Ollywood ର ଫେମସ କମେଡିଆନ Suman Moharana ଙ୍କ Family & Biography

ବନ୍ଧୁଗଣ ଆପଣ ମାନେ ଓଡିଆ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା କଳାକାର ମାନଙ୍କୁ ବେଶ ଭଲ ଭାବରେ ଜାଣିଥିବେ । ଆପଣ ମାନେ ନିଶ୍ଚିନ୍ତ ଭାବେ ଓଡିଆ କଳାକାର ମାନଙ୍କ ବିଷୟରେ ଜାଣିବାକୁ ଇଛୁକ ଥିବେ ।

ସେମାନେ ତାଙ୍କର ସାନଦାର ଅଭିନୟ ପାଇଁ ଦର୍ଶକ ମାନଙ୍କ ଦିଲରେ ନିଜ ପାଇଁ ଘର କରି ପାରିଛନ୍ତି । ଓଡିଆ ଜଗତରେ ଏମିତି କିଛି କଳାକାର ମାନେ ଅଛନ୍ତି ଯେଉଁ ମାନେ ନିଜର ହାସ୍ୟ କଥାକୁ ନେଇ ମଧ୍ୟ ବେଶ ଚର୍ଚ୍ଚାରେ ରହିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ହାସ୍ୟ ଅଭିନେତା ସୁମନ ମହାରଣାଙ୍କ ପରିବାର, ସମ୍ପତି ଓ ରିୟଲ ଲାଇଫ ବିଷୟରେ କିଛି ରୋମାଞ୍ଚକର କଥା କହିବାକୁ ଯାଉଛୁ ।

ସୁମନ ମହାରଣା ଜଣେ କଥାଚିତ୍ର ଓ ଦୂରଦର୍ଶନର ଅଭିନେତା ଅଟନ୍ତି । ସେ ଓଡିଆ ଜଗତରେ ହାସ୍ୟ କଳାକାର ଭାବେ ପରିଚିତ ଅଟନ୍ତି । ସେ ୨୦୦୪ରେ ଓଡିଆ ଇଣ୍ଡଷ୍ଟ୍ରିରେ “କଣ୍ଢେଇ ଆଖିରେ ଲୁହ” ଫିଲ୍ମରେ ଶିଶୁ କଳାକାର ଭାବେ ନିଜର ଅଭିନୟ କ୍ଯାରିୟର ଆରମ୍ଭ କରିଥିଲେ ।

ସେ ତାଙ୍କର ପ୍ରଥମ କଥାଚିତ୍ର ପାଇଁ ଶ୍ରେଷ୍ଠ ଶିଶୁ କଳାକାର ପୁରସ୍କାର ପାଇଥିଲେ । ସେ କଥାଚିତ୍ର “ଲକ୍ଷ୍ମୀପ୍ରତିମା” ପାଇଁ ଶ୍ରେଷ୍ଠ ହାସ୍ୟ ଅଭିନେତା ପୁରସ୍କାର ପାଇଥିଲେ । ସେ ଜଣେ ସାଧାରଣ ପରିବାରରେ ଜନ୍ମ ନେଇଥିଲେ । ସେ ଭୁବନେଶ୍ବର ଏକ ବସ୍ତିରେ ନିଜର ପିଲାଦିନ ବିତାଇଥିଲେ । ତାଙ୍କର ଉଚ୍ଚତା ୪ ଫୁଟ ହୋଇଥିବାରୁ ସେ ଅଧିକାଂଶ ଫିଲ୍ମରେ ବାମନ ଭୂମିକାରେ ନଜର ଆସନ୍ତି ।

ଅଭିନେତା ସୁମନ ଓଡିଆ ଚଳଚିତ୍ରରେ ଅଭିନୟ କରି ଖୁବ ଲୋକ ପ୍ରିୟ ହୋଇ ପାରିଛନ୍ତି । ସେ ଅନେକ ଓଡିଆ ଫିଲ୍ମରେ ଅଭିନୟ କରିବା ସହ ଓଡିଆ ଦୂରଦର୍ଶନରେ ଅନେକ ଧାରାବାହିକରେ ମଧ୍ୟ ଅଭିନୟ କରି ଖୁବ ଚର୍ଚ୍ଚାରେ ରହି ଆସିଛନ୍ତି । ସେ ଧାରାବାହିକ ବ୍ଯତୀତ ଅନେକ କାର୍ଯ୍ୟକ୍ରମରେ ଉପସ୍ଥାପକ ଭାବେ ଅଭିନୟ କରିଛନ୍ତି ।

ଦ୍ଵାଦଶ ଚଳଚିତ୍ର ଓ ଟେଲିଭିଜନ ଆୱାର୍ଡ ସୋ ଟାଇମ ୨୦୧୮ରେ ସୁମନଙ୍କୁ ତରଙ୍ଗ ଚ୍ୟାନେଲରେ ପ୍ରସିଦ୍ଧ ଧାରାବାହିକ  ତେଜସ୍ବିନୀ ପାଇଁ ଶ୍ରେଷ୍ଠ ହାସ୍ୟ ଅଭିନେତା ପୁରସ୍କାର ମିଳିଥିଲା । ସେ “କଣ୍ଢେଇ ଆଖିରେ ଲୁହ”, “ଲକ୍ଷ୍ମୀ ପ୍ରତିମା”, “ପ୍ରିୟା ମୋ ଆସିବ ଫେରି”, “ମାୟା”, “ତୁ ମୋ ଆଖିର ତାରା”, “ଜଗୁ ଅଟୋବାଲା”, “ଏ ମନ ମାନେନା”, “ହେଲା ମତେ ପ୍ରେମ ଜର”, “ଶୁଭ ବିବାହ”, “କିଛି ଖଟା କିଛି ମିଠା”, “ପହିଲି ରଜ”, “ଜବରଦସ୍ତ ପ୍ରେମିକ”, “ଆଇନ କାନୁନ”, “ମୂନା ଏ ଲଭ ଷ୍ଟୋରି”, “ପ୍ରେମ ରୋଗୀ”, “ସ୍ମାଇଲ ପ୍ଳିଜ” ଆଦି ସୁପରହିଟ ଫିଲ୍ମରେ ଅଭିନୟ କରିବାର ନଜର ଆସିଥିଲେ ।

ହାସ୍ୟ ଅଭିନେତା ସୁମନ ମହାରଣା ଗୋଟିଏ ଫିଲ୍ମ କରିବା ପାଇଁ ୨ରୁ ୩ଲକ୍ଷ ଟଙ୍କା ନେଇଥାନ୍ତି । ଗୋଟିଏ ସ୍ଟେଜ ସୋ କରିବା ପାଇଁ ୩୦ରୁ ୫୦ ହଜାର ଟଙ୍କା ନେଇଥାନ୍ତି । ଟିଭିରେ ଗୋଟିଏ ଆଡ କରିବା ପାଇଁ ୨ରୁ ୩ଲକ୍ଷ ଟଙ୍କା ଡିମାଣ୍ଡ କରିଥାନ୍ତି । ସୁମନଙ୍କର ଆଲିଶାନ ଘର ରହିବା ସହ ଦୁଇଟି କାର ମଧ୍ୟ ଅଛି । ତାଙ୍କର ସମୁଦାୟ ସମ୍ପତିର ମୂଲ୍ୟ ହେଉଛି ୭୦ରୁ ୮୦ଲକ୍ଷ ଟଙ୍କା ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।