Special Report: ଦେଖନ୍ତୁ ବନ୍ୟାର ପ୍ରଳୟଙ୍କାରୀ ରୂପ, ଭିଡିଓ ଦେଖିଲେ ଆପଣଙ୍କ ଛାତି ବି ଥରି ଉଠିବ, ଦେଖନ୍ତୁ Video

ଆମ ଦେଶ ଭାରତରେ ପ୍ରତ୍ଯେକ ବର୍ଷ ଅନେକ ରାଜ୍ୟରେ ବନ୍ୟା ପରିସ୍ଥିତି ଉପୁଜି ଥାଏ । ମାତ୍ର ଆପଣ କଣ ଜାଣିଛନ୍ତି କି, ବିଦେଶରେ ମଧ୍ୟ ହୁଏ ବନ୍ୟା । ବର୍ତ୍ତମାନ ଏହି ବନ୍ୟାର ଏକ ଭ-ୟ-ଙ୍କ-ର କରାଳ ରୂପ ଦେଖିବାକୁ ମିଳିଛି ଜର୍ମାନୀରେ । ଜର୍ମାନୀରେ ଏତେ ବନ୍ୟା ହୋଇଛି ଯେ ଯେଉଁଠି ଦେଖିବେ ଖାଲି ପାଣି ।

ଯେଉଁ ଆଡେ ମଧ୍ୟ ଆଖି ବୁଲାଇଲେ ଖାଲି ପାଣି ଓ ବନ୍ୟାର ବିଭୀଷିକା ଦେଖିବାକୁ ମିଳୁଛି । ଜର୍ମାନୀରେ ବନ୍ୟା ପରେ ଭାଙ୍ଗି ପଡିଛି ଅନେକ ବଡ ବଡ କୋଠା, ରାସ୍ତା ଗୁଡିକ ମଧ୍ୟ ବିଚ୍ଛିନ୍ନ ହେବା ସହ ପାଣିରେ କୁଟା ଭାସିଲା ପରି ସେଠାରେ ପାଣିରେ ଭାସୁଛି ଲୋକଙ୍କ କାର ଗୁଡିକ । ଏହି ଭ-ୟ-ଙ୍କ-ର ବନ୍ୟା ପରେ ଏବେ ସେଠାରେ ଉଭୟ ଜୀବନ ଓ ଜୀବିକା ପ୍ରଭାବିତ ହୋଇ ପଡିଛି ।

ବନ୍ୟା ସ୍ଥଳ ଗୁଡିକ ସଂପୂର୍ଣ୍ଣ ଭାବେ ଜଳମଗ୍ନ ହେବା ସହ ବିଭିନ୍ନ ଧନ ଜୀବନ ମୃ-ତ୍ୟୁ ମୁଖରେ ପଡିଛି । ଜଳର ଏହି ମହା ପ୍ରଳୟ ନ ଦେଖିଲେ ବିଶ୍ବାସ କରିବା କଷ୍ଟ ହୋଇଯିବ । କୌଣସି ବନ୍ୟା ଯେ ଏତେ ଭ-ୟ-ଙ୍କ-ର ରୂପ ଧାରଣ କରି ପାରେ, ଆପଣ କେବେ ସ୍ଵପ୍ନରେ ମଧ୍ୟ କଲ୍ପନା କରି ନ ଥିବେ । ସେଠାରେ ବନ୍ୟାରେ କେବଳ କାର, ବସ ଓ ଟ୍ରକ ନୁହେଁ ବରଂ ବଡ ବଡ ଘର ମଧ୍ୟ ଭାସି ଯାଇଛି । ବନ୍ୟାର ସେହି ଗୋଳିଆ ପାଣି ମଧ୍ୟରେ ଭାସି ଯାଇଛି ଅନେକ ଧନ ଜୀବନ ।

ଏହିପରି ତା-ଣ୍ଡ-ବ ରଚାଇ ଜର୍ମାନୀରେ ବନ୍ୟା ଖେଳୁଛି ମୃତ୍ୟୁର ଖେଳ । ତେବେ କୁହା ଯାଉଛି ବିଗତ ୫୦ ବର୍ଷ ପରେ ଏହିପରି ଭ-ୟ-ଙ୍କ-ର ବନ୍ୟା ଆସିଛି ଜର୍ମାନୀରେ । ଏହି ବନ୍ୟାରେ ମାତ୍ର କେଇ ମିନିଟରେ ପାଣିରେ ବୁଡି ଯାଇଛି ଜର୍ମାନୀର ଅନେକ ରାଜ୍ୟ ।

