“ଜର୍ସି” ଫିଲ୍ମ ଦେଖିବା ପରେ ଚାରି ଥର କାନ୍ଦିଛନ୍ତି ଏହି ଅଭିନେତା

ଅଭିନେତା ସାହିଦ କପୁର ତାଙ୍କ ଜୀବନର ସବୁଠୁ ଲୋକପ୍ରିୟ ଫିଲ୍ମ “କବୀର ସିଂହ” କରିବା ପରେ ସେ ବର୍ତ୍ତମାନ ତେଲୁଗୁ ଫିଲ୍ମ “ଜର୍ସି” ର ହିନ୍ଦୀ ରିମେକ ରେ ନଜର ଆସିବେ । ସେ କହିଛନ୍ତି କି ସେହି ଫିଲ୍ମକୁ ଦେଖି ସେ ଚାରିଥର କାନ୍ଦିଛନ୍ତି । ବମ୍ବେରେ ସୋମବାର ଦିନ ହେଉଥିବା ସ୍କ୍ରିନ ଆୱାର୍ଡ ସେଲିବ୍ରେସନରେ ସାହିଦ ମିଡିଆ ସାମ୍ନାରେ ନଜର ଆସିଥିଲେ । ସେ କହିଲେ କି ମୁଁ କବୀର ସିଂହ ପରେ ଅନ୍ୟ କୌଣସି ରିମେକ ଫିଲ୍ମ କରିବାକୁ ଚାହୁଁ ନଥିଲି, ମୁଁ ଅର୍ଜିନାଲ ଫିଲ୍ମ କରିବାକୁ ଚାହୁଁଛି । ନହେଲେ ଲୋକମାନଙ୍କୁ ଲାଗିବ କି ମୁଁ ଖାଲି ରିମେକ ଫିଲ୍ମ ହିଁ କରୁଛି ।

ସାହିଦ ତାଙ୍କ ଜୀବନରେ ବହୁତ କଷ୍ଟ କରିଛନ୍ତି । ସାହିଦ ଏକ ଭଲ ଅଭିନେତା ସହ ଏକ ଭଲ ଡ୍ୟାନ୍ସର ମଧ୍ୟ ଅଟନ୍ତି । ସେ ପ୍ରଥମେ ବ୍ୟାକ ସ୍ଟେଜ ରେ ଡ୍ୟାନ୍ସ କରୁଥିଲେ । ନିଜ ଚେଷ୍ଟାରେ ସେ ବଲିଉଡ୍ ରେ ପାଦ ଦେଲେ ଓ ଫିଲ୍ମ କଲେ । ସାହିଦ ହେଉଛନ୍ତି ଏକ ପୁରୁଣା ଓ ଅଭିଜ୍ଞତା ପୂର୍ଣ୍ଣ ଅଭିନେତା । ଧୀରେ ଧୀରେ ସେ ଏମିତି କିଛି ଫିଲ୍ମ କଲେ ଯାହାଫଳରେ ଲୋକମାନେ ତାଙ୍କ ଅଭିନୟକୁ ପସନ୍ଦ କରିଲେ, ସାହିଦ ସବୁପ୍ରକାରର ଅଭିନୟ କରିଛନ୍ତି ।

 

ସେ ତାଙ୍କର ଫିଲ୍ମ “ପଦ୍ମାବତ”ରେ ବହୁତ ଭଲ ଅଭିନୟ କରିଥିଲେ । ଲୋକମାନେ ମଧ୍ୟ ତାଙ୍କର ଆକ୍ଟିଂକୁ ବହୁତ ଭଲ ପାନ୍ତି । ଏହା ପରେ ସେ ତେଲୁଗୁ ଫିଲ୍ମ “ଅର୍ଜୁନ ରେଡ୍ଡୀ” ର ରିମେକ “କବୀର ସିଂହ” କରିଥିଲେ । ଏହି ଫିଲ୍ମଟି ଯୁବପିଢୀଙ୍କୁ ବହୁତ ପସନ୍ଦ ଆସିଥିଲା ଓ ଏହି ଫିଲ୍ମଟି ସୁପର ହିଟ ମଧ୍ୟ ହୋଇଥିଲା । ଏହା ପରେ ସାହିଦ “ଜର୍ସି” ପାଇଁ ପ୍ରସ୍ତୁତ ହେଉଛନ୍ତି । ଯେତେବେଳେ ସେ ଜର୍ସି ଫିଲ୍ମଟି ଦେଖିଲେ ସେ କହିଲେ କି ଏହି ଫିଲ୍ମଟି ମୋ ମନକୁ ଛୁଇଁଗଲା । ଏହି କାହଣୀଟି କ୍ରିକେଟ ଉପରେ ଆଧାରିତ ।

ଏହି ଫିଲ୍ମରେ ଏକ ୩୬ ବର୍ଷୀୟ ଲୋକ ବିଷୟରେ ଦେଖା ଯାଇଛି, ଯାହାର ଗୋଟିଏ ୬ ବର୍ଷର ପୁଅ ଅଛି । ସେ ଗୋଟିଏ କ୍ରିକେଟ ଖେଳାଳି ଥିଲା, ବର୍ତ୍ତମାନ ସେ ଖେଳ ଛାଡିଦେଇଛି । କିନ୍ତୁ କିଛି ଅସୁବିଧା ପାଇଁ ସେ ୩୬ ବର୍ଷରେ କ୍ରିକେଟ ଖେଳିବା ପାଇଁ ନିର୍ଣ୍ଣୟ ନେଇଛି କାରଣ କ୍ରିକେଟ ବିଷୟରେ ସେ ସବୁ କିଛି ଜାଣିଛି । ଏହି ଫିଲ୍ମଟି ବହୁତ ଭଲ ହୋଇଥିଲା । ଲୋକମାନେ ଏହି ଫିଲ୍ମଟିକୁ ବହୁତ ପସନ୍ଦ କରିଥିଲେ, ସେଥିପାଇଁ ସାହିଦ ଏହି ଫିଲ୍ମର ରିମେକ କରୁଛନ୍ତି ।