ଜାଣନ୍ତୁ ଓଲିଉଡ ର ଏହି ଫେମସ ହିରୋଇନ ମାନଙ୍କ ଶିକ୍ଷାଗତ ଯୋଗ୍ୟତା କେତେ ?

ଦର୍ଶକ ବନ୍ଧୁ ଆପଣ ମାନେ ଓଲିଉଡର କଳାକାର ମାନଙ୍କୁ ବେଶ ଭଲ ଭାବରେ ଜାଣିଥିବେ । ଓଡିଆ ଜଗତର କଳାକାର ମାନେ ନିଜର ସୁନ୍ଦର ଅଭିନୟ ପାଇଁ କୁହବ ଲୋକପ୍ରିୟ ହୋଇ ପାରିଛନ୍ତି । ଅନେକ ସମୟରେ ଆପଣ ମାନେ କମେଣ୍ଟ କରନ୍ତି ଯେ ଓଡିଆ ଜଗତର କଳାକାର ମାନଙ୍କର ଏଜୁକେସନ କ୍ବାଲିଫିକେସନ କେତେ ଆପଣ ମାନେ ସମସ୍ତେ ଜାଣିବାକୁ ଚାହାନ୍ତି । ତେବେ ଆସନ୍ତୁ ଜାଣିବା କେଉଁ ହିରୋଇନ ମାନେ କେତେ ପାଠ ପଢିଛନ୍ତି ।

୧- “ଅର୍ଚ୍ଚିତା ସାହୁ” : ଓଲିଉଡ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଭୁବନେଶ୍ବରେ ଜନ୍ମ ଗ୍ରହଣ କରିଥିଲେ । ସେ ବିଟେକରେ ଗ୍ରାଜୁଏସନ କରିଛନ୍ତି । ଡିଏମ ସ୍କୁଲରେ ତାଙ୍କର ସ୍କୁଲ ଟାଇମ ଓ କିଟ ୟୁନିଭର୍ସିଟି କଲେଜରେ ତାଙ୍କର ପାଠପଢା ଶେଷ ହୋଇଛି ।

୨- “ତମନା”: ଓଡିଆ ଜଗତର ଅଭିନେତ୍ରୀ ତମନା ବରମପୁରରେ ଜନ୍ମଗ୍ରହଣ କରିଛନ୍ତି । ତାଙ୍କର ଶିକ୍ଷା ବିଷୟରେ ଦେଖିବାକୁ ଗଲେ ବ୍ୟାଚଲର ଅଫ ବିଜନେସରେ ଗ୍ରାଜ୍ୟୁସନ କରିଛନ୍ତି ।

୩- “ଏଲିନା ସାମନ୍ତରାଏ” : “ଇଶକ ତୁ ହି ତୁ” ଫିଲ୍ମରେ ଅଭିନୟ କରି ପ୍ରଥମ ଥର ପାଇଁ ଅଭିନେତ୍ରୀ ଏଲିନ ଓଲିଉଡ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ । ତାଙ୍କର ଶିକ୍ଷା ବିଷୟରେ ଦେଖିବାକୁ ଗଲେ ସେ ଏମଏ କରିଛନ୍ତି । ତାଙ୍କର ରାଉଲକେଲାର ଦିଲ୍ଲୀ ପବ୍ଲିକ ସ୍କୁଲ ଓ ରେଭେନ୍ସା ୟୁନିଭର୍ସିଟି କଲେଜରେ ପାଠପଢା ଶେଷ ହୋଇଛି ।

୪- “ଶିବାନୀ ସଂଗୀତା” ଅଭିନେତ୍ରୀ ଶିବାନୀ ପିଲାଦିନୁ ଓଡିଆ ଜଗତରେ ଅଭିନୟ କରୁଛନ୍ତି । ସେ ତାଙ୍କର ପାଠପଢା ଜାରି ରଖିଛନ୍ତି । ଦିଲ୍ଲୀ ପବ୍ଲିକ ସ୍କୁଲରେ ତାଙ୍କର ସ୍କୁଲ ଟାଇମ ଅତିବାହିତ ହୋଇଛି ।

