ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ କଣ ଏକ ଯୋଜନା ବଧ୍ୟ ହତ୍ୟା?

ବର୍ତ୍ତମାନ ସମୟରେ ପୁରା ଭାରତରେ ବଲୀଉଡର ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଚର୍ଚାର ବିଷୟ ହୋଇ ଯାଇଛି । କେତେକ ଲୋକମାନେ ଏହାକୁ ଆତ୍ମହତ୍ୟା କହୁଥିଲା ବେଳେ କେତେକ ଲୋକମାନେ ଏହାକୁ ହତ୍ୟା ବୋଲି କହୁଛନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ସୁଶାନ୍ତଙ୍କ ଆତ୍ମହତ୍ୟା ସହ ଜଡିତ ଏମିତି ୫ ଟି କଥା କହିବୁ ଯାହା ପ୍ରମାଣ କରୁଛି କି ଏହା ଏକ ହତ୍ୟା ଅଟେ ।

ସୁଶାନ୍ତଙ୍କ ଆତ୍ମହତ୍ୟା ପରେ ପୋଲିସ ନିଜର ଯାଞ୍ଚ ଆରମ୍ଭ କରିଥିଲା । କିନ୍ତୁ ବର୍ତ୍ତମାନ ମିଡିଆ ରିପୋର୍ଟ ଅନୁସାରେ ଜଣା ପଡିଛି କି ସୁଶାନ୍ତଙ୍କ କେସ ସହ ଜଡିତ କିଛି ପ୍ରମାଣକୁ ପୋଲିସ ଲୁଚାଇବାକୁ ଚେଷ୍ଟା କରୁଛି । ପୋଲିସ ଏହି କେସକୁ ବନ୍ଦ କରିବା ପାଇଁ ବି ଚେଷ୍ଟା କରୁଛି । ଏହାର ପ୍ରଥମ କାରଣ ହେଉଛି ସାଧାରଣ ଯଦି କୌଣସି ବ୍ୟକ୍ତିର ମୃତ୍ୟୁ ହୋଇଥାଏ ତେବେ ପୋଲିସ ସେହି ସ୍ଥାନକୁ ଯାଇ ସେହି ବ୍ୟକ୍ତିର ଓ ସେହି ସ୍ଥାନର ଏକ ଭିଡିଓ କରିଥାଏ ।

କିନ୍ତୁ ସୁଶାନ୍ତ ସିଂହ ରାଜପୁତଙ୍କ କେସରେ ଏହିଭଳି କିଛି ହୋଇ ନାହିଁ । ସୁଶାନ୍ତଙ୍କ ମୃତ୍ୟୁ ହୋଇଥିବା ସ୍ଥାନରେ ପୋଲିସ ଯାଇ ଥିଲା ମଧ୍ୟ କିନ୍ତୁ କୌଣସି ଭିଡିଓ କରି ନ ଥିଲା । ଏହା ପୋଲିସମାନଙ୍କ ଉପରେ ପ୍ରଶ୍ନ ଉଠିଛି ।

ଦ୍ଵିତୀୟ କାରଣ ହେଲା ଯଦି କୌଣସି ବ୍ୟକ୍ତି ଫାସୀ ଦେଇ ଆତ୍ମହତ୍ୟା କରିବାକୁ ଚାହୁଁଛି ତେବେ ସେହି ବ୍ୟକ୍ତି ପାଖରେ କୌଣସି ଟେବୁଲ କିମ୍ବା ଚେୟାର ରହିଥାଏ । କିନ୍ତୁ ରିପୋର୍ଟ ଅନୁସାରେ ଜଣା ପଡିଛି କି ସୁଶାନ୍ତଙ୍କ ଘରେ କୌଣସି ବି ଟେବୁଲ କିମ୍ବା ଚେୟାର ନ ଥିଲା ଏବଂ ସୁଶାନ୍ତଙ୍କ ପାଖରେ ବି କୌଣସି ଟେବୁଲ କିମ୍ବା ଚେୟାର ନ ଥିଲା ।

ତୃତୀୟ କାରଣ ହେଉଛି ଯଦି କୌଣସି ବ୍ୟକ୍ତି ଆତ୍ମହତ୍ୟା କରିଥାଏ ତେବେ ତାହାର ଆଖି ନାଲି ହେବା ସହିତ ତାହାର ଜିଭ ବାହାରକୁ ବାହାରି ଆସେ । କିନ୍ତୁ ସୁଶାନ୍ତ ସିଂହ ରାଜପୁତଙ୍କ କେସରେ ଏହିଭଳି କିଛି ହୋଇ ନାହିଁ । ସୁଶାନ୍ତ ଶବ ଯେତେବେଳେ ତଳକୁ ଓଲହା ଯାଇଥିଲା ତେବେ ତାଙ୍କର ବାମ ଆଖି ନୀଳ ହୋଇ ଯାଇ ଥିଲା ।

ଚତୁର୍ଥ କାରଣ ସୁଶାନ୍ତଙ୍କ ମୃତ୍ୟୁର ପୂର୍ବ ଦିନ ସୁଶାନ୍ତ ତାଙ୍କ ସାଙ୍ଗ ସହ ପାର୍ଟି କରିଥିଲେ ଏବଂ ତାଙ୍କର ସାଙ୍ଗମାନଙ୍କୁ ତାଙ୍କର ଜୀବନ ବିଷୟରେ କହିଥିଲେ । ଏହି ସବୁ କଥା ଏକ ରହସ୍ୟ ହୋଇ ରହିଛି । ଜଣେ ସୁସ୍ଥ, ସବଳ, ପ୍ରସିଦ୍ଧ ବ୍ୟକ୍ତି ଯାହା ପାଖରେ ସବୁକିଛି ଥିବା ସତ୍ବେ ବି ସେ କାହିଁକି ଆତ୍ମହତ୍ୟା କରିବେ । କହିବାକୁ ଗଲେ ଏହି ପ୍ରଶ୍ନ ସମସ୍ତଙ୍କ ମନରେ ଆସୁଛି । ଯଦି ଜଣେ ଖୁସିରେ ଥାଏ ତେବେ ସେ କାହିଁକି ଆତ୍ମହତ୍ୟା କରିବ ।

ପଞ୍ଚମ କାରଣ ହେଉଛି ଆତ୍ମହତ୍ୟା କରିବା ପୂର୍ବରୁ ସେ ଆତ୍ମହତ୍ୟା କରିବାର କାରଣ କୌଣସି ଡାଏରୀ କିମ୍ବା ଚିଠିରେ ଲେଖିଥାନ୍ତି । କିନ୍ତୁ ସୁଶାନ୍ତଙ୍କ କେସରେ ଏହିଭଳି କିଛି ତଥ୍ୟ ମିଳି ନ ଥିଲା । ଏହା ସହିତ ସୁଶାନ୍ତଙ୍କ ମୃତ୍ୟୁ ଦିନ ତାଙ୍କର ଘରର ସମସ୍ତ ସିସିଟିଭି କ୍ୟାମେରାକୁ ବି ବନ୍ଦ କରି ଦିଆ ଯାଇ ଥିଲା । ଏହି ସବୁ ତଥ୍ୟରୁ ଜଣା ପଡୁଛି କି ସୁଶାନ୍ତ ଆତ୍ମହତ୍ୟା କରି ନ ଥିବେ । ତାଙ୍କର ହତ୍ୟା ହୋଇଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।