ଜର୍ମାନୀର ପଶ୍ଚିମ ଭାଗରେ ଅବସ୍ଥିତ ଏରୋଫାଷ୍ଟ ବ୍ଲେସେମରେ ଏକ ବିଶାଳ ଗର୍ତ୍ତ ସୃଷ୍ଟି କରିଛି ବନ୍ୟା । ଏହି ଗର୍ତ୍ତଟି ଏତେ ବିଶାଳ ଅଟେ ଯେ ତାହା କୌଣସି ପାହାଡ ଘାଟି ଠାରୁ ମଧ୍ୟ ବଡ ଓ ଗଭୀର ହୋଇଛି । ଆଉ ସେହି ଗର୍ତ୍ତରେ ଅନେକ ଲୋକ ମଧ୍ୟ ଭାସି ଯାଇଥିବା ଆଶଙ୍କା କରା ଯାଉଛି । ତେବେ ରିପୋର୍ଟ ଅନୁଯାୟୀ ଜର୍ମାନୀରେ ହୋଇଥିବା ଏହି ବନ୍ୟାରେ ୧୫୬ ଜଣଙ୍କ ଜୀବନ ଚାଲି ଯାଇଛି ବୋଲି ଜଣା ପଡିଛି । ମାତ୍ର ଏବେ ମଧ୍ୟ ଶହ ଶହ ଲୋକ ନି-ଖୋ-ଜ ଅଛନ୍ତି ।

ତେବେ ରିପୋର୍ଟରୁ ଜଣା ପଡିଛି ପାଖାପାଖି ୧୩୦୦ ରୁ ଅଧିକ ଲୋକଙ୍କ କୌଣସି ଖୋଜ ଖବର ମିଳି ପାରି ନାହିଁ । ସବୁଠୁ ବଡ କଥା ହେଉଛି ଏରୋଫାଷ୍ଟ ବ୍ଲେସେମରେ ସୃଷ୍ଟି ହୋଇଥିବା ବିଶାଳ ଗର୍ତ୍ତରେ ସହ ସହ ଲୋକ ବୁଡି ଯାଇଛନ୍ତି ।

ମାତ୍ର ପ୍ରଶାସନ ପକ୍ଷରୁ ଖୋଜା ଖୋଜି ଜାରି ରହିଥିଲେ ମଧ୍ୟ ଏବେ ପର୍ଯ୍ୟନ୍ତ କୌଣସି ଶବ ମିଳି ପାରି ନାହିଁ କି କୌଣସି ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ନାହିଁ । ତେବେ ସେପଟେ ବନ୍ୟାରେ ବାସଗୃହ ହରାଇଥିବା ଲୋକଙ୍କ ପାଇଁ ମଧ୍ୟ ମୁଣ୍ଡ ଗୁଞ୍ଜିବାକୁ ସ୍ଥାନ ନାହିଁ ।

ଇଲେକ୍ଟ୍ରିକ ଖୁଣ୍ଟି ଓ ଟାୱାର ମଧ୍ୟ ଉପୁଡି ପଡିଥିବାରୁ ଅନେକ ରାଜ୍ୟ ଅନ୍ଧାର ଘେରରେ ରହିଛି ଓ ମୋବାଇଲ ସେବା ମଧ୍ୟ ପ୍ରଭାବିତ ହୋଇଛି । ତେବ ଏହି ଭ-ୟ-ଙ୍କ-ର ବନ୍ୟାରେ ଜର୍ମାନୀ ସହ ବେଲଜିୟମରେ ମଧ୍ୟ ପ୍ରବଳ କ୍ଷୟକ୍ଷତି ହୋଇଛି । ତେବେ ଏହି ସମସ୍ତ କ୍ଷୟକ୍ଷତିକୁ ପୂରଣ କରିବା ପାଇଁ ହଜାର ହଜାର କୋଟି ଟଙ୍କା ଲାଗିବା ସହ ଅନେକ ବର୍ଷ ଲାଗିଯିବ ବୋଲି ଆକଳନ କରାଯାଉଛି ।