ପୁରୀରୁ ମିଳିଲା ପେଟ୍ରୋଲର ସନ୍ଧାନ, ମାଟିତଳୁ ତୈଳ ଓ ପ୍ରାକୃତିକ ଗ୍ଯାସ ବାହାର କରୁଛି ଏହି କମ୍ପାନୀ, ଦେଖନ୍ତୁ video

ପୁରୀ ଜିଲ୍ଲାର ଗୋପ ବ୍ଲକ ଅଞ୍ଚଳରୁ ମିଳିଛି ପେଟ୍ରୋଲ ଓ ପ୍ରାକୃତିକ ଗ୍ଯାସର ସନ୍ଧାନ । ତୈଳ ଉତ୍ତୋଳନ ପାଇଁ ତିନୋଟି ତୈଳ କୂପ ଖନନ କରାଯାଉଛି । ଅଏଲ ଇଣ୍ଡିଆ ପକ୍ଷରୁ ଏହି ତୈଳ ଉତ୍ତୋଳନ କାର୍ଯ୍ୟକୁ ଜୋରଦାର କରାଯାଇଛି । ଏଥିପାଇଁ ତିନୋଟି କ୍ରେନ ସହ 100 ଟ୍ରଲର ସାହାଯ୍ୟରେ ବିଭିନ୍ନ ପ୍ରକାର ଯନ୍ତ୍ରାଂଶ ଆସିଛି । ଏଥିପାଇଁ ଏବେ ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ କୁସୁପୁର ମୌଜା ଏକଦମ ଚଳଚଞ୍ଚଳ ହୋଇଉଠିଛି ।

କୁଶଭଦ୍ରା ନଦୀ ନିକଟସ୍ଥ ବଣିଆ ସାହି ନିକଟରେ ତିନୋଟି ତେଲ କୂପ ଖୋଳାଯିବା ନେଇ ଯୋଜନା ହୋଇଛି । ଏହି ଖନନ କାର୍ଯ୍ୟ ପାଇଁ ମୁମ୍ବାଇର ଏକ ଘରୋଇ କମ୍ପାନୀର କିଛି ପଦାଧିକାରୀ ପହଞ୍ଚିଛନ୍ତି । ପ୍ରଥମେ ଖନନ କରାଯିବା ଓ ତା’ପରେ ଉନ୍ନତମାନର ମେସିନ ସବୁ ଲଗାଯାଇ ତୈଳ ସଂଗ୍ରହ କରାଯିବ । ସାପ୍ରୋ ପେଲାଇଟ ଭଳି ଏକ ଚିକିଟା ତୈଳଯୁକ୍ତ ମାଟି ଉତ୍ତୋଳନ ହେବା ପରେ ଏହାକୁ ଅଏଲ ରିଫାଇନାରୀରେ ବିଶୋଧନ ପାଇଁ ପଠାଯିବ । ଏହି ଖନନ କାର୍ଯ୍ୟ ପ୍ରାୟ ତିନି ବର୍ଷ ଯାଏଁ ଚାଲିବ ।

କମ୍ପାନୀ କତ୍ତୃପକ୍ଷ କହିଛନ୍ତି କି, ପର୍ଯ୍ୟାପ୍ତ ମାତ୍ରାରେ ଭୂତଳ ଇନ୍ଧନର ସନ୍ଧାନ ମିଳିଲେ ଏଠାରେ ସ୍ଥାୟୀ ଭାବେ ଜମି ଅଧିଗ୍ରହଣ କରାଯିବ ଓ ଭୂତଳ ଇନ୍ଧନ ଉତ୍ତୋଳନ କରାଯିବ । ଗୋଟିଏ ପଟେ ଭୂତତ୍ତ୍ଵବିଦ ମାନେ ଏହି କାର୍ଯ୍ୟକୁ ନେଇ ବେଶ ଆଶାବାଡି ଥିବାବେଳେ ସ୍ଥାନୀୟ ଲୋକେ ମଧ୍ୟ ସହଯୋଗ କରିବା ସହ ତୈଳ ଉତ୍ତୋଳନ ହେଲେ ସେହି ଅଞ୍ଚଳର ବିକାଶ ହେବ ବୋଲି ଆଶା ବାନ୍ଧିଛନ୍ତି ।

ଏହି ପ୍ରକଳ୍ପ ପାଇଁ ସେଠାକାର 37 ଜଣଙ୍କ ଜମିକୁ ତିନି ବର୍ଷ ପାଇଁ ଲିଜ୍ ଆକାରରେ ନିଆଯାଇଛି । କୃଷି କ୍ଷତିପୂରଣ ବାବଡକୁ ଚାଷୀମାନଙ୍କୁ 1 କୋଟି ଟଙ୍କା ଲେଖାଏଁ ପ୍ରଦାନ ମଧ୍ୟ କରାଯାଇଛି । ଗତ କିଛିମାସ ତଳେ ସେହି ସ୍ଥାନରେ ପ୍ରାକୃତିକ ଗ୍ଯାସ ଓ ତୈଳର ସନ୍ଧାନ ମିଳିଥିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଅଏଲ ଇଣ୍ଡିଆ କମ୍ପାନୀ ପକ୍ଷରୁ ଏହାକୁ ସ୍ପଷ୍ଟ କରା ଯାଇଥିଲା ।

ସେହି ଅଞ୍ଚଳରେ ତୁରନ୍ତ କାର୍ଯ୍ୟ ଆରମ୍ଭ କରାଯିବା ସହ ଜମି ମାଲିକମାନଙ୍କ ସହ କଥାବାର୍ତ୍ତା କରି ସେମାନଙ୍କୁ ଉଚିତ ଅର୍ଥ ପ୍ରଦାନ କରିଥିଲା କମ୍ପାନୀ । ଏବେ ସେଠାରେ କୂପ ଖନନ ଓ ତୈଳ ଉତ୍ତୋଳନ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଥିବାର ଦେଖିବାକୁ ମିଳିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।