Bollywood ର ଏହି ସୁନ୍ଦରୀ ମାନଙ୍କୁ ପସନ୍ଦ ଆସିଲା ନିଜ ଠାରୁ କମ ବୟସର ପୁରୁଷ, 3 ନମ୍ବର ହିରୋଇନ ଙ୍କ ସ୍ଵାମୀ ତ ତାଙ୍କ ଠାରୁ 12 ବର୍ଷ ସାନ

ଯେବେ ବିବାହ ହୁଏ ସେତେବେଳେ ଗୋଟେ ଝିଅ ପାଖରେ କିଛି କମି ରହିଛି ବୋଲି କୁହାଯାଏ । କିନ୍ତୁ ଯେବେ ପ୍ରେମ ହୁଏ ସେତେବେଳେ ସବୁ କିଛି ସମାନ ହୋଇଥାଏ ।

ସାଧାରଣତ ଦେଖିବାକୁ ଗଲେ ପୁଅ ମାନେ କମ ବୟସର ଝିଅ ସହ ବିବାହ କରିବାକୁ ପସନ୍ଦ କରନ୍ତି । ଯଦି ଏହି କାମ ଝିଅ ମାନେ କରନ୍ତି ତ ସମାଜରେ ସେମାନଙ୍କୁ ନିନ୍ଦା କରାଯାଏ । ଆଜି ଆମେ ବଲିଉଡର ଏମିତି କିଛି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ କମ ବୟସର ପୁଅ ସହ ମ୍ୟାରେଜ କରିଛନ୍ତି ।

“ପ୍ରିୟଙ୍କା ଚୋପଡା ଓ ନିକ ଜୋନସ” : ୨୦୧୮ରେ ଏହି ଦୁଇ ଯୋଡି ବିବାହ କରିଛନ୍ତି । ପ୍ରିୟଙ୍କାଙ୍କର ବୟସ ୩୮ ବର୍ଷ ଓ ନିକଙ୍କର ବସ ୨୩ ବର୍ଷ ଅଟେ । ଏହି ଦୁଇ ଯୋଡିଙ୍କୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚା ହୋଇଥିଲେ ମଧ୍ୟ ପ୍ରିୟଙ୍କା ଏହାକୁ ଅଣଦେଖା କରି ନିଜ ଲାଇଫରେ ଖୁସିରେ ଅଛନ୍ତି ।

“ନେହାଁ କକ୍କଡ ଓ ରୋହନପ୍ରିତ” : ଏହି ଦୁଇ ଯୋଡି ୨୦୨୦ ଅକ୍ଟୋବର ୨୬ରେ ମ୍ୟାରେଜ କରିଛନ୍ତି । ଦୁହିଙ୍କ ବୟସରେ ୬ ବର୍ଷର ବ୍ୟବଧାନ ରହିଛି । ନେହାଁଙ୍କ ବୟସ ୩୨ବର୍ଷ ଓ ରୋହନପ୍ରୀତଙ୍କର ବୟସ ୨୬ ବର୍ଷ ଅଟେ । ଦୁହିଙ୍କ ପ୍ରେମକୁ ଦେଖିଲେ ଲାଗେ ଯେ ବଯସର ବ୍ୟବଧାନ କେବେ ବି ସେମାନଙ୍କ ସମ୍ପର୍କ ଉପରେ ପଡିବ ନାହି ।

“ଗୋହର ଖାନ ଓ ଜେଦ ଦରବାର” : ଏହି ଦୁଇ ଯୋଡି ଗତ ବର୍ଷ ୨୫ ଡିସେମ୍ବରରେ ମ୍ୟାରେଜ କରିଛନ୍ତି । ଦୁହିଙ୍କ ବୟସରେ ୧୨ ବର୍ଷର ବ୍ୟବଧାନ ରହିଛି । ଗୋହରଙ୍କୁ ୩୭ ବର୍ଷ ଓ ଜେଦଙ୍କୁ ୨୫ ବର୍ଷ ଅଟେ । ଦୁହିଙ୍କ ମ୍ୟାରେଜକୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚା ହୋଇଥିଲା ।

“ସୋହା ଅଲ୍ଲୀ ଖାନ ଓ କୃଣାଳ ଖେମୁ” : ସେଫ ଅଲ୍ଲୀ ଖାଙ୍କା ଭଉଣୀ ସୋହା ୪୨ ବର୍ଷର ଅଟନ୍ତି । ସେ ୨୦୧୫ରେ କୃଣାଳ ଖେମୁଙ୍କ ସହ ମ୍ୟାରେଜ କରିଛନ୍ତି । ଦୁହିଙ୍କ ବୟସରେ ୫ ବର୍ଷର ବ୍ୟବଧାନ ରହିଛି । କୃଣାଳ ଖେମୁଙ୍କୁ ମାତ୍ର ୩୭ ବର୍ଷ ଅଟେ ।

“ବିପାଶା ବାସୁ ଓ କରନ ସିଂ ଗ୍ରୋବର” : ଏହି ଦୁଇ ଯୋଡି ୨୦୧୬ରେ ମ୍ୟାରେଜ କରିଛନ୍ତି । ବିପାଶାଙ୍କର ବୟସ ୪୧ ବର୍ଷ ଓ କରନଙ୍କର ବୟସ ୩୮ ବର୍ଷ ଅଟେ । ଦୁହିଙ୍କ ବୟସରେ ୩ ବର୍ଷର ବ୍ୟବଧାନ ରହିଛି ।

“ଐଶ୍ଵରୀୟା ବଚ୍ଚନ ଓ ଅଭିଷେକ ବଚ୍ଚନ” : ବଚ୍ଚନ ପରିବାର ବୋହୁ ୪୭ ବର୍ଷର ହୋଇଥିବା ବେଳେ ଅଭିଷେକଙ୍କୁ ୪୪ ବର୍ଷ ଅଟେ । ଦୁହେଁ ୨୦୦୭ରେ ମ୍ୟାରେଜ କରିଥିଲେ । ଦୁହିଙ୍କ ବୟସରେ ୩ ବର୍ଷର ବ୍ୟବଧାନ ରହିଛି ।

“ଊର୍ମିଳା ମତୋଣ୍ଡକର ଓ ମୋହସିନ ଅଖତର ମୀର” : ଏହି ଦୁଇ ଯୋଡି ୨୦୧୬ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଊର୍ମିଳା ମୋହସିନଙ୍କ ଠାରୁ ୧୦ ବର୍ଷ ବଡ ଅଟନ୍ତି । ଊର୍ମିଳାଙ୍କ ବୟସ ୪୬ ବର୍ଷ ଓ ମୋହସିନଙ୍କ ବୟସ ୩୬ ବର୍ଷ ଅଟେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