ବରଯାତ୍ରୀରେ ଦେଖା ଚାହାଁ ଆଉ କାଗଜରେ ନମ୍ବର ଦିଆନିଆ… ଲୋକପ୍ରିୟ କମେଡି କାର୍ଟୁନ ନଟିଆଙ୍କ ନିଆରା ପ୍ରେମ କାହାଣୀ, ଦେଖନ୍ତୁ video

ନଟିଆ କମେଡି ଓଡିଶାର ଘରେ ଘରେ ଅତି ଲୋକପ୍ରିୟ କାର୍ଟୁନ ଚରିତ୍ର । ପିଲାଠୁ ବୁଢା ଯାଏଁ ନଟିଆ କମେଡି ଦେଖିବାକୁ ଖୁବ ଭଲପାଆନ୍ତି । ଏହି କମେଡି ପଛରେ ଥିବା ଅସଲି କଳାକାର ସ୍ମୃତି ରଞ୍ଜନ ମହାନ୍ତିଙ୍କ ଏକ ସ୍ଵତନ୍ତ୍ର ସାକ୍ଷାତକାର ଏବେ ସାମ୍ନାକୁ ଆସିଛି । ଯେଉଁଥିରେ ସ୍ମୃତି ଓ ତାଙ୍କ ଧର୍ମପତ୍ନୀ ସେମାନଙ୍କ ପ୍ରେମ ଜୀବନ ବିଷୟରେ ବେଶ ରୋଚକ ଖୁଲାସା କରିଛନ୍ତି । ବର୍ତ୍ତମାନ ସାରା ବିଶ୍ଵ ପ୍ରେମ ସପ୍ତାହ ପାଳନ କରୁଛି । ଏହି ସମୟରେ ନଟିଆଙ୍କ ଅସଲ ଜୀବନ ପ୍ରେମ କାହାଣୀ ଚର୍ଚ୍ଚାରେ ରହିଛି ।

ନଟିଆ ବା ସ୍ମୃତିଙ୍କ ପତ୍ନୀଙ୍କ ନାମ ହେଉଛି ଦୀପିକା । କିନ୍ତୁ ନଟିଆଙ୍କ ଘରେ ତାଙ୍କୁ ସମସ୍ତେ ପ୍ରୀତି ନାମରେ ଡାକନ୍ତି । ନଟିଆ କହିଛନ୍ତି ଯେ, ଆଜିକାଲିର ପ୍ରେମ କାହାଣୀ ଅପେକ୍ଷା ଆଗକାଳରେ ଯେଉଁ ପ୍ରେମ ହେଉଥିଲା ସେଥିରେ ବେଶୀ ସତ୍ୟତା ଥିଲା । ଆଜି ପ୍ରେମ ବହୁତ ଶସ୍ତା ହୋଇଗଲାଣି । ଅଧିକାଂଶ ପ୍ରେମରେ ପ୍ରତାରଣା ମିଳିବା ସହ ଏକାଧିକ ପ୍ରେମିକ ଓ ପ୍ରେମିକାଙ୍କ ସହ ଲୋକେ ଟାଇମପାସ୍ କରୁଛନ୍ତି । ନଟିଆ ତାଙ୍କ ପ୍ରେମ କାହାଣୀକୁ ନେଇ କହିଛନ୍ତି କି ବହୁତ କମ୍ ବୟସରୁ ସେମାନେ ପ୍ରେମରେ ପଡିଥିଲେ ।

2009 ରେ ସେ ପ୍ରୀତିଙ୍କ ଗାଁକୁ ବରଯାତ୍ରୀରେ ଯାଇଥିଲେ । ସେଇଠି ସେ ପ୍ରୀତିଙ୍କୁ ପସନ୍ଦ କରିଥିଲେ ଏବଂ ପ୍ରୀତି ମଧ୍ୟ ତାଙ୍କୁ ପସନ୍ଦ କରୁଛନ୍ତି କି ନାହିଁ ସେଇଟା ବି ଚେକ୍ କରି ଦେଇଥିଲେ । ସେ ବାରମ୍ବାର ଜାଗା ବଦଳାଉ ଥିଲେ ଆଉ ଦେଖୁଥିଲେ ପ୍ରୀତି ତାଙ୍କୁ ଦେଖୁଛନ୍ତି କି ନାହିଁ । ପ୍ରୀତି ସବୁଥର ତାଙ୍କ ଆଡେ ଦେଖୁଥିଲେ ତେଣୁ ସେ ଜାଣି ସାରିଥିଲେ ପ୍ରୀତି ବି ତାଙ୍କୁ ପସନ୍ଦ କରୁଛନ୍ତି । ସେ ଏକ କାଗଜରେ ନିଜ ମୋବାଇଲ ନମ୍ବର ଲେଖି ଅନ୍ୟଜଣଙ୍କ ହାତରେ ପ୍ରୀତିଙ୍କୁ ଦେଇଥିଲେ ।

ପ୍ରୀତି ତାକୁ ନିଜ ମୁଦି ଭିତରେ ରଖି ଦେଇଥିଲେ । ତା’ପରେ ଘରେ ଯାଇ ଦେଖିଥିଲେ କି ନମ୍ବରଟିଏ । ସେତେବେଳେ ତାଙ୍କ ଘରେ ନୋକିଆ ଫୋନ ଥିଲା । ହେଲେ ସେଇ ଫୋନରେ ଫୋନ ଆସିଲେ ତାଙ୍କ ଭାଇ ଜାଣିଦେବ ଭାବି ସେ ବାହାରେ ଯାଇ ଟଙ୍କିକିଆ ଫୋନ ବୁଥରୁ ସ୍ମୃତିଙ୍କୁ କଲ୍ କରିଥିଲେ । ଏମିତି କଥାବାର୍ତ୍ତା ମାଧ୍ୟମରେ ସେମାନେ 5 ବର୍ଷ ଧରି ଭଲ ପାଇଥିଲେ ।

ତା’ପରେ ଘରେ ଯେତେବେଳେ ପ୍ରୀତିଙ୍କ ବାହାଘର କଥା ଉଠିଥିଲା ସେତେବେଳେ ସେ ସାହାସ କରି ନିଜ ଘରଲୋକଙ୍କୁ ସ୍ମୃତିଙ୍କ ବିଷୟରେ କହିଥିଲେ । ସେମାନେ ପ୍ରେମିକା ପ୍ରେମିକାରୁ ପତି-ପତ୍ନୀ ଏବଂ ପିତାମାତା ମଧ୍ୟ ହୋଇ ସାରିଥିଲେ । ନଟିଆଙ୍କ ଲଭ ଷ୍ଟୋରି ସତରେ କେତେ ରୋଚକ ଥିଲା ଆପଣ ସେଥିରୁ ଜାଣି ପାରୁଥିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।