ବହୁତ ହ୍ୟାଣ୍ଡସମ ଆଉ ସ୍ମାର୍ଟ ଦେଖା ଯାଆନ୍ତି Sunny Deol ଙ୍କ ଦୁଇ ପୁଅ, ଆପଣ ଆଶ୍ଚର୍ଯ୍ୟ ହେଇଯିବେ ଦେଖିଲେ

ସନୀ ଦେଓଲ ଜଣେ ଭାରତୀୟ ଫିଲ୍ମ ଅଭିନେତା ଅଟନ୍ତି । ସେ ହିନ୍ଦୀ ସିନେମା ଜଗତରେ ବହୁତ ଭଲ ଭଲ ଫିଲ୍ମରେ କାମ କରିଛନ୍ତି ଓ ସେ ଘାତକ, ଗଦର ଓ ଦାମିନୀ ଭଳି ଫିଲ୍ମ ପାଇଁ ପରିଚିତ ଅଟନ୍ତି । ସନୀ ଦେଓଲଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ନିଜର ଫିଲ୍ମି କ୍ୟାରିୟରରେ ଦୁଇଟି ଫିଲ୍ମ ଫେୟାର ଓ ଦୁଇଟି ରାଷ୍ଟ୍ରୀୟ ପୁରସ୍କାର ମିଳିସାରିଛି । ସନୀ ଦେଓଲଙ୍କ ଜନ୍ମ ୧୯ ଅକ୍ଟୋବର ୧୯୫୬ ହୋଇଥିଲା ଓ ଅଭିନେତା ଧର୍ମେନ୍ଦ୍ରଙ୍କ ବଡ ପୁତ୍ର ଅଟନ୍ତି । ସନୀ ଦେଓଲ ଜଣେ ଫିଲ୍ମି ପରିବାରର ସଦସ୍ୟ ଅଟନ୍ତି ।

ତାଙ୍କର ପିତା ଗତ ଜମାନାରେ ପ୍ରସିଦ୍ଧ ଅଭିନେତା ହିନ୍ଦୀ ସିନେମା ଜଗତରେ ହି ମ୍ୟାନ ନାମରେ ପ୍ରସିଦ୍ଧ ଅଟନ୍ତି । ତାଙ୍କର ଏହି ପ୍ରସିଦ୍ଧତାକୁ ତାଙ୍କର ପୁଅ ସନୀ ଦେଓଲ ଆଗକୁ ବି ବଢାଇଲେ ।

ସନୀ ଦେଓଲ ନଜିର କ୍ୟାରିୟର ଆରମ୍ଭ ବର୍ଷ ୧୯୮୪ରେ ଫିଲ୍ମ ବେତାବରୁ କରିଥିଲେ । ଏହି ଫିଲ୍ମରେ ତାଙ୍କ ଅପୋଜିଟ ଅଭିନେତ୍ରୀ ଅମୃତା ସିଂହ ଥିଲେ । ଫିଲ୍ମରେ ବକ୍ସ ଅଫିସରେ ବହୁତ ଭଲ ଆୟ କରିଥିଲା । ଏହା ସହିତ ସନୀ ଦେଓଲଙ୍କୁ ତାଙ୍କର ପ୍ରଥମ ଫିଲ୍ମ ଫେୟାର ପୁରଷ୍କାର ମଧ୍ୟ ମିଳିଥିଲା । ବର୍ଷ ୧୯୮୫ରେ ଫିଲ୍ମ ଅର୍ଜୁନରେ ସେ ବେରୋଜଗାର ଯୁବକ ରୂପରେ ନଜର ଆସିଲେ । ଏହି ଫିଲ୍ମରେ ତାଙ୍କର ଅଭିନୟକୁ ଦର୍ଶକ ଓ ଆଲୋଚକମାନେ ବହୁତ ପସନ୍ଦ ବି କରିଥିଲେ ।

ଏହି ଫିଲ୍ମ ସେହି ବର୍ଷର ସମସ୍ତ ହିଟ ଫିଲ୍ମ ମଧ୍ୟରୁ ଗୋଟିଏ ଥିଲା । ଏହା ଛଡା ସେ ହିନ୍ଦୀ ଫିଲ୍ମରେ ଗୋଟିଏ ପରେ ଗୋଟିଏ ହିଟ ଫିଲ୍ମ ଦେଇ ଚାଲିଲେ । ବର୍ତ୍ତମାନ ଚାଳନ୍ତୁ ଜାଣିବା ସନୀ ଦେଓଲଙ୍କ ଦୁଇ ପୁଅ ବିଷୟରେ । ସନୀ ଦେଓଲଙ୍କ ଦୁଇ ପୁଅଙ୍କ ନାମ କରଣ ଦେଓଲ ଓ ରାଜବୀର ଦେଓଲ ଅଟେ ।

ଯେଉଁମାନେ ଦେଖିବାକୁ ବହୁତ ହ୍ୟାଣ୍ଡସମ ନଜର ଅଟନ୍ତି । କରଣ ଦେଓଲ କିଛି ଦିନ ପୂର୍ବେ ହିଁ ‘ପଲ ପଲ ଦିଲ କେ ପାସ’ରୁ ବଲୀଉଡକୁ ଡେବ୍ୟୁ କରିଛନ୍ତି । ବଲୀଉଡରେ ଏଣ୍ଟ୍ରି ନେବା ପୂର୍ବରୁ କାରଣ ଦେଓଲ ୟମଳା ପଗଳା ଦିବାନା ସିରିଜର ଦ୍ଵିତୀୟ ପାର୍ଟରେ ଆସିଷ୍ଟାନ୍ଟ ଡାଇରେକ୍ଟର ରୂପରେ ବି କାମ କରିଥିଲେ ।

ୟମଲା ପଗଲା ଦିବାନାରେ କରଣ ଦେଓଲ ଗୋଟିଏ ଗୀତକୁ ଲେଖିଛନ୍ତି ଓ ତାହାର ରାପ ବି ତିଆରି କରିଛନ୍ତି । ସନୀ ଦେଓଲଙ୍କ ଛୋଟ ପୁଅଙ୍କ ନାମ ରାଜବୀର ଦେଓଲ ଅଟେ । କୁହାଯାଉଛି କି ବଡ ପୁଅ କରଣ ଦେଓଲଙ୍କ ପରେ ସନୀ ଦେଓଲ ନିଜର ସାନ ପୁଅ ରାଜବୀରକୁ ବି ବଲୀଉଡରେ ଲଞ୍ଚ କରି ପାରନ୍ତି ।

ମିଳିଥିବା ସୂଚନା ଆନୁସାରେ ରାଜବୀର ଦେଓଲ ଅଭିନୟ କ୍ଷେତ୍ରରେ ନୁହେଁ ଡାଇରେକ୍ଟର ରୂପରେ ଡେବ୍ୟୁ କରିବାକୁ ଯାଉଛନ୍ତି । ରାଜବୀର ଦେଓଲ କରଣ ଦେଓଲଙ୍କ ଡେବ୍ୟୁ ଫିଲ୍ମରେ ନିଜର ପିତା ଓ ଡାଇରେକ୍ଟର ହୋଇଥିବା ସନୀ ଦେଓଲଙ୍କୁ ଆଶିଷ୍ଟ ମଧ୍ୟ କରିଥିଲେ । ଅର୍ଥାତ ଆସିଷ୍ଟାନ୍ଟ ଡାଇରେକ୍ଟର ହୋଇଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।