ପାକିସ୍ଥାନୀ କ୍ରିକେଟର୍ସ ମାନଙ୍କ ଦରମା ଠାରୁବି ଅଧିକ ମହଙ୍ଗା ବିରାଟ କୋହଲୀ ଙ୍କର ନୂଆ ଘଣ୍ଟା, ଦାମ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

ଭାରତୀୟ କ୍ରିକେଟ ଦଳର କ୍ୟାପଟେନ ବିରାଟ କୋହଲୀ ଦୁନିଆର ସବୁଠାରୁ ୧୦୦ ଜଣ ଧନୀ ଖେଳାଳିଙ୍କ ମଧ୍ୟରେ ସାମିଲ ଥିବା ଏକମାତ୍ର ଭାରତୀୟ କ୍ରିକେଟର ଅଟନ୍ତି । ତାଙ୍କୁ ଭାରତୀୟ କ୍ରିକେଟ ଦଳର ଜଣେ ଭଲ ଖେଳାଳି ଭାବେ ଜଣା ଯାଇଥାଏ । କୋହଲୀ ଙ୍କର ରୋଜଗାର ପରି ମଧ୍ୟ ତାଙ୍କର ଜୀବନ ଶୈଳୀ ମଧ୍ୟ ବହୁତ ହାଇ ଫାଇ ଅଟେ । ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଖାସ କଥା ।

ଘଣ୍ଟା ହେଲା ଚର୍ଚାର ବିଷୟ

ବିରାଟ ସୋସିଆଲ ମିଡିଆରେ ଏକ ଫୋଟୋ ସେୟାର କରିଛନ୍ତି ଯେଉଁଥିରେ ସେ ମୁମ୍ବାଇର ମୌସୁମୀକୁ ଉପଭୋଗ କରୁଥିବାର ଦେଖା ଯାଇଛି । ଏହି ଫଟୋରେ ବିରାଟ ଏକ ବହି ପଢୁଛନ୍ତି ତାଙ୍କ ହାତରେ ଏକ ସୁନ୍ଦର ଘଣ୍ଟା ଥିବାର ମଧ୍ୟ ଦେଖାଯାଇଛି । ପ୍ରଶଂସକ ମାନଙ୍କର ନଜର ସେହି ଘଣ୍ଟା ଉପରୁ ହଟୁ ନାହିଁ । ବର୍ତ୍ତମାନ ଏହାର ମୂଲ୍ୟ ମଧ୍ୟ ଚର୍ଚାର ବିଷୟ ହୋଇ ଯାଇଛି ।

ପାକିସ୍ଥାନୀ ଖେଳାଳି ମାନଙ୍କର ଦେଢ ମାସର ଦରମା ସହିତ ସମାନ ଘଣ୍ଟାର ଦାମ

ବିରାଟଙ୍କ ଘଣ୍ଟାର ଦାମ ପାକିସ୍ଥାନର ଟପ କ୍ରିକେଟର୍ସ ମାନଙ୍କର ଦେଢ ମାସର ଦରମା ସହିତ ସମାନ ଅଟେ । ପାକିସ୍ତାନ କ୍ରିକେଟ ବୋର୍ଡ ନିକଟରେ ନିଜର ୨୧ ଖେଳାଳି ମାନଙ୍କର କେନ୍ଦ୍ରୀୟ ଚୁକ୍ତିନାମା ଘୋଷଣା କରିଛନ୍ତି, ଯେଉଁଥିରେ ବାବର ଆଜମ, ଅଜହର ଅଲ୍ଲୀ ଏବଂ ଶାହୀନ ଶାହା ଅଫରିଦି ଙ୍କୁ ସବୁଠାରୁ ଅଧିକ ଦରମା ପାଉଥିବା ତାଲିକାରେ ରଖା ଯାଇଛି । ଏ ଗ୍ରେଡ ଖେଳାଳି ମାନଙ୍କୁ ଏକ ମାସରେ ୫ଲକ୍ଷ ୧୬ହଜାର ୪୮୯ଟଙ୍କା ପ୍ରଦାନ କରାଯାଇ ଥାଏ । ବିରାଟ ଯେଉଁ ଘଣ୍ଟା ପିନ୍ଧିଛନ୍ତି ତାହାର ମୂଲ୍ୟ ପ୍ରାୟ ୮ଲକ୍ଷ ୬୦ହଜାର ୭୦୦ଟଙ୍କା ଅଟେ ।

ଲକଡାଉନରେ ଘରେ ବସି ରୋଜଗାର ମାମଲାରେ ନମ୍ବର ୧ କ୍ରିକେଟର

କରୋନା ଭାଇରସ ସମୟରେ ଲକଡାଉନ ମଧ୍ୟରେ ବିରାଟ କୋହଲୀ ପଡିଆକୁ ଯାଇ ପାରି ନାହାଁନ୍ତି କିନ୍ତୁ ସେ ଏହି ସମୟରେ ଘରେ ବସି ରୋଜଗାରର ରେକର୍ଡ ଭାଙ୍ଗି ଦେଇଛନ୍ତି । ଫୋବର୍ସ ନିକଟରେ ଏକ ତାଲିକା ପ୍ରକାଶ କରିଛି ଯେଉଁଥିରେ ବିରାଟ କୋହଲୀ ଇଂଷ୍ଟାଗ୍ରାମ ମାଧ୍ୟମରେ ରୋଜଗାର କ୍ଷେତ୍ରରେ ଟପ ୧୦ ଖେଳାଳିଙ୍କ ତାଲିକାରେ ଅଛନ୍ତି ।

ଇଂଷ୍ଟାଗ୍ରାମରେ ୬୪.୭ ମିଲିୟନ ଫଲୋଅର୍ସ

କୋହଲୀ ଇଂଷ୍ଟାଗ୍ରାମ ମାଧ୍ୟମରେ ସବୁଠାରୁ ଅଧିକ ରୋଜଗାର କରିଥିବା ଭାରତୀୟ ହୋଇ ସାରିଛନ୍ତି । ଫୋବର୍ସ ଏହି ତାଲିକାରେ ୧୨ ମାର୍ଚ ରୁ ୧୪ ମାର୍ଚ ମଧ୍ୟରେ ଖେଳାଳିଙ୍କ ରୋଜଗାର ଆକଳନ କରିଛନ୍ତି । ବିରାଟ କୋହଲୀଙ୍କ ଇନଷ୍ଟାଗ୍ରାମରେ ୬୪.୭ ମିଲିୟନ ଫଲୋର୍ସ ଅଛନ୍ତି । ସେ ଲକଡାଉନ ମଧ୍ୟରେ ଏହି ପ୍ଲାଟଫର୍ମରେ କୋହଲୀ ତିନି ସ୍ପନ୍ସର ପୋଷ୍ଟ କରିଛନ୍ତି ଯେଉଁଥିରୁ ସେ ପ୍ରାୟ ସାଢେ ତିନି କୋଟି ଟଙ୍କା ରୋଜଗାର କରିଛନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।