୫- “ବର୍ଷା ପ୍ରିୟଦର୍ଶିନୀ”: ଓଡିଆ ଜଗତର କୁଇନ ଅଭିନେତ୍ରୀ ବର୍ଷା ନିଜର ସୁନ୍ଦର ଅଭିନୟ ପାଇଁ ଲୋକପ୍ରିୟ ହୋଇ ପାରିଛନ୍ତି । ସେ ଗ୍ରାଜ୍ଯୁଏସନ କରିଛନ୍ତି । ତାଙ୍କର ଏକ ଘରୋଇ ସ୍କୁଲରେ ଓ ଶୈଳବାଳା କଲେଜରେ ତାଙ୍କର ପାଠପଢା ଶେଷ ହୋଇଛି ।

୬- “ଶୀତଳ ପାତ୍ର” : ଓଲିଉଡ ଜଗତରେ ଅଭିନେତ୍ରୀ ଶୀତଳଙ୍କୁ ଅଭିନେତା ବାବୁସାନଙ୍କ ସହ ଅନେକ ଫିଲ୍ମରେ ଦେଖାଯାଇଛି । ସେ ଗ୍ରାଜ୍ୟୁସନ କରିଛନ୍ତି । ତାଙ୍କର ଭୁବନେଶ୍ବରର ଡିଏଭି ସ୍କୁଲ ଓ ରେଭେନ୍ସା ଉନିଭର୍ସିଟି କଲେଜରେ ପାଠପଢା ଶେଷ ହୋଇଛି ।

୭- “ରଚନା ବାନାର୍ଜୀ” : ଓଡିଆ ଜଗତରେ ଅଭିନେତ୍ରୀ ରଚନାଙ୍କର ଅଭିନେତା ସିଦ୍ଧାର୍ଥଙ୍କ ସହ ବେଶ ଭଲ ଯୋଡି ରହିଛି । ତାଙ୍କର ସାଉଥ ସିଟି କଲେଜରେ ଗ୍ରାଜୁଏସନ ଓ  ୱେଷ୍ଟ ବେଙ୍ଗଲର ଘରୋଇ ସ୍କୁଲରେ ପାଠପଢା ଶେଷ ହୋଇଛି ।

୮- “ପ୍ରକୃତି ମିଶ୍ର” : ଅଭିନେତ୍ରୀ ପ୍ରକୃତି ବଲିଉଡରେ ଅନେକ ସିରିଏଲ ଓ ଓଲିଉଡରେ ଫିଲ୍ମ ଗୁଡିକରେ କାମ କରିସାରିଛନ୍ତି । ସେ ଭୁବନେଶ୍ବରର ଭେଙ୍କେଟେଶ୍ଵର ସ୍କୁଲ ଓ ରମା ଦେବୀ କଲେଜରେ ୧୨ ଶ୍ରେଣୀ ପର୍ଯ୍ୟନ୍ତ ପଡିଛନ୍ତି।

୯- “ଝିଲିକ ଭଟ୍ଟାଚାର୍ଜ୍ୟ”: ଅଭିନେତ୍ରୀ ଝିଲିକ ଜଣେ ବେଙ୍ଗଲି ନାୟିକା ଅଟନ୍ତି । ସେ ଇଙ୍ଗଲିସ ଅନର୍ସରେ ଗ୍ରାଜ୍ୟୁସନ କରିଛନ୍ତି ।

୧୦-  “ଅନୁ “: ଓଡିଆ ଜଗତରେ ଅଭିନେତ୍ରୀ ଅନୁ ସିଦ୍ଧାର୍ଥଙ୍କ ସହ ଅନେକ ଫିଲ୍ମରେ ନଜର ଆସିଛନ୍ତି । ସେ ରମା ଦେବୀ କଲେଜରେ ହୋମ ସାଇନ୍ସରେ ଗ୍ରାଜ୍ୟୁସନ କରିଛନ୍ତି ।

୧୧-  “ଭୂମିକା ଦାସ” : ଅଭିନେତ୍ରୀ ଭୂମିକା ପିଲାଦିନୁ ଓଲିଉଡରେ କାମ କରୁଛନ୍ତି । ବର୍ତ୍ତମାନ ସେ ତାଙ୍କର ପାଠପଢା ଜାରି ରଖିଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।