ନିଜ ମା’ ର ଗେଟଅପରେ ଡ୍ରାଇଭିଙ୍ଗ ଟେସ୍ଟ ଦେବାକୁ ପହଞ୍ଚିଥିଲା ପୁଅ, ଏମିତି ଭାବରେ ହେଲା ଖୁଲାସା

ସବୁ ପୁଅମାନେ ନିଜ ମା’ ପାଇଁ କିଛି ବି କରିବା ପାଇଁ ପ୍ରସ୍ତୁତ ଥାଆନ୍ତି । କିନ୍ତୁ ଏଥିପାଇଁ ଆଇନ ଉଲଂଘନ କରି କାମ କରିବା ଭୁଲ ଅଟେ । ଏମିତି କିଛି ଦେଖିବାକୁ ମିଳିଛି ବ୍ରାସିଲିୟାରେ ଯେଉଁଠି ଗୋଟିଏ ପୁଅ ନିଜର ୬୦ ବର୍ଷର ମା’କୁ ଡ୍ରାଇଭିଙ୍ଗ ଲାଇସେଂସ ଦେବା ପାଇଁ ତାହାର ଗେଟଅପରେ ଟେସ୍ଟ ଦେବା ପାଇଁ ଚେଷ୍ଟା କରୁଥିଲା । ଅମେଜନରେ ରହୁଥିବା ହେକ୍ଟର ମର୍ସିୟୋ ଶିୟାବ ଏହିଭଳି କାମ କରିଥିଲା । କିନ୍ତୁ କିଛି ସମୟ ପରେ ଏହା ବିଷୟରେ ଜଣା ପଡିଲା ଓ ତାକୁ ଗିରଫ୍ କରି ନିଆଗଲା ।

କହିବାକୁ ଗଲେ ଅମେଜନର ଏକ ଛୋଟ ସହର ନୋବୋ ମୁତୁମ ପରାନାର ହେକ୍ଟର ମର୍ସିୟୋ ଶିୟାବ ର ମା’ ଡୋନା ମରିୟା ତିନି ଥର ଡ୍ରାଇଭିଙ୍ଗ ଟେସ୍ଟରେ ଫେଲ ହୋଇ ଯାଇଥିଲେ । ଏହା ପରେ ମା’ ଚତୁର୍ଥ ଥର ଟେସ୍ଟ ଦେବା ପାଇଁ ମନା କରିଦେଲେ । ଏହା ପରେ ହେକ୍ଟର ମା’ଙ୍କ ସ୍ଥାନରେ ଟେସ୍ଟ ଦେବା ପାଇଁ ଚିନ୍ତା କରିଲା ଓ ତାଙ୍କ ଭଳି ଗେଟଅପ ନେଇ ଟେସ୍ଟ ଦେବା ପାଇଁ ପହଞ୍ଚିଲା । କିନ୍ତୁ ଭାରି ଆବାଜ ଓ ଲମ୍ବା ହାତ କାରଣରୁ ଅଧିକାରୀମାନଙ୍କୁ ତାଙ୍କ ଉପରେ ସନ୍ଦେହ ହୋଇଗଲା ।

ଡ୍ରାଇଭିଙ୍ଗ ଟେସ୍ଟର ନିଜ ମା’ର ଚତୁର୍ଥ ପ୍ରୟାସରେ ଶିୟାବ ଦୁଇ ଘଣ୍ଟା ଡେରିରେ ପହଞ୍ଚିଲା । ସେହି ସମୟ ପର୍ଯ୍ୟନ୍ତ ସବୁ ଟେସ୍ଟ ଦେବା ପାଇଁ ଆସିଥିବା ଲୋକମାନେ ନିଜ ନିଜର ଟେସ୍ଟ ଦେଇ ଚାଲି ଯାଇଥିଲେ । ୩୮ ବର୍ଷୀୟ ଟେସ୍ଟ ଅଧିକାରୀ ଏଲିନ ମେଂଡୋଂକା ମିଡିଆକୁ କହିଲେ କି, ଯାହା ମୁଁ ଦେଖୁଥିଲି, ତାହା ଉପରେ ବିଶ୍ଵାସ ହେଉ ନ ଥିଲା । ଗୋଟିଏ ବ୍ୟକ୍ତି ମହିଳା ଭଳି ଲମ୍ବା ସ୍କର୍ଟ ଓ ଫ୍ଲୋରଲ ଟପ ପିନ୍ଧି ଥିଲା । ଏତିକି ନୁହେଁ ସେ ନିଜ ନଖ ଗୁଡିକ ବି ପେଣ୍ଟ କରିଥିଲା ।

ଡୋନା ସ୍ଥାନରେ ଅନ୍ୟ କେହି ଟେଷ୍ଟିଙ୍ଗ ପାଇଁ ପହଞ୍ଚିବାରୁ, ମେଂଡୋଂକା ନିଜର ସାଥି ଅଧିକାରୀମାନଙ୍କୁ କହିଲେ ପୋଲିସ କୁ ଫୋନ କରିବା ପାଇଁ  । ଏହା ପରେ ପୋଲିସ ଶିୟାବକୁ ଡୋନାର ଆଇଡ଼ି ମାଗିଲେ । ଏହା ପରେ ଜଣା ପଡିଲା କି ଡୋନା ସ୍ଥାନରେ ତାହାର ପୁଅ ଟେସ୍ଟ ଦେବା ପାଇଁ ଆସିଛି । ୪୩ ବର୍ଷର ହେକ୍ଟର ମର୍ସିୟୋ ଏକ ମେକାନିକ ଅଟେ ।