ଆଜି ବହୁତ ବଡ ହୋଇ ଯାଇଛନ୍ତି ସିରିଏଲ ‘ଉତ୍ତରନ’ ର ଛୋଟ ତପସ୍ୟା, ଦେଖାଯାନ୍ତି ବହୁତ ସୁନ୍ଦର ଆଉ ଷ୍ଟାଇଲିସ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ୨୦୦୮ ମସିହାରେ କଲର୍ସ ଚ୍ୟାନେଲ ରେ ପ୍ରସାରିତ ଟିଭି ସିରିଆଲ ‘ଉତ୍ତରନ’ ଦୁଇଟି ଝିଅ ଅଲଗା ଘର ଏବଂ ପରିବେଶ ରେ ରହିଥିବା କାହାଣୀ କୁ ନେଇ ନିର୍ମିତ ହୋଇଥିଲା। ଏହି ସିରିଆଲ କୁ ଦର୍ଶକ ମାନେ ବହୁତ ମାତ୍ରାରେ ପସନ୍ଦ କରିଥିଲେ ଏବଂ ଏହି ସିରିଆଲ ର କଳାକାର ମାନେ ମଧ୍ୟ ନିଜ ଅଭିନୟ ମାଧ୍ୟମରେ ବେଶ ଲୋକପ୍ରିୟତା ମଧ୍ୟ ହାସଲ କରିଥିଲେ।କିନ୍ତୁ ଏହି ସିରିଆଲରେ ଛୋଟ ତପସ୍ୟା ର ଭୂମିକା ରେ ଅଭିନୟ କରିଥିବା ବାଲ୍ୟ ଅଭିନେତ୍ରୀ ଙ୍କ ଅଭିନୟ କୁ ଦର୍ଶକ ମାନେ ଆଜି ପର୍ଯ୍ୟନ୍ତ ମନେ ରଖିଛନ୍ତି।

ବନ୍ଧୁଗଣ ଏହି ସିରିଆଲ କୁ ଶେଷ ହେବାର ବର୍ତ୍ତମାନ ପାଖପାଖି ୬ ବର୍ଷ ହୋଇ ସାରିଛି। ଏହି ୬ ବର୍ଷ ମଧ୍ୟରେ ଏହି ବାଲ୍ୟ ଅଭିନେତ୍ରୀ ବହୁତ ମାତ୍ରାରେ ବଦଳି ଯାଇଛନ୍ତି ଏବଂ ହୁଏତ ପ୍ରଥମ ନଜର ରେ ସେହି ଅଭିନେତ୍ରୀ ଙ୍କୁ ଚିନ୍ହିବା ମଧ୍ୟ କଷ୍ଟକର ହୋଇଯିବ। ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ଅଭିନେତ୍ରୀଙ୍କ ସମ୍ବନ୍ଧରେ କହିବୁ। ତେବେ ବନ୍ଧୁଗଣ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

ଟିଭି ସିରିଆଲ ‘ଉତ୍ତରନ’ ରେ ଛୋଟ ‘ତପସ୍ୟା’ ନାମକ ଚରିତ୍ର ରେ ଅଭିନୟ କରିଥିବା ବାଲ୍ୟ ଅଭିନେତ୍ରୀ ଙ୍କ ରିଅଲ ନାଁ , ‘ଇସୀତା ପାଞ୍ଚଲ’ ଅଟେ। ଏହି ଅଭିନେତ୍ରୀ ଙ୍କ ଜନ୍ମ ୧ ଡିସେମ୍ବର ୧୯୯୮ ମସିହାରେ ମୁମ୍ବାଇ ରେ ହୋଇଥିଲା।ଏହି ଅଭିନେତ୍ରୀ ଜଣକ ନିଜ ପାଠପଢ଼ା ମୁମ୍ବାଇ ରେ ହିଁ କରିଥିଲେ।

