ସଲମାନ ଖାଁନ ହାତଯୋଡି ସୁନିଲ ସେଠିଙ୍କୁ କାହିଁକି ମାଗିଲେ ଭୁଲ!

ବଲିଉଡ଼ ଅଭିନେତା ସୁନିଲ ସେଠୀ ବହୁତ ସରଳ ଅଟନ୍ତି । ତାଙ୍କର କାହା ସହିତ ଏପର୍ଯ୍ୟନ୍ତ ଝଗଡା ଦେଖିବାକୁ ମିଳିନାହିଁ । ସୁନୀଲ ସେଠି ଜଣେ ବହୁତ ଭଲ ଅଭିନେତା ଅଟନ୍ତି ଏବଂ ତାଙ୍କ ଫିଲ୍ମ କ୍ୟାରିୟର ବହୁତ ଭଲ ଅଟେ । କିନ୍ତୁ ଆପଣ ଏହା ଜାଣିଛନ୍ତି କି , ସୁନୀଲ ସେଠିଙ୍କୁ ସଲମାନ ଖାଁନ ହାତ ଯୋଡି ଭୁଲ ମାଗିଥିଲେ । ଆସନ୍ତୁ ଆଜି ଆମେ ସେ ବିଷୟରେ ଜାଣିବା ।

ସୁନୀଲ ସେଠି ୧୯୯୨ ମସିହାରେ ଆସିଥିବା ଫିଲ୍ମ “ବଲବାନ” ରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ତାଙ୍କର ଏହି ପ୍ରଥମ ଫିଲ୍ମ ମଧ୍ୟ ସୁପର ହିଟ ହୋଇଥିଲା । ସେହି ସମୟରେ ସୋନି ଅଲି ମଧ୍ୟ ବହୁତ ଚର୍ଚ୍ଚାରେ ଥିଲେ । ସୋନି ଅଲି ଏବଂ ସଲମାନ ଖାଁନଙ୍କ ପ୍ରେମ ସେହି ସମୟରେ ବହୁତ ଚର୍ଚ୍ଚାକୁ ଆସିଥିଲା । ସୋନି ଅଲିଙ୍କ କୌଣସି ଫିଲ୍ମ ସେହି ସମୟରେ ରିଲିଜ ହୋଇନଥିଲା । ସୁନୀଲ ସେଠି ତାଙ୍କ ପ୍ରଥମ ଫିଲ୍ମରେ ବହୁତ ଲୋକପ୍ରିୟତା ହାସଲ କରିସାରିଥିଲେ ।

ଏହା ଦ୍ଵାରା ତାଙ୍କୁ ଏକ ବଡ ଫିଲ୍ମର ଅଫର ମିଳିଥିଲା । ଏହି ଫିଲ୍ମର ଷ୍ଟାର କାଷ୍ଟ ଥିଲେ ସୋନି ଅଲି ଓ ସୁନୀଲ ସେଠି । ଏହି ଫିଲ୍ମ ପାଇଁ ସୁନୀଲ ସେଠି ହଁ କରିଦେଇଥିଲେ ଓ ଯେତେବେଳେ ସୋନି ଅଲିଙ୍କୁ ଏହି ଫିଲ୍ମ ପାଇଁ କୁହାଗଲା ସେ ପ୍ରଥମେ ଫିଲ୍ମର ହିରୋ କିଏ ପଚାରିଥିଲେ । ସେ ସୁନୀଲ ସେଠୀଙ୍କ କଥା ଜାଣିବା ପରେ ,ସେ ସିଧା ମନାକରିବା ସହିତ ଏହା କହିଥିଲେ ଯେ ,”ମୁଁ ଏ ଷ୍ଟ୍ରଗଲରଙ୍କ ସହିତ କାମ କରିବି ନାହିଁ” । ଏହି କଥା ସୁନୀଲ ସେଠୀଙ୍କୁ ବହୁତ କଷ୍ଟ ଦେଇଥିଲା ।

କିଛି ଦିନ ପରେ ପ୍ରଡ୍ୟୁସର ଅଶୋକ ହୋଣ୍ଡା ଅନନ୍ତ ଫିଲ୍ମ ନେଇ ସୋନି ଅଲିଙ୍କ ପାଖକୁ ଯାଇଥିଲେ ଓ ସେ ମଧ୍ୟ ରାଜି ହୋଇଗଲେ । ଅଶୋକ ହୋଣ୍ଡା ଯେତେବେଳେ ସୁନୀଲ ସେଠିଙ୍କ ପାଖକୁ ଗଲେ ସେ ପ୍ରଥମେ ରାଜି ତ ହୋଇଗଲେ କିନ୍ତୁ ହିରୋଇନ ସୋନି ଅଲିଙ୍କ ନାଁ ଶୁଣି ମନା କରିଦେଇଥିଲେ । ଏ କଥା ଶୁଣି ସୋନି ଅଲି ବହୁତ ମାନସିକ ଚିନ୍ତାରେ ପଡିଯାଇଥିଲେ ।

କାରଣ ତାଙ୍କର କୌଣସି ଫିଲ୍ମ ଏପର୍ଯ୍ୟନ୍ତ ରିଲିଜ ହୋଇନଥିଲା । ସେ ପ୍ରଥମେ ସୁନୀଲ ସେଠୀଙ୍କୁ ମନା କରିଦେଇଥିବାରୁ ସେ ମଧ୍ୟ ମନା କରିଦେଇଥିଲେ । ସେହି ସମୟରେ ସୁନୀଲ ସେଠି କିଛି ମୁହଁ ଖୋଲିନଥିଲେ । ପରେ ବାଧ୍ୟ କରାଯିବାରୁ ସେ ଏହି କଥାର ଖୁଲାସା କରିଥିଲେ ।

ପରେ ସୋନି ଅଲି ସଲମାନ ଖାଁନଙ୍କ ପାଖକୁ ଯାଇ ଏହି ବିଷୟରେ ଜଣାଇବା ପରେ , ସଲମାନ ଖାଁନ ସୁନୀଲ ସେଠୀଙ୍କୁ ଫୋନ କରି ଫିଲ୍ମ କରିବାକୁ ବୁଝାଇଥିଲେ  । କାରଣ ସୁନୀଲ ସେଠି ଓ ସଲମାନ ଖାଁନଙ୍କର ଭଲ ସଂପର୍କ ଥିଲା । ତେଣୁ ସେ ରାଜି ହୋଇଯାଇଥିଲେ । ସେ ଫିଲ୍ମ ମଧ୍ୟ ବହୁତ ହିଟ ହୋଇଥିଲା । ଆଜି ପର୍ଯ୍ୟନ୍ତ ବି ସୁନୀଲ ସେଠି ଓ ସଲମାନ ଖାଁନ ଉଭୟେ ଭଲ ବନ୍ଧୁ ଅଟନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।