Bollywood ହିରୋଇନ Sonam Kapoor ଙ୍କ ଲାଇଫ ଷ୍ଟାଇଲ, ଇନକମ, ଘର, ସ୍ଵାମୀ ଓ କେତେ ସମ୍ପତ୍ତି ଅଛି ତାଙ୍କ ପାଖରେ ଦେଖନ୍ତୁ

ସୋନମ୍ କପୁରଙ୍କ ଲାଇଫ୍ ଷ୍ଟାଇଲ ବିଷୟରେ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ। ଜାଣନ୍ତୁ ତାଙ୍କର ଆୟ, ସ୍ବାମୀ,ଘର,କାର୍, ପରିବାର, ବାୟୋଗ୍ରାଫି ଏବଂ ସମ୍ପତ୍ତି ବିଷୟରେ। ଆଜି ଆମେ କଥା ହେବା ବଲିଉଡ ଅଭିନେତା ଅନିଲ କପୁରଙ୍କ ଝିଅ ସୋନମ୍ କପୁର। ସୋନମ୍ କପୁରଙ୍କୁ ତ ଆପଣ ଜାଣିଥିବେ। ସେ ‘ଡଲି କି ଡୋଲୀ’, ‘ମିର୍ଜା’ ଏବଂ ‘ସଞ୍ଜୁ’ ଭଳି ହିଟ୍ ଫିଲ୍ମରେ କାମ କରିଛନ୍ତି। ଆଜି ଆମେ ଆପଣଙ୍କୁ ତାଙ୍କର ଲାଇଫ୍ ଷ୍ଟୋରି ବିଷୟରେ କହିବୁ। ତାଙ୍କର ପ୍ରକୃତ ନାମ ସୋନମ୍ କପୁର ଆହୁଜା ଏବଂ ତାଙ୍କ ଡାକ ନାଁ ସୋନା।

ପ୍ରଫେସନରୁ ସେ ଜଣେ ଅଭିନେତ୍ରୀ ଅଟନ୍ତି। ତାଙ୍କର ଜନ୍ମ ମୁମ୍ବାଇ, ମହାରାଷ୍ଟ୍ର ୯ ଜୁନ ୧୯୮୫ ମସିହାରେ ହୋଇଥିଲା। ୨୦୨୧ ମସିହା ହିସାବରେ ସେ ୩୬ ବର୍ଷୀୟ ଅଟନ୍ତି। ସେ ତାଙ୍କ ପାଠପଢ଼ା ମୁମ୍ବାଇର ଆର୍ୟା ବିଦ୍ୟା ମନ୍ଦିରରୁ ଆରମ୍ଭ କରିଥିଲେ।

ଏହାପରେ ସେ କଲେଜର ପଢା ମୁମ୍ବାଇ ଅଫ୍ ୟୁନିଭରସିଟିରେ କରିଥିଲେ। ଆଗକୁ ସେ ପଢ଼ିବାକୁ ଲଣ୍ଡନ ଚାଲିଗଲେ। ଏକଥା ବହୁତ କମ୍ ଲୋକ ଜାଣିଛନ୍ତି ଯେ ସୋନମ୍ ୧୫ ବର୍ଷ ବୟସରେ ସେ ୱେଟର୍ କାମ କରିଥିଲେ। ଫିଲ୍ମ କ୍ୟାରିୟର ଆରମ୍ଭ କରିବା ପୂର୍ବରୁ ସେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ସୋନମ୍ ତାଙ୍କର ପ୍ରଥମ ଫିଲ୍ମରେ କାମ କରିବା ପାଇଁ ୩୫ କିଲୋ ଓଜନ କମ୍ କରିଥିଲେ।