ଯଦି ଏହି ଅଭିନେତ୍ରୀ ଙ୍କ କ୍ୟାରିଆର ସମ୍ବନ୍ଧରେ କହିବା ତେବେ ସେ ୨୦୦୭ ମସିହାର ସିରିଆଲ ‘ଅମ୍ବର ଧରା’ ରୁ ଆରମ୍ଭ କରିଥିଲେ। ଏହାପରେ ଏହି ଅଭିନେତ୍ରୀ ଙ୍କି ସିରିଆଲ ‘ଉତ୍ତରନ’ ରେ ଦେଖିବାକୁ ମିଳିଥିଲା।ସେ ଏହି ସିରିଆଲ ରେ ୧୦ ବର୍ଷ ବୟସରେ ଅଭିନୟ କରିଥିଲେ।

ଏହାପରେ ଏହି ଅଭିନେତ୍ରୀ ଙ୍କୁ ‘ଏକ ବିବାହ ଏସା ଭି’ ଫିଲ୍ମ ରେ ଦେଖିବାକୁ ମିଳିଥିଲା।ଯେଉଁଥିରେ ତାଙ୍କ ଚୁଲବୁଲି ଅନ୍ଦାଜ କୁ ଦର୍ଶକ ମାନେ ବହୁତ ମାତ୍ରାରେ ପସନ୍ଦ କରିଥିଲେ। ଏହି ଅଭିନେତ୍ରୀ ବର୍ତ୍ତମାନ ବହୁତ ମାତ୍ରାରେ ବଦଳି ଯାଇଛନ୍ତି ଏବଂ ନିଜର ୨୨ ବର୍ଷ ବୟସ ପୂର୍ଣ କରି ସାରିଛନ୍ତି। ସେ ପୂର୍ବ ଅପେକ୍ଷା ଅଧିକ କ୍ୟୁଟ ଏବଂ ସୁନ୍ଦର ଦେଖା ଯାଉଛନ୍ତି।

ଏହି ଅଭିନେତ୍ରୀ ବର୍ତ୍ତମାନ ଆକ୍ଟିଂଗ ଦୁନିଆ ରୁ ଦୂରରେ ରହି ନିଜର ପାଠପଢ଼ା ପ୍ରତି ଧ୍ୟାନ ଦେଉଛନ୍ତି।ଯଦିଓ ଏହି ଅଭିନେତ୍ରୀ ବର୍ତ୍ତମାନ ଇଣ୍ଡଷ୍ଟ୍ରୀ ରୁ ଦୂରରେ ଅଛନ୍ତି, କିନ୍ତୁ ତାଙ୍କୁ ସୋସିଆଲ ମିଡିଆ ରେ ପ୍ରାୟ ସମୟ ଆକ୍ଟିଭ ରହୁଥିବାର ଦେଖିବାକୁ ମିଳେ ଏବଂ ସେ ନିଜ କୋ-ଅକଟ୍ରେସ ସ୍ପର୍ଶ ଙ୍କ ସହିତ ନିଜର ପ୍ରାୟ ଫଟୋ ସେୟାର କରୁଥିବାର ଦେଖିବାକୁ ମିଳେ।ଯାହା ଦର୍ଶକ ମାନଙ୍କୁ ବହୁତ ମାତ୍ରାରେ ପସନ୍ଦ ଆସିଥାଏ। ଶୁଣିବାକୁ ମିଳୁଛି ଯେ, ଅଭିନେତ୍ରୀ ‘ଇସୀତା ପାଞ୍ଚଲ’ ଙ୍କୁ ଖୁବ ଶୀଘ୍ର ପରଦା ରେ ଦେଖିବାକୁ ମିଳିବ। କିନ୍ତୁ ଏହି କଥାରେ କେତେ ମାତ୍ରାରେ ସତ୍ୟତା ରହିଛି ତାହା କେବଳ ଇସୀତା ଙ୍କୁ ପରଦା ରେ ହିଁ ଦେଖିଲେ ଜଣା ପଡ଼ିବ।