଦରେ ଚାଲି ଚାଲି ଆସିଲେ ତାଙ୍କ ଫ୍ୟାନ୍ସ, ତା’ ପରେ Sonu କହିଲେ କିଛି ଏମିତି…

ପୁରା ଦେଶରେ କୋରୋନା ମହାମାରି ସମୟରେ ଯେତେବେଳେ ଦୁଖୀ ଓ ନିରୀହ ଲୋକ ମାନେ ଅସୁବିଧାର ସମୁଖିନ୍ନ ହେଉଛନ୍ତି ସେତେବେଳେ ତାଙ୍କର ଭଗବାନ ଓ ମସିହା ସାଜି ବଲିଉଡ ଅଭିନେତା ସୋନୁ ସୂଦ ସେହି ଗରିବ ଦୁଖୀ ଲୋକ ମାନଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି ।

ଅଭିନେତା ଶୋନୁ ସୂଦ ନିଜର ଚେଷ୍ଟା ବଳରେ ଦେଶର ଲକ୍ଷ ଲକ୍ଷ ଲୋକଙ୍କୁ ସାହାଜ୍ୟ କରିବାକୁ ଆଗେଇ ଆସିଛନ୍ତି । ଅସହାୟ ମାନଙ୍କର ସାହା ହୋଇ ଓ ଦୁଖି ମାନଙ୍କର ଦାତା ହୋଇ ଅଭିନେତା ସୋନୁ ସୂଦ ଆଗେଇ ଆସିଛନ୍ତି । ବିପଦରେ ପଡିଥିବା ବ୍ୟକ୍ତିଙ୍କୁ ସାହାଜ୍ଯ କରିବା ପାଇଁ ସେ କେବେ ବି ପଛଘୁଞ୍ଚା ଦିଅନ୍ତି ନାହି ବରଂ ଆଗକୁ ଆସି ସାହାଜ୍ୟର ହାତ ବଢେଇଥାନ୍ତି ।

କୋରୋନା ଭାଇରସ ବ୍ୟାପିବା ସମୟରେ ଦେବଦୂତ ସାଜି ଲୋକ ମାନଙ୍କୁ ସାହାଜ୍ଯ କରିବା ପାଇଁ ସୋନୁ ସୂଦ ନିଜର ପ୍ରୟାସ ଜାରି ରଖିଛନ୍ତି । ଏହି ସାହାଜ୍ଯକୁ ଶ୍ରମିକ ଭାଇ ମାନେ ଭୁଲି ପାରି ନାହାନ୍ତି ବରଂ ନିଜ ଦୁଖ ଜଣାଇବାକୁ ଶ୍ରମିକ ଭାଇମାନେ ତାଙ୍କ ଘରକୁ ମଧ୍ୟ ଆସୁଛନ୍ତି । ଏଭଳି ନିସ୍ବାର୍ଥପର ଓ ପରୋପକାରୀ ବ୍ୟକ୍ତିଙ୍କୁ କେବେଳେ ଶ୍ରମିକ ମାନେ ନୁହେ ବରଂ ଛାତ୍ରଛାତ୍ରୀ ମାନଙ୍କ ଠାରୁ ଆରମ୍ଭ କରି ଦେଶର ଯୁବକ ଯୁବତୀ ମାନେ ସମସ୍ତେ ତାଙ୍କର ଫ୍ୟାନ ହୋଇଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି କହିବାକୁ ଯାଉଛୁ ଯାହାକୁ ଦେଖିଲେ ଆପଣ ମାନେ ଜାଣି ପାରିବେ ଯେ ଲୋକ ମାନଙ୍କ ମନରେ ସୋନୁ ସୂଦଙ୍କ ପ୍ରତି କେତେ ଭଲ ପାଇବା ଓ ସମାନ ରହିଛି । ଏଭଳି ଏକ ଦୃଶ୍ୟ ସାମନାକୁ ଆସିଛି ଯାହା ହୁଏ ତ ଆଗରୁ କେହି କେବେ ଶୁଣି ନ ଥିବେ । ଜଣେ ଛାତ୍ର ହାଇଦ୍ରାବାଦରୁ ଅଭିନେତା ସୋନୁ ସୂଦଙ୍କୁ ଦେଖା କରିବା ପାଇଁ ଚାଲି ଚାଲି ଆସି ମୁମ୍ବଇରେ ପହଞ୍ଚିଛନ୍ତି । ସୂଚନା ଅନୁସାରେ ଛାତ୍ର ଜଣଙ୍କର ନାଁ ହେଉଛି ଭେଙ୍କେଟିସ ଯିଏ ହାଇଦ୍ରାବାଦରେ ରୁହନ୍ତି । ଏହି ଛାତ୍ର ଜଣକ ପିଲାଦିନୁ ନିଜ ମାଙ୍କୁ ହରାଇଛନ୍ତି ।

ବର୍ତ୍ତମାନ ତାଙ୍କ ପିତାଙ୍କର ସ୍ୱାସ୍ଥ୍ୟ ଖରାପ ଥିବାରୁ ତାଙ୍କ ମନରେ ଡର ରହିଛି ଯେ ସେ ଯେମିତି ଅନାଥ ନ ହୋଇ ଯାଆନ୍ତୁ । ସେଥିପାଇଁ ସୋନୁ ସୂଦ ତାଙ୍କୁ ସାହାଜ୍ଯ କରିବେ କି ନାହି ତାହା ବିଚାର ନ କରି ଏହି ଛାତ୍ର ଜଣକ ତାଙ୍କୁ କେବଳ ଦେଖା କରିବା ପାଇଁ ହାଇଦ୍ରାବାଦରୁ ମୁମ୍ବାଇ ଆସିଛନ୍ତି । ଏହି ବିଷୟରେ ଜାଣିବା ପରେ ସୋନୁ ସୂଦ ନିଜ ସୋସିଆଲ ଆକାଉଣ୍ଟରେ ଶେୟାର କରି କହିଛନ୍ତି ଯେ ” ତୁମ ସମସ୍ତଙ୍କ ଭଲ ପାଇବା ପାଇଁ ବହୁତ ଧନ୍ୟବାଦ, ଦୟାକରି ଏଭଳି କରି ନିଜ ଜୀବନକୁ ବିପଦରେ ପକାନ୍ତୁ ନାହି, ମୁଁ ଆପଣମାନଙ୍କୁ ଯେତେ ଭଲ ପାଏ ଆପଣ ମାନେ ମଧ୍ୟ ମୋତେ ସେତିକି ଭଲ ପାଇବା ଦେଇଛନ୍ତି “।

ଶେଷରେ ଛାତ୍ରଟି ସୋନୁଙ୍କ ସହ ଦେଖା କରିବା ପରେ ସୋନୁ ତାଙ୍କର ଭଲ ମନ୍ଦ ବୁଝି ତାଙ୍କ ସହ ଫୋଟୋ ନେଇ ନିଜ ସୋସିଆଲ ମିଡିଆରେ ସେୟାର କରି କହିଛନ୍ତି ଯେ ” ତୁମେ ମୋ ପାଇଁ ପ୍ରେରଣା ହୋଇପାରିଛ “।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।