Bollywood ର 10 ବଡ ଖବର, NCB ସାମ୍ନାରେ Rakul ପ୍ରୀତ କଲେ ବଡ ଖୁଲାସା, ସୁଶାନ୍ତଙ୍କ କେଶକୁ ନେଇ ଆସିଲା ଓକିଲଙ୍କ ଅଭିଯୋଗ

ଆଜି ଆମେ ଆପଣଙ୍କ ପାଇଁ ବଲିଉଡ ର ୧୦ ଟି ବଡ଼ ଖବର ନେଇ ଆସିଛୁ ତେବେ ଚାଲନ୍ତୁ ଜାଣିବା ।

୧:- ସୁଶାନ୍ତ ସିଂ ରାଜପୁତ ଙ୍କ ମାମଲାରେ ଓକିଲ ବିକାଶ ସିଂ ହଲଚଲ ମଚେଇ ଦେଇଛନ୍ତି । ବିକାଶ ସିଂ ନିଜ ଟୁଇଟ ଦ୍ଵାରା CBI ଉପରେ ଅଭିଯୋଗ କରିଛନ୍ତି କି ଆଜି ଯାଏଁ CBI ସୁଶାନ୍ତ ଙ୍କ କେଶ କୁ ହତ୍ୟା କେଶ ବୋଲି କାହିଁକି ବଦଳାଇ ନାହିଁ । ବିକାଶ ସିଂ ଙ୍କ ଅନୁସାରେ ତାଙ୍କୁ ଜଣେ ଏମ୍ସ ର ଡକ୍ଟର ସୁଶାନ୍ତ ଙ୍କ ମୃତ ଶରୀର ଦେଖି କହିଥିଲେ ଏହା ଆତ୍ମହତ୍ୟା ନୁହେଁ ବରଂ ୨୦୦ ପ୍ରତିଶତ ହତ୍ୟା ଅଟେ । କିନ୍ତୁ ଏବେ ଏମ୍ସ ର କର୍ମଚାରୀ କହିଚନ୍ତି ସେ ଫରେନସି ରିପୋର୍ଟ ଏବେ ପର୍ଯ୍ୟନ୍ତ ଆସିନାହିଁ ତେଣୁ ବିକାଶ ଙ୍କ ଏମିତି କହିବା ଉଚିତ ନୁହେଁ ।

୨:-NCB ଆଊ କିଛି ସମୟ ପରେ କରନ ଜୋହର ଙ୍କୁ ମଧ୍ୟ କରିପାରେ ଜେରା । ଏବଂ ଖୁବ ଶୀଘ୍ର କରନ ଙ୍କୁ ନିଜ ଅଫିସ କୁ ଡକାଇପାରେ । ଦୀପିକା ପାଦୁକୋନ ଏବଂ ଧର୍ମ ପ୍ରଡକ୍ସନ ର କିଛି କର୍ମଚାରୀ ଙ୍କୁ ପଚରା ଉଚୁରା ପରେ NCB କରନ ଙ୍କୁ ଜେରା କରିବ । କରନ ଜୋହର ଙ୍କ ଉପରେ NCB ର କଡ଼ା ନଜର ରହିଛି ।

୩:-ଦୀପିକା ପାଦୁକୋନ ଙ୍କ ସହିତ NCB ଅଫିସ କୁ ଯାଇପାରନ୍ତି ତାଙ୍କ ସ୍ବାମୀ ରଣବୀର ସିଂ । ଖବର ମିଳିଛି କି ଦୀପିକା ଙ୍କ ସହିତ ତାଙ୍କୁ ସପୋଟ କରିବା ପାଇଁ ତାଙ୍କ ସ୍ବାମୀ ରଣବୀର ମଧ୍ୟ ଯିବେ । ଏଥିପାଇଁ ସେ NCB କୁ ପର୍ମିସନ ମଧ୍ୟ ମାଗି ସାରିଛନ୍ତି । କିନ୍ତୁ NCB ପର୍ମିସନ ଦେଇଛି କି ନାହିଁ ଏବେ ଯାଏଁ ଖବର ଆସିନାହିଁ ।

୪:-ସାଉଥ ର ଜଣା ଶୁଣା ସିଙ୍ଗର ଏସ ପି ବାଲା ସୁଭ୍ରମନ୍ୟଂ ଙ୍କ ଦେହାନ୍ତ ହୋଇଛି । ବଲିଉଡ ରୁ ଆରମ୍ଭ କରି ସାଉଥ ଇଣ୍ଡଷ୍ଟ୍ରି ରେ ନିଜର କାମ ପାଇଁ ତାଙ୍କୁ ନ୍ୟାସନାଲ ଆୱାଡ ମଧ୍ୟ ମିଳିଥିଲା ।

୫:- ସାରୁଖ ଖାନ ଙ୍କ କୋ ଆକ୍ଟ୍ରେସ ସୁଚିତ୍ରା କ୍ରିଷ୍ଣ ମୂର୍ତ୍ତି କରନ ଜୋହର ଙ୍କ ଉପରେ ଉଠାଇଛନ୍ତି ବଡ଼ ପ୍ରଶ୍ନ । ସୁଚିତ୍ରା ଙ୍କ କହିବା ଅନୁସାରେ ଯେତେବେଳେ ସେ ବଲିଉଡ କୁ ଫେରିବାକୁ ଚାହୁଁଥିଲେ ସେତେବେଳେ ତାଙ୍କୁ ପରାମର୍ଶ ଦିଆଯାଇଥିଲା କି ତାଙ୍କୁ କରନ ଜୋହର ଙ୍କ ପାର୍ଟି କୁ ଯିବାକୁ ପଡିବ । ଏବଂ ସେ ଏହା କହିଛନ୍ତି କି ବଲିଉଡ ରେ ଲୋକ ଭୁଲ କାମରେ ମୁହଁ ଖୋଲିବା ନୁହେଁ ବରଂ ତାକୁ ପ୍ରଶୟ ଦେବାରେ ଲାଗିଛନ୍ତି । ସୁଚିତ୍ରା ଯେଉଁ ପାର୍ଟି କୁ ନେଇ କହିଚନ୍ତି ଡ୍ରଗ ମାମଲାକୁ ନେଇ ଏହି ପାର୍ଟି ମଧ୍ୟ ଚର୍ଚ୍ଚାରେ ରହିଛି ।

