ବାହୁବଳୀ ଅଭିନେତା Pravas ଙ୍କୁ ହୋଇଛି ଏହି ଗମ୍ଭୀର ରୋଗ ! ରିପୋର୍ଟ ଦେଖି ଡାକ୍ତର କହିଲେ ଅପରେସନ କରିବାକୁ ହେବ…

ଫିଲ୍ମ ‘ବାହୁବଳୀ’ ଫିଲ୍ମ ଇଣ୍ଡଷ୍ଟ୍ରିର ଏଏବ ପର୍ଯ୍ୟନ୍ତ ସବୁଠୁ ବଡ ହିଟ ଫିଲ୍ମ ଅଟେ । ଫିଲ୍ମର ଦୁଇଟି ଯାଇ ପାର୍ଟ ଜବରଦସ୍ତ ଧମାଲ କରିବା ସହ ଖୁବ ରୋଜଗାର ବି କରିଥିଲା । ଏହାର ସବୁଠୁ ବଡ ଶ୍ରେୟ ସାଉଥ ଷ୍ଟାର ପ୍ରଭାସଙ୍କୁ ଯାଉଛି । ଦର୍ଶକେ ତାଙ୍କର ବଡି ଏବଂ ଅକଟିଂ ସବୁକିଛି ଖୁବ ପସନ୍ଦ କରିଥିଲେ । ଏହି ଫିଲ୍ମ ପରେ ପ୍ରଭାସ ହିନ୍ଦୀ ସିନେମାରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ବନେଇ ପାରିଥିଲେ । ତାଙ୍କ ଷ୍ଟାରଡମ ବଡ ବଡ ବଲିଉଡ ଷ୍ଟାରଙ୍କ ଠୁ ବି ବଳି ଯାଇଛି ।

କିନ୍ତୁ ଖୁବ କମ୍ ଲୋକ ଜାଣିଛନ୍ତି କି ପ୍ରଭାସ ଏକ ଗମ୍ଭୀର ରୋଗ ସଂଘର୍ଷ କରୁଛନ୍ତି ଓ ଡାକ୍ତର ତାଙ୍କୁ ଅପରେସନ କରିବା ପାଇଁ ମଧ୍ୟ ପରାମର୍ଶ ଦେଇ ସାରିଛନ୍ତି । ବାହୁବଳୀ ଫିଲ୍ମରେ ପ୍ରଭାବଙ୍କୁ ଏକ ଯୋଦ୍ଧା ପରି ଲୁକ୍ ଦରକାର ଥିଲା ତେଣୁ ତାଙ୍କୁ ଓଜନ ବଢେଇବାକୁ ପଡିଥିଲା । ଏହାପରେ ସେ ଫିଲ୍ମ ଶାହୋ ଏବଂ ରାଧେଶ୍ୟାମ ନଜର ଆସିଛନ୍ତି । କିନ୍ତୁ ବର୍ତ୍ତମାନ ତାଙ୍କ ବଢୁଥିବା ଓଜନକୁ ନେଇ ସମସ୍ତେ ବେଶ ଚର୍ଚ୍ଚା କରୁଛନ୍ତି ।

ଫିଲ୍ମ ରାଧେଶ୍ୟାମରେ ପ୍ରଭାସ ଫିଟ୍ ଦେଖା ଯାଉଥିଲେ ମଧ୍ୟ ଫିଲ୍ମର ପ୍ରମୋଶନ ବେଳେ ତାଙ୍କ ଓଜନ ବହୁତ ଅଧିକ ବଢି ଯାଇଥିବାର ଦେଖିବାକୁ ମିଳିଥିଲା । ଏହା ଦେଖି ଲୋକେ କହିଥିଲେ କି ଫିଲ୍ମ ନିର୍ମାତା ସିଜିଆଇ ସାହାଯ୍ୟରେ ପ୍ରଭାସଙ୍କ ଶରୀରକୁ ଫିଲ୍ମରେ ପତଳା ଦେଖାଇଛନ୍ତି । ତେବେ ବାହୁବଳୀ ଅଭିନେତା ପ୍ରଭାବଙ୍କୁ ଗମ୍ଭୀର ଆଣ୍ଠୁ ସମସ୍ଯା ରହିଛି ।

