ସ୍ଵାମୀଠୁ ବି ଅଧିକ ଆୟ କରନ୍ତି ଏହି ଅଭିନେତ୍ରୀ, ତଥାପି ମଧ୍ୟ ନାହିଁ କୌଣସି ଗର୍ବ

ଆଜି ଆମେ ଆପଣଙ୍କୁ ଅଭିନେତ୍ରୀ ମୋନାଲିସାଙ୍କ ବିଷୟରେ କିଛି ଖାସ କଥା କହିବାକୁ ଯାଉଛୁ । ସିରିୟଲ ‘ନଜର’ ରେ କାମ କରିବା ପାଇଁ ଏପିସୋଡ ପ୍ରତି ମୋନାଲିସା ୫୦୦୦୦ ଟଙ୍କା ନେଇଥାନ୍ତି । ଭୋଜପୁରୀ ଫିଲ୍ମରେ ଅଭିନୟ କରିବା ବି ସେ ଛାଡି ନାହାନ୍ତି । ଗୋଟିଏ ଫିଲ୍ମ ବଦଳରେ ସେ ୫ ରୁ ୭ ଲକ୍ଷ ଟଙ୍କା ନେଇଥାନ୍ତି । ତାଙ୍କର ସମ୍ପତି ୮ କୋଟି ଟଙ୍କାର ଅଟେ ।

ତାଙ୍କ ପାଖରେ ମହଙ୍ଗା ରୁ ମହଙ୍ଗା ଗାଡି ବି ଅଛି ଓ କିଛି ଦିନ ପୂର୍ବରୁ ହିଁ ସେ ଅଡୀ ବ୍ରାଣ୍ଡର ଏକ ନୂଆ ଗାଡି କିଣିଥିଲେ, ଏହାର ସୂଚନା ସେ ସୋସିଆଲ ମିଡିଆ ମାଧ୍ୟମରେ ଦେଇଥିଲେ ।

ମୋନାଲିସାଙ୍କ ସ୍ଵାମୀ ବିକ୍ରାନ୍ତ ସିଂହ ରାଜପୁତ ଅଟନ୍ତି । ବିକ୍ରାନ୍ତ ସିଂହ ରାଜପୁତ ବି ଏକ କଳାକାର ଅଟନ୍ତି ଓ ତାଙ୍କର ଆୟ ମୋନାଲିସାଙ୍କ ଠାରୁ ବହୁତ କମ ଅଟେ । ସ୍ଵାମୀଙ୍କ ଠାରୁ ମୋନାଲିସାଙ୍କ ଆୟ ଅଧିକ ହେବା ସତ୍ତ୍ୱେ ବି ମୋନାଲିସାଙ୍କ ଚେହେରାରେ ଗର୍ବର କୌଣସି ଚିହ୍ନ ନାହିଁ । ଧନୀ ହେବା ସତ୍ତ୍ୱେ ବି ସେ ସାଧାରଣ ବ୍ୟକ୍ତିଙ୍କ ଭଳି ରହିବାକୁ ପସନ୍ଦ ଅଟେ ।

ମୋନାଲିସା ନିଜ ସ୍ଵାମୀଙ୍କ ସହିତ ପ୍ରାୟତଃ ସମୟ ବିତାଉ ଥିବାର ନଜର ଆସନ୍ତି । ସୋସିଆଲ ମିଡିଆରେ ବହୁତ ଆକ୍ଟିବ ରହୁଥିବା ମୋନାଲିସାଙ୍କ ପ୍ରାୟତଃ ଫଟୋରେ ସେ ନିଜର ସ୍ଵାମୀଙ୍କ ସହିତ ନଜର ଆସନ୍ତି ।

ଆପଣଙ୍କୁ କହିଦେଉଛୁ କି ମୋନାଲିସା ବିକ୍ରାନ୍ତ ସିଂହ ରାଜପୁତଙ୍କ ଶହ ୨୦୧୭ରେ ବିବାହ କରିଥିଲେ । ବିକ୍ରାନ୍ତ ସିଂହ ରାଜପୁତଙ୍କ ପୂର୍ବରୁ ମୋନାଲିସା ଅନ୍ୟ ଏକ ବିବାହ କରିଥିଲେ । କିନ୍ତୁ କୌଣସି କାରଣରୁ ତାଙ୍କର ଡିଭୋର୍ସ ହୋଇଗଲା । ବର୍ତ୍ତମାନ ସମୟରେ ବିକ୍ରାନ୍ତଙ୍କ ସହ ମୋନାଲିସା ଏକ ସୁଖମୟ ବୈବାହିତ ଜୀବନ ବିତାଉଛନ୍ତି ।