ଏବେ କଥା ହେବା ତାଙ୍କ ଫିଲ୍ମ କ୍ୟାରିୟର ବିଷୟରେ। ତାଙ୍କର ଫିଲ୍ମ କ୍ୟାରିୟର ଏତେବି ସହଜ ନଥିଲା। ସେ ଜଣେ କଳାକାର ପରିବାରରୁ ଥିଲେ ମଧ୍ୟ ତାଙ୍କ ପରିବାରର ସାହାଯ୍ୟ ନେଇ ନଥିଲେ। ପ୍ରଥମେ ସେ ସଞ୍ଜୟ ଲୀଲା ଭନ୍ସାଲୀ ସହ ସହାୟତା ନିର୍ଦ୍ଦେଶକ ରୂପେ କାମ କଲେ ଯାହା ୨୦୦୫ ମସିହାରେ ଫିଲ୍ମ ‘ବ୍ଲାକ୍’ ରେ ରାନୀ ମୁଖାର୍ଜୀ ଏବଂ ଅମିତାଭ ବଚ୍ଚନଙ୍କ ସହ କାମ କରିଥିଲେ ।୨୦୦୭ ସେ ତାଙ୍କର ପ୍ରଥମ ଫିଲ୍ମ ସାୱରିଆ ଜରିଆରେ ଡେବ୍ୟୁ କରିଥିଲେ ହେଲେ ସେହି ଫିଲ୍ମ ଫ୍ଲପ୍ ହୋଇଥିଲା। ଅନେକ ଫିଲ୍ମ ଫ୍ଲପ୍ ପରେ ମଧ୍ୟ ସେ ଲୋକପ୍ରିୟତା ହାସଲ କରିଥିଲେ।

ପରିବାର- ଏବେ କଥା ହେବା ତାଙ୍କ ପରିବାର ବିଷୟରେ । ତାଙ୍କ ବାପା ଅନିଲ୍ କପୁର ଏବଂ ମା ସୁନିତା କପୁର ଯିଏ ଜଣେ ଡିଜାଇନର୍ ଅଟନ୍ତି। ତାଙ୍କ ଭାଇ ହର୍ଷବର୍ଦ୍ଧନ କପୁର ଯିଏ ଅଭିନେତା ଅଟନ୍ତି ଏବଂ ଭଉଣୀ ରିୟା କପୁର ଜଣେ ଭାରତୀୟ ସିନେମା ଜଗତର ପ୍ରଯୋଜକ ଅଟନ୍ତି। ସୋନମ୍ ୨୦୧୮ ମସିହାରେ ସ୍ବାମୀ ଆନନ୍ଦ ଆହୁଜାଙ୍କୁ ବିବାହ କରିଥିଲେ ଯିଏ ଜଣେ ବ୍ୟବସାୟୀ ଅଟନ୍ତି।


ଘର- ତାଙ୍କ ଘର ମୁମ୍ବାଇ ରେ ଥିଲେ ମଧ୍ୟ ସେ ଦିଲ୍ଲୀରେ ତାଙ୍କ ସ୍ବାମୀଙ୍କ ସହ ରୁହନ୍ତି। କାର୍- ତାଙ୍କ ପାଖରେ BMW 730 LD ଯାହା ୧.୩୮ କୋଟି ଟଙ୍କାର କାର୍ ଅଛି। ଆଉ ଏକ ଗାଡ଼ି ମଡ୍ସିଡିଜ୍ ବେନ୍ଜ S400 ଯାହାର ମୂଲ୍ୟ ୧.୩୧ କୋଟି ଟଙ୍କାର ଅଛି। ଏହାପରେ ତାଙ୍କର ଅଡି- Q7 ଯାହା ୭୦ ଲକ୍ଷ ଏବଂ ଲ୍ୟାଣ୍ଡ ରୋଭର୍ ରେଞ୍ଜ ରୋଭର୍‌ ସ୍ପୋର୍ଟ ଗାଡ଼ି ୯୦ ଲକ୍ଷ ଟଙ୍କାର ଅଛି। ଏହାପରେ ମଡ୍ସିଡିଜ୍ ମେବ୍ୟାକ୍ ଏସ୍-୫୦୦ ଯାହାର ମୂଲ୍ୟ ୧.୮୬ କୋଟି ଟଙ୍କାର ଗାଡ଼ି ଅଛି।

ଆୟ- ସୋନମ୍ କପୁର ଗୋଟିଏ ଫିଲ୍ମ କରିବା ପାଇଁ ପାଖାପାଖି ୫-୭ କୋଟି ଟଙ୍କା ନିଅନ୍ତି। ଏହାପରେ ସେ ଗୋଟିଏ ବିଜ୍ଞାପନ ପାଇଁ ୨ କୋଟି ଟଙ୍କା ନିଅନ୍ତି। ତାଙ୍କର ସମ୍ପୂର୍ଣ୍ଣ ସମ୍ପତ୍ତି ବର୍ତ୍ତମାନ ୯୫ କୋଟି।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