ଦୀର୍ଘ ସମୟ ଧରି ସେ ଏହି ଆଣ୍ଠୁ ରୋଗରେ ପୀଡିତ ଅଛନ୍ତି । ସେ ବାହୁବଳୀ ପାଇଁ ନିଜ ଓଜନ ତ ବଢେଇ ଦେଇଥିଲେ କିନ୍ତୁ ଏବେ ତାହା ଆଉ କମ କରି ପାରୁ ନାହାନ୍ତି । ଏହାର କାରଣ ହେଉଛି ତାଙ୍କର ଆଣ୍ଠୁ ରୋଗ । ବାହୁବଳୀ ପାଇଁ ସେ ନିଜକୁ ବହୁତ ଷ୍ଟ୍ରେଚ କରି ନେଇଥିଲେ ଓ ଏହାପରେ ମଧ୍ୟ ତାଙ୍କର ଲଗାତାର ଫିଲ୍ମ ଆସିଗଲା । ଫଳରେ ସେ ନିଜ ଷଋ ପ୍ରତି ବିଶେଷ ଧ୍ୟାନ ଦେଇପାରିଲେ ନାହିଁ ।

ଡାକ୍ତର ପ୍ରଭାସଙ୍କୁ ଆଣ୍ଠୁ ଅପରେସନ କରିବା ପାଇଁ ପରାମର୍ଶ ଦେବା ସହ ଏହାପରେ ୪ ମାସ ପର୍ଯ୍ୟନ୍ତ ବିଶ୍ରାମ ନେବାକୁ ହେବ ବୋଲି କହି ଦେଇଛନ୍ତି । ତା’ପରେ ଯାଇ ଏହି ରୋଗ ସଂପୂର୍ଣ୍ଣ ଭାବେ ଭଲ ହୋଇପାରିବ । ଖବର ସୁତ୍ରାନୁସାରେ ପ୍ରଭାସଙ୍କ ଶୋଇବା ଏବଂ ଖାଇବା ଅଭ୍ଯାସ ବହୁତ ଖରାପ ଅଟେ । ସେ ରାତିରେ ଡେରିରେ ଶୁଅନ୍ତି ଓ ଦିନ ଦ୍ଵିପ୍ରହର ପର୍ଯ୍ୟନ୍ତ ଶୋଇ ରୁହନ୍ତି ।

କେବଳ ଏତିକି ନୁହେଁ ବରଂ ପ୍ରଭାସ ଖାଇବା ପିଇବାରେ ବି ବହୁତ ସୌକିନ । ସେଥିପାଇଁ ତାଙ୍କୁ ଓଜନ କଣ୍ଟ୍ରୋଲ କରିବା ପାଇଁ ଅଧିକ କଷ୍ଟ ହୋଇଥାଏ । ପ୍ରଭାସ ନିଜେ ଖାଇବା ସହ ଅନ୍ୟମାନଙ୍କୁ ମଧ୍ୟ ଖୁଆଇବା ପାଇଁ ବେଶ ପସନ୍ଦ କରନ୍ତି ।

ପ୍ରଭାସଙ୍କ ୱାର୍କଫ୍ରଣ୍ଟ କଥା କହିଲେ, ଏବେ ତାଙ୍କ ତାଙ୍କରେ ପ୍ରୋଜେକ୍ଟ କେ ଓ ସାଲାର ନାମ କ ଦୁଇ ବଡ ଫିଲ୍ମ ରହିଛି । ଏହା ବ୍ଯତୀତ ସେ ଫିଲ୍ମ ଆଦିପୁରୁଷରେ ମଧ୍ୟ ନଜର ଆସିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।