ଫିଲ୍ମ ‘ହୀନା” ର ଗୀତ “ମେ ହୁଁ ଖୁସରଙ୍ଗ ହୀନା” ରୁ ଫେମସ ହୋଇଥିବା ଏହି ଅଭିନେତ୍ରୀ ଙ୍କର ଏହା ହେଉଛି ରିଅଲ ଲାଇଫ ଫାମିଲି

ବଲିଉଡରେ ଅଭିନୟ କରୁଥିବା ଅଭିନେତ୍ରୀ ଓ ଅଭିନେତା ମାନେ ନିଜର ଜବରଦସ୍ତ ଅଭିନୟ ପାଇଁ ଖୁବ ଲୋକପ୍ରିୟ ହୋଇପାରିଛନ୍ତି । କିଛି ଅଭିନେତା ଓ ଅଭିନେତ୍ରୀ ମାନେ ନିଜର ଷ୍ଟାଇଲ, ପର୍ଫୋମାଂସ, ଅନ୍ଦାଜ ପାଇଁ ବଲିଉଡ ଜଗତରେ ନିଜ ପାଇଁ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି । ଏମିତି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜର ସାନଦାର ଅଭିନୟ ପାଇଁ ଆଜି ବି ଦର୍ଶକ ମାନଙ୍କ ହୃଦୟରେ ଘର କରି ରହିପାରିଛନ୍ତି । ଆଜି ଆମେ ଆପଣ ମାନକୁ ଏମିତି ଏକ ଅଭିନେତ୍ରୀଙ୍କ ବାସ୍ତବ ଜବନ ବିଷୟରେ କହିବାକୁ ଯାଉଛୁ ଯାହା କେହି କେବେ ଶୁଣିନ ଥିବେ ।

“ହୀନା” ଫିଲ୍ମର ଅଭିନେତ୍ରୀ ଓ “ମେ ହୁଁ ଖୁସ ରଙ୍ଗ ହେନା” ସଙ୍ଗର ଅଦାକାରା ଅଭିନେତ୍ରୀ ଭାବେ “ଜେବା ବଖତିୟାର” ଖୁବ ଲୋକପ୍ରିୟ ହୋଇ ପାରିଥିଲେ । ଏହି ଅଭିନେତ୍ରୀ ଜଣକ “ହୀନା” ଫିଲ୍ମରେ ଅଭିନୟ କରି ଲୋକପ୍ରିୟ ହେବା ସହ ବଲିଉଡ ଦୁନିଆକୁ ଅନେକ ବ୍ଲକ ବାଷ୍ଟର ଫିଲ୍ମ ଦେଇଛନ୍ତି । ଏହି ଅଭିନେତ୍ରୀ ଜଣକ ପାକିସ୍ତାନ ଦେଶର ଏକ ମୁସଲିମ ପରିବାରର ଝିଅ ଅଟନ୍ତି । ତାଙ୍କ ପରିବାରରେ ୧୧ ଜଣ ସଦସ୍ୟ ଅଛନ୍ତି ଯେଉଁଥିରେ ତାଙ୍କ ମାତାପିତା, ଦୁଇ ଭାଇ, ଗୋଟେ ଭଉଣୀ ଓ ତାଙ୍କର ତିନୋଟି ସ୍ଵାମୀଙ୍କ ସହ ଗୋଟେ ଛୁଆ ମଧ୍ୟ ଅଛନ୍ତି ।

ତାଙ୍କ ପିତାଙ୍କ ନାମ ୟାୟା ବଖତିୟାର ଅଟେ ଯିଏ ଜଣେ ଓକିଲ ଓ ପଲିଟିସିଆନ ଭାବେ ପରିଚିତ ଅଟନ୍ତି । ତାଙ୍କ ପିତା ସୋସିଆଲ ମିଡିଆ ଠାରୁ ଅନେକ ଦୂରରେ ରୁହନ୍ତି । ଏହି ଅଭିନେତ୍ରୀଙ୍କ ମାତାଙ୍କ ନାମ ସଲବିୟା ଅଟେ ଯିଏ ଜଣେ ଭଲ ହାଉସ ୱାଫ ଅଟନ୍ତି । ତାଙ୍କ ମା ଘରକୁ ବେଶ ଭଲ ଭାବରେ ସମ୍ଭାଳିଛନ୍ତି । ତାଙ୍କ ମା ଲାଇମ ଲାଇଟରୁ ଅନେକ ଦୂରରେ ରୁହନ୍ତି । ତାଙ୍କ ଭାଇ ସଲିମ ବଖତିୟାର ଓ କରିମ ବଖତିୟାର ଅଟନ୍ତି ।

ତାଙ୍କ ଭଉଣୀ ସାରିକା ବଖତିୟାର ଅଟନ୍ତି । ତାଙ୍କ ଭାଇ ଓ ଭଉଣୀ ଲାଇମ ଲାଇଟରୁ ଅନେକ ଦୂରରେ ରହିଛନ୍ତି । ତାଙ୍କ ଦୁଇ ଭାଇ ଭଲ ଡାକ୍ତର ଭାବେ କାମ କରନ୍ତି । ତାଙ୍କ ଭାଇ ଓ ଭଉଣୀ କ୍ଯାରିଅରକୁ ନେଇ ବହୁତ ସଫଳତା ହାସଲ କରିଛନ୍ତି । ତାଙ୍କ ପର୍ଶନାଲ ଲାଇଫ ବିଷୟରେ କହିବାକୁ ଗଲେ ସେ ତାଙ୍କ ଜୀବନରେ ତିନି ଥର ବିବାହ କରିଛନ୍ତି । ପ୍ରଥମ ସ୍ଵାମୀ ଜାବେଦ ଆଫ୍ରି ଯାହାଙ୍କ ସହ ୧୯୯୭ରେ ସେ ବିବାହ କରିଥିଲେ ମଧ୍ୟ ଦୁହେଁ ୧୯୮୦ରେ ପରସ୍ପର ଠାରୁ ଅଲଗା ହୋଇ ଯାଇଥିଲେ ।

ଏହା ପରେ ସେ ସଲମାନଙ୍କ ସହ ବିବାହ କରିଥିଲେ । କିନ୍ତୁ ତାଙ୍କର ଏହି ସମ୍ପର୍କ ମଧ୍ୟ ବେଶି ଦିନ ଯାଏ ତିଷ୍ଠି ପାରି ନ ଥିଲା । ଏହା ପରେ ୧୯୯୩ରେ ଅର୍ନାନ ସ୍ଵାମୀଙ୍କ ସହ ବିବାହ କରିଥିଲେ । ଦୁହିଙ୍କର ଗୋଟେ ପୁଅ ମଧ୍ୟ ଅଛି ଯାହା ସହ ସେ ବେଶ ଖୁସିରେ ଜୀବନ ଅତିବାହିତ କରୁଥିଲେ ମଧ୍ୟ କିଛି ଦିନ ପରେ ଅଲଗା ହୋଇଯାଇଥିଲେ । ତାଙ୍କ ପୁଅ ଆଦାନ ସାମି ଖାନ ଯିଏ ଫିଲ୍ମ ପ୍ରଡୂସର ଭାବେ କାମ କରୁଛନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।