ପାକିସ୍ତାନରେ ଜନ୍ମ ହୋଇଥିଲେ ବଲୀଉଡରେ ରାଜ କରିଥିବା ଏହି ୩ ଜଣ ମହାନ କଳାକାର, ଜାଣିଲେ ବିଶ୍ଵାସ ହେବ ନାହିଁ

ଆପଣ ସମସ୍ତେ ଜାଣିଛନ୍ତି କି ପାକିସ୍ତାନ ଓ ଭାରତ ମଧ୍ୟରେ ସବୁବେଳେ କୌଣସି ନ କୌଣସି କଥାକୁ ନେଇ ଖବର ଆସୁଥାଏ । ଏହା ସହିତ ପାକିସ୍ତାନର ନାମ ଶୁଣିବା ମାତ୍ରେ ହିଁ ଭାରତୀୟମାନଙ୍କ ମଧ୍ୟରେ ଏକ ରାଗ ଚାଲି ଆସେ । କିନ୍ତୁ ଯେତେବେଳେ କଥା କ୍ରିକେଟ କିମ୍ବା ଫିଲ୍ମ ବିଷୟରେ ଆସିଥାଏ ସେତେବେଳେ ଭାରତ ଓ ପାକର ଖେଳାଳିମାନଙ୍କ ମ୍ୟାଚ କିମ୍ବା କଳାକାରମାନଙ୍କ ଯୋଡିଦାର ଦେଖିବାକୁ ବହୁତ ଭଲ ଲାଗେ ।

ଏମିତିରେ ଆଜି ଆମେ ଆପଣଙ୍କୁ ବଲୀଉଡର ଏକ ଆଶ୍ଚର୍ଯ୍ୟକର ବିଷୟ କହିବୁ ଯାହା ପାକିସ୍ତାନ ସହ ଜଡିତ ଅଛି । କହିବାକୁ ଗଲେ ଆଜି ଆମେ ଆପଣଙ୍କୁ ସେହି ମହାନ କଳାକାରମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନଙ୍କ ଜନ୍ମ ଭାରତର ନୁହେଁ ଅଥବା ପାକିସ୍ତାନରେ ହୋଇଥିଲା । କିନ୍ତୁ ବଲୀଉଡରେ କାମ କରି ଏମାନେ କୋଟି କୋଟି ଭାରତୀୟଙ୍କ ହୃଦୟ ଜିତି ନେଇଛନ୍ତି ।

ଅମରୀଶ ପୁରୀ

ବଲୀଉଡ ଫିଲ୍ମ ଗୁଡିକର ସବୁଠୁ ପ୍ରସିଦ୍ଧ ଖଳନାୟକ ଓ ନିଜର କିରଦାରକୁ ଜୀବନ୍ତ କରି ଦେଉଥିବା ଅଭିନେତା ଅମରୀଶ ପୁରୀଙ୍କ ଜନ୍ମ ପାକିସ୍ତାନର ଲାହୌରରେ ହୋଇଥିଲା । ଅମରୀଶ ପୁରୀ ବଲୀଉଡରେ ୪୦୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି । ମିସ୍ଟର ଇଣ୍ଡିଆର ମୋଗୈଂବୋ ଠାରୁ ନେଇ ଦାମିନୀର ଏଡବୋକେଟ ଚଡ୍ଢାର ଡାୟଲଗ୍ସ ଓ ତାଙ୍କର ଅଭିନୟକୁ ଆଜି ପର୍ଯ୍ୟନ୍ତ କେହି ଭୁଲି ପାରି ନାହାନ୍ତି ।

ନିଜର କ୍ୟାରିୟରରେ ସେ ପ୍ରଥେମ ଖଳନାୟକ ରୂପରେ ନଜର ଆସିଲେ କିନ୍ତୁ ନିଜର ଶେଷ ସମୟରେ ସେ କିଛି ଅନ୍ୟ କିରଦାରରେ ବି ନଜର ଆସିଥିଲେ । ଆଜି ଅମରୀଶ ପୁରୀ ଏହି ଦୁନିଆରେ ନାହାନ୍ତି କିନ୍ତୁ ତାଙ୍କରର ଫିଲ୍ମ ଓ ଫେମସ ଡାୟଲଗ୍ସ ଆଜି ବି ଲକ୍ଷ ଲକ୍ଷ ଲୋକମାନଙ୍କ ମନେ ଅଛି ।

ବିନୋଦ ଖନ୍ନା

ବଲୀଉଡର ପ୍ରସିଦ୍ଧ ଅଭିଏନ୍ତା ବିନୋଦ ଖନ୍ନାଙ୍କ ଜନ୍ମ ପାକିସ୍ତାନର ପେଶାୱରରେ ହୋଇଥିଲା । କିନ୍ତୁ କିଛି ବର୍ଷ ପରେ ତାଙ୍କର ପରିବାର ମୁମ୍ବାଇ ଚାଲି ଆସିଥିଲେ । ବିନୋଦ ଖନ୍ନାଙ୍କୁ ପିଲାଦିନୁ ହିଁ ଫିଲ୍ମ ଦେଖିବାକୁ ଇଚ୍ଛା ଥିଲା । ଏହି ଇଚ୍ଛା ଶେଷରେ ତାଙ୍କୁ ଅଭିନୟ କ୍ଷେତ୍ରକୁ ନେଇ ଆସିଲା । ଅମର ଅକବର ଏଂଥୋନୀ, ବର୍ନିଂଗ ଟ୍ରେନ, ଦୟାବାନ ଓ କୁର୍ବାନୀ ଭଳି ସମସ୍ତ ଚର୍ଚିତ ଫିଲ୍ମ କାରଣରୁ ଲୋକମାନେ ତାଙ୍କୁ ମନେ ରଖିଛନ୍ତି । କିନ୍ତୁ ବଲୀଉଡର ପ୍ରସିଦ୍ଧ ଅଭିନେତା ଓ ରାଜନେତା ବିନୋଦ ଖନ୍ନା ବି ବର୍ତ୍ତମାନ ଆମ ଗ୍ରହଣରେ ଆଉ ନାହାନ୍ତି ।

ପ୍ରେମ ଚୋପଡ଼ା

ଫିଲ୍ମରେ ଖଳନାୟକର ଅଭିନୟ କରିବାରେ ପ୍ରେମ ଚୋପଡ଼ାଙ୍କ କୌଣସି ଜବାବ ନାହିଁ । ଆପଣଙ୍କୁ କହିଦେଉଛୁ କି ପ୍ରେମ ଚୋପଡ଼ା ପାକିସ୍ତାନର ଲାହୌରରେ ଜନ୍ମ ହୋଇଥିଲେ । ପ୍ରେମ ଚୋପଡ଼ା ନିଜର ୟୁନିବର୍ସିଟୀର ଶିକ୍ଷା ପାକିସ୍ତାନର ଲାହୌରେ ପୁରା କରିଛନ୍ତି । ଏହା ପରେ ସେ ମୁମ୍ବାଇ ଆସିଗଲେ ବଲୀଉଡ ଫିଲ୍ମରେ ଖଳନାୟକ ରୂପରେ କାମ କରିଲେ । ପ୍ରେମ ଚୋପଡା ବର୍ତ୍ତମାନ ବି ବଲୀଉଡର କିଛି ଫିଲ୍ମରେ ନଜର ଆସନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।