୬:-ଡ୍ରଗ ମାମଲାରେ ସାମ୍ନାକୁ ଆସିବାକୁ ଯାଉଛି ବଲିଉଡ ର ବହୁତ ବଡ଼ ବଡ଼ ନାମ । ଧର୍ମା ପ୍ରଡକ୍ସନ ର କର୍ମଚାରୀ ଏହି ବଲିଉଡ ଷ୍ଟାର ମାନଙ୍କ ନା କହିବା ସହିତ ଏମାନଙ୍କ ବିରୁଦ୍ଧରେ ପ୍ରମାଣ ମଧ୍ୟ ଦେଇଛି । ଖୁବ ଶୀଘ୍ର ଆହୁରି ବଡ଼ ବଡ଼ ନା ସାମ୍ନାକୁ ଆସିବାକୁ ଯାଇଛି ।

୭:- ସଲମାନ ଖାନ ସ୍ବୀକାର କରିଛନ୍ତି କି ତାଙ୍କୁ କୋରୋନା ପାଇଁ ନିଜର ଫିଲ୍ମ କରିବାକୁ ଡର ଲାଗୁଛି । ସଲମାନ ଏହା ବିଗ ବସ ୧୪ ର ଲଂଚ ଅବସରରେ ଗୋଟେ ପ୍ରେସ କଂଫରେଁସ ରେ କହିଚନ୍ତି । ସଲମାନ ଙ୍କ ଅନୁସାରେ ଏବେ ସମସ୍ତେ ସୁରକ୍ଷା ପାଇଁ ଚିନ୍ତିତ ଅଛନ୍ତି । ମାସ୍କ ମଧ୍ୟ ସେ ପିନ୍ଧୁଛନ୍ତି କିନ୍ତୁ ମାସ୍କ ଠିକ କରିବାପାଇଁ କ୍ରୁ ମେମ୍ବର ପାଖକୁ ଆସୁଛନ୍ତି ତେଣୁ ତାଙ୍କୁ ଡର ଲାଗୁଛି ।

୮:- କାର୍ଡ ଏବଂ କୋରିଅର ଦ୍ଵାରା ପଠା ଯାଉଥିଲା ସାରା ଏବଂ ଶ୍ରଦ୍ଧା ଙ୍କୁ ଡ୍ରଗ । ଏହା NCB ସମନରେ କିଛି ଡ୍ରଗ ମାଫିଆ କହିଛନ୍ତି । ଡ୍ରଗ ମାଫିଆ କରମଜିତ ସିଂ ଏହି ମାମଲାକୁ ନେଇ ବହୁତ ଅଲଗା ଅଲଗା ଜିନିଷ କହିଛନ୍ତି । ଏହି ମାମଲାରେ NCB ସାରା ଅଲି ଖାନ ଏବଂ ଶ୍ରଦ୍ଧା କପୁର ଙ୍କୁ କାଲି ପଚରା ଉଚୁରା କରିବ ।

୯:-ରକୁଲ ପ୍ରିତ NCB ସାମ୍ନାରେ ସବୁ ସତ ମାନିନେଇଚନ୍ତି । ଏବଂ ରିୟା ଚକ୍ରବର୍ତ୍ତୀ ଙ୍କ ଉପରେ ସବୁ ଦୋଷ ଦେଇଦେଇଛନ୍ତି । ରକୁଲ୍ କହିଚନ୍ତି ଡ୍ରଗ ତାଙ୍କ ପାଇଁ ନଥିଲା ବରଂ ରିୟା ଙ୍କ ପାଇଁ ଥିଲା ରିୟା ଡ୍ରଗ ନେଉଥିଲେ ଏବଂ ସେ ତାଙ୍କ ପାଖରେ ଛାଡି ଦେଇଥିଲେ । ସେ ଏହା କେବଳ ବନ୍ଧୁତ୍ୱ ପାଇଁ ରଖିଥିଲେ କିନ୍ତୁ ତାଙ୍କର କୌଣସି ଡ୍ରଗ୍ସ ମାଫିଆ ଙ୍କ ସହିତ ସମ୍ପର୍କ ନାହିଁ ବୋଲି ରକୁଲ କହିଛନ୍ତି ।

୧୦:-ବଲିଉଡ ଅଭିନେତ୍ରୀ ଟିୟା ବାଜପେୟୀ ନିଜର ଡ୍ରଗ ଟେଷ୍ଟ ରିପୋଟ ସେୟାର କରି କହିଛନ୍ତି ବଲିଉଡ କୁ ବଦନାମ ହେବାରୁ ବଞ୍ଚାନ୍ତୁ ଏବଂ ଶୀଘ୍ର ନିଜର ଡ୍ରଗ୍ସ ଟେଷ୍ଟ ରିପୋଟ ସମସ୍ତଙ୍କ ସାମ୍ନାରେ ରଖନ୍ତୁ ।

ଏହା ଥିଲା ଆଜିର ବଲିଉଡ ର ୧୦ ଟି ବଡ଼ ଖବର । ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।