ରାମାୟଣ ପୂର୍ବରୁ ଏହି ଶୋରେ ଏକା ସହିତ କାମ କରି ସାରିଛନ୍ତି ଲକ୍ଷ୍ମଣ ଓ ସୀତା, ଫଟୋ ହେଉଛି ଭାଇରାଲ

ରାମାନନ୍ଦ ସାଗରଙ୍କ ଧାର୍ମିକ ଶୋ ରାମାୟଣ ପାଖାପାଖି ୩ ଦଶକ ପୁରୁଣା ଅଟେ । କିନ୍ତୁ ଏହା ବର୍ତ୍ତମାନ ସମୟରେ ବି ଏହା ଲୋକମାନଙ୍କ ହୃଦୟରେ ରାଜ କରୁଛି । ସୋସିଆଲ ମିଡିଆରେ ଏହି ଶୋ କୁ ନେଇ ଲୋକମାନଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ ଦେଖିବାକୁ ମିଳୁଛି । ଏହା ସହିତ ଲୋକମାନେ ରାମାୟଣ ସହ ଜଡିତ କଳାକାର ଓ ତାଙ୍କ ବିଷୟରେ ଜାଣିବାକୁ ବହୁତ ଉତ୍ସାହିତ ଅଛନ୍ତି ।

ଏହି ଆଧାରରେ ଆଜି ଆମେ ଆପଣଙ୍କୁ କହିବୁ କି ରାମାୟଣରେ ମାତା ସିତାଙ୍କ ଅଭିନୟ କରିଥିବା ଅଭିନେତ୍ରୀ ଦୀପିକା ଚିଖଲିୟା ଓ ଲକ୍ଷ୍ମଣଙ୍କ ଅଭିନୟ କରିଥିବା ଅଭିନେତା ସୁନୀଲ ଲହରୀଙ୍କ ଏକ ଅନ୍ୟ ଶୋ ବିଷୟରେ ଯେଉଁଥିରେ ଏହି ଦୁଇ ଜଣ କଳାକାର ଏକା ସହିତ ମିଶି କାମ କରିଥିଲେ ଓ ଏହା ରାମାୟଣ ପୂର୍ବରୁ ଟିଭିରେ ପ୍ରସାରଣ ହେଉଥିଲା ।

କହିବାକୁ ଗଲେ ଦୀପିକା ଚିଖଲିୟା ଓ ସୁନୀଲ ଲହରୀଙ୍କ ଏକ ଫଟୋ ସୋସିଆଲ ମିଡିଆରେ ବହୁତ ଜବରଦସ୍ତ ଭାଇରାଲ ହେଉଛି । ଯେଉଁଥିରେ ଦୁଇ ଜଣ ଏକା ସହିତ ନଜର ଆସୁଛନ୍ତି । ଏହି ଫଟୋକୁ ନିଜେ ଦୀପିକା ଚିଖଲିୟା ନିଜର ଇଂସ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି । ସେ ଏହି ଫଟୋକୁ ଶେୟାର କରି ଲେଖିଲେ କି – ‘ବିକ୍ରମ ବେତାଳ’ । ଅନ୍ୟ ପଟେ ଏହି ଫଟୋକୁ ଅଭିନେତା ସୁନୀଲ ଲହରୀ ବି ନିଜର ସୋସିଆଲ ଆକାଉଣ୍ଟରେ ଶେୟାର କରିଛନ୍ତି ।

ବହୁତ କମ ଲୋକମାନେ ଏହା ଜାଣିଛନ୍ତି କି ଦୀପିକା ଚିଖଲିୟା ଓ ସୁନୀଲ ଲହରୀ ଏକା ସହିତ ରାମାନନ୍ଦ ସାଗରଙ୍କ ଦ୍ଵାରା ନିର୍ମିତ ୧୯୮୮ରେ ପ୍ରସାରିତ ହୋଇଥିବା ଶୋ ‘ବିକ୍ରମ ବେତାଳ’ରେ ଏକା ସହିତ କାମ କରିଥିଲେ । ଏହି ଦୁଇ ଜଣ ହିଁ ଏକ ଶୋ ର ଏକ ଏପିସୋଡରେ ବେତାଳ ଦ୍ଵାରା କୁହାଯାଇଥିବା ଏକ କାହାଣୀର ନାୟକ ଓ ନାୟିକା ହୋଇଥିଲେ ।

ଦୀପିକା ଓ ସୁନୀଲ ଏହି ଫଟୋ ଜରିଆରେ ନିଜର ପୁରୁଣା ଦିନକୁ ମନେ ପକାଇଛନ୍ତି । ଏଠି ଦେଖନ୍ତୁ ସେହି ଏପିସୋଡ ଭିଡିଓ ଯେଉଁଥିରେ ଦୀପିକା ଚିଖଲିୟା ଓ ସୁନୀଲ ଏକା ସହିତ ନଜର ଆସୁଛନ୍ତି । ଏହି ଭିଡିଓକୁ UNYAKEENABLE ନାମକ ଏକ ୟୁଟ୍ୟୁବ ଚ୍ୟାନେଲ ଶେୟାର କରିଛି । ଆପଣଙ୍କୁ କହିଦେଉଛୁ କି ‘ବିକ୍ରମ ବେତାଳ’ ଶୋ ରେ ଅଭିନେତା ଅରୁଣ ଗୋଭିଲ ବି ନଜର ଆସି ସାରିଛନ୍ତି ।

ଏହା ପରେ ସେ ରାମାୟଣରେ ରାମଙ୍କ ଚରିତ୍ର କରିଥିଲେ । ରାମାୟଣ ପୁଣିଥରେ ଟିଭି ଉପରେ ପ୍ରସାରଣ ହେବା ପରେ ହିଁ ଏହି ଧାର୍ମିକ ଶୋ ସହ ଜଡିତ ଲୋକମାନଙ୍କ ଜବରଦସ୍ତ ଚର୍ଚା ହେଉଛି । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।