Pintu Nanda ଙ୍କ ଚିକିତ୍ସା ପାଇଁ 10 ଲକ୍ଷ ଟଙ୍କା ଦେଲେ ଅଭିନେତା Ardhendu, ଏନେଇ କଣ କହିଲେ ଦେଖନ୍ତୁ video

ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ଵାସ୍ଥ୍ୟାବସ୍ଥାକୁ ନେଇ କିଛିଦିନ ହେଲା ସବୁଆଡେ ଜୋରଦାର ଚର୍ଚ୍ଚା ଚାଲିଛି । ପିଣ୍ଟୁ ନନ୍ଦ ଲିଭର ସିରୋସିସ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଛନ୍ତି ଓ ଖୁବ ଶୀଘ୍ର ଲିଭର ଟ୍ରାନ୍ସପ୍ଳାଣ୍ଟ କରିବା ପାଇଁ ମଧ୍ୟ ପ୍ରସ୍ତୁତ ହେଉଛନ୍ତି । ଏହି ଚିକିତ୍ସା ଅତ୍ୟନ୍ତ ବ୍ୟୟବହୁଳ ହୋଇଥିବା ବେଳେ ଓଡିଶାବାସୀଙ୍କୁ ହାତଯୋଡି ସାହାଯ୍ୟ ପ୍ରାର୍ଥନା କରିଥିଲେ ପିଣ୍ଟୁ । ଫଳରେ ଅନେକ ପ୍ରଶଂସକ ଓ ଶୁଭେଚ୍ଛୁ ତାଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି ।

ପିଣ୍ଟୁଙ୍କ ପରିବାର ଓ ସାଙ୍ଗସାଥିମାନେ ମଧ୍ୟ ପିଣ୍ଟୁଙ୍କୁ ଆର୍ଥିକ କରିଥିବା ସହ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି ସହ ଜଡିତ ଅନେକ କଳାକାର ପିଣ୍ଟୁ ନନ୍ଦଙ୍କ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି । ଅର୍ଥ ଯୋଗାଡ ହେବା ପରେ ପିଣ୍ଟୁ ନନ୍ଦ ଦିଲ୍ଲୀ ଅଭିମୁଖେ ଯାଇଛନ୍ତି । ସେଠାରେ ଡୋନର ମିଳିବା ମାତ୍ରେ ତାଙ୍କର ଲିଭର ଟ୍ରାନ୍ସପ୍ଳାଣ୍ଟ ପ୍ରକ୍ରିୟା ଆରମ୍ଭ କରି ଦିଆଯିବ । ପିଣ୍ଟୁଙ୍କ ଲିଭର ଏକଦମ ଖରାପ ହୋଇ ଯାଇଥିଲେ ମଧ୍ୟ ତାଙ୍କ ସ୍ଵାସ୍ଥ୍ୟାବସ୍ଥା ସାମାନ୍ଯ ସ୍ଥିର ରହିଛି ।

ଏହାରି ଭିତରେ ଅଭିନେତା ଅର୍ଦ୍ଧେନ୍ଦୁ ପିଣ୍ଟୁ ନନ୍ଦଙ୍କୁ ଏକ ବଡ ରାଶିର ସାହାଯ୍ୟ କରିଛନ୍ତୁ ବୋଲି ଖବର ମିଳିଛି । ଶୁଣିବାକୁ ମିଳୁଛି କି ଅର୍ଦ୍ଧେନ୍ଦୁ ପିଣ୍ଟୁ ନନ୍ଦଙ୍କୁ 10 ଲକ୍ଷ ଟଙ୍କାର ସାହାଯ୍ୟ କରିଛନ୍ତି । ହେଲେ ଏନେଇ ଅର୍ଦ୍ଧେନ୍ଦୁ ସ୍ପଷ୍ଟ ଭାବେ କହି ନଥିଲେ ମଧ୍ୟ ତାଙ୍କ ଦ୍ଵାରା ଯେତିକି ହୋଇପାରିବ ସେତିକି ସାହାଯ୍ୟ ସେ କରିଛନ୍ତି ବୋଲି କହିଛନ୍ତି ।

ତିନି ମାସ ତଳେ ପିଣ୍ଟୁ ନନ୍ଦଙ୍କ ସହ ତାଙ୍କର ଶେଷଥର ଦେଖା ହୋଇଥିଲା । ଅର୍ଦ୍ଧେନ୍ଦୁଙ୍କ ବାପା କିଡନୀ ରୋଗରେ ହସ୍ପିଟାଲରେ ଚିକିତ୍ସା ହେଉଥିଲା ବେଳେ ପିଣ୍ଟୁ ନନ୍ଦ ସେଠାରେ ତାଙ୍କୁ ଦେଖା କରିବାକୁ ଯାଇଥିଲେ । ଏତିକି ବେଳେ ମଜା ମଜାରେ ପିଣ୍ଟୁ କହିଥିଲେ କି, ମୋର ଦେହ ଖରାପ ହେଲେ ମୁଁ ଆଗ ଚାଲିଯିବି । ଏନେଇ ଅର୍ଦ୍ଧେନ୍ଦୁ କହିଛନ୍ତି କି, ସେତେବେଳେ ପିଣ୍ଟୁ ତାଙ୍କ ରୋଗ କଥା ଲୁଚାଇଥିଲେ ।

ସେ ଯାହାବି ହେଉ ପିଣ୍ଟୁ ନନ୍ଦ ଶୀଘ୍ର ସୁସ୍ଥ ହୋଇ ଆମ ଗହଣକୁ ଫେରି ଆସନ୍ତୁ ଓ ପୁଣି ଥରେ ଓଡିଆ ଦର୍ଶକଙ୍କ ମନୋରଞ୍ଜନ କରନ୍ତୁ ବୋଲି ଅର୍ଦ୍ଧେନ୍ଦୁ କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।