ଅଭିଷେକଙ୍କର ପୁର୍ବ ମଂଗେତର କରିଶ୍ମା କପୁର ଓ ବୋହୁ ଐଶ୍ୱର୍ୟାଙ୍କର ସଂସ୍କାରକୁ ଏମିତି ମାପିଥିଲେ ଜୟା ବଚ୍ଚନ

ଐଶ୍ୱର୍ୟା ରାୟ ଓ ଅଭିଷେକ ବଚ୍ଚନଙ୍କର ଯୋଡି ବଲୀଉଡର ସବୁଠୁ ଫେମସ ଯୋଡି ମଧ୍ୟରୁ ଗୋଟିଏ ଅଟେ । କିନ୍ତୁ କଣ ଆପଣ ଜାଣିଛନ୍ତି କି ଐଶ୍ୱର୍ୟାଙ୍କ ପୂର୍ବରୁ କରିଶ୍ମା କପୁର ବଚ୍ଚନ ପରିବାରର ବୋହୁ ହୋଇଥାନ୍ତେ । ଏତିକି ନୁହେଁ ଅଭିଷେକ ଓ କରିଶ୍ମାଙ୍କର ନିର୍ବନ୍ଧ ବି ହୋଇ ଯାଇଥିଲା । କିନ୍ତୁ ପୁଣି କିଛି ଏମିତି ହୋଇଗଲା କି ଏହି ନିର୍ବନ୍ଧକୁ ଭାଙ୍ଗିବାକୁ ପଡିଲା । ଏମିତି କୁହାଯାଏ କି ନିର୍ବନ୍ଧ ଭାଙ୍ଗିବା ପଛରେ ଅଭିଷେକଙ୍କର ମା ଜୟା ବଚ୍ଚନ ଓ କରିଶ୍ମାଙ୍କର ମା ବବିତା କପୁରଙ୍କର ହାତ ଥିଲା ।

ବର୍ତ୍ତମାନ ଏହି କଥା କେତେ ଦୂର ପର୍ଯ୍ୟନ୍ତ ସତ ଅଟେ ଏହା ତ କାହାକୁ ଜଣା ନାହିଁ । କିନ୍ତୁ ଜୟା ବଚ୍ଚନ ଏକ ଇଣ୍ଟରଭିୟୁରେ କହିଥିଲେ କି ସେ ବୋହୁ ଐଶ୍ୱର୍ୟା ରାୟ ଓ ଅଭିଷେକର ପୁର୍ବ ମଂଗେତର କରିଶ୍ମା କପୁରଙ୍କର ପାରିବାରିକ ସଂସ୍କାରରେ ମଧ୍ୟରେ ତୁଳନା ନିଶ୍ଚିତ କରିଥିଲେ । ଆଜି ଆମେ ଆପଣଙ୍କୁ ସେହି ଇଣ୍ଟରଭିୟୁର କିଛି ଅଂସ ବିଷୟରେ କହିବାକୁ ଯାଉଛୁ ।

ଇଣ୍ଟରଭିୟୁରେ ତାଙ୍କୁ ପଚରାଯାଇଅଥିଲା କି କଣ ଆପଣ (ଜୟା ବଚ୍ଚନ) ନିଜର ପରିବାରରେ ସାମିଲ ହୋଇ ଥିବା ସଦସ୍ୟ (ଯେମିତି କି ଐଶ୍ୱର୍ୟା)ଙ୍କ ଉପରେ ନିଜ ପରିବାରର ସଂସ୍କାରର ଚାପ ଦିଅନ୍ତି । ଏହା ଉପରେ ଜୟା ବଚ୍ଚନ କହିଲେ କି “ହଁ, ସେଥିପାଇଁ ମୁଁ ଚାହୁଁଥିଲି କି ମୋର ପୁଅ ସେହି ଝିଅକୁ ବିବାହ କରୁ ଯାହାର ପରିବାରରେ ବି ଏହିଭଳି ସଂସ୍କାରର ମୂଲ୍ୟ ଥିବ । ତାଙ୍କର ବି ସେହି ଟ୍ରେଡିଶନ ଥିବ, ସେହି ପରମ୍ପରା ଥିବ ।“

ଏହା ପରେ ତାଙ୍କୁ ପ୍ରଶ୍ନ କରାଗଲା କି କଣ ଏହି ସଂସ୍କାର ଓ ପରିବାରର ମୂଲ୍ୟ ଅଟେ ଯେଉଁ କାରଣରୁ କରିଶ୍ମା କପୁର ଓ ଅଭିଷେକଙ୍କର ନିର୍ବନ୍ଧ ଭାଙ୍ଗିଥିଲା । ଏହା ଉପରେ ଜୟା କହିଲେ କି “କରିଶ୍ମାଙ୍କ ଭିତରେ କପୁର ଖାନଦାନର ରକ୍ତ ଓ ଜିନ୍ ଅଛି । ତାଙ୍କର ନିଜର ହିଁ ଏକ ଅଲଗା ଟ୍ରେଡିଶନ ଓ କଲ୍ଚର ଅଛି । ତାଙ୍କର ପିତା ଓ ମୁଁ ଏକ ଭଲ ବନ୍ଧୁ ଅଟୁ । ତାଙ୍କର ମୋର ସ୍ଵାମୀଙ୍କ ସହ ବି ଭଲ ସମ୍ବନ୍ଧ ଅଛି । ସେଥିପାଇଁ ଆମକୁ ସବୁବେଳେ କାହାର ପରିବାରକୁ ଭୁଲ କହିବା ଉଚିତ ନୁହେଁ ।“

ଏହି ଇଣ୍ଟରଭିୟୁର କୁହାଯାଇଥିବା କଥାରୁ ଏହା ପ୍ରତୀତ ହେଉଛି କି ଜୟାଙ୍କୁ କରିଶ୍ମା କପୁରଙ୍କ ମଧ୍ୟରେ ସଂସ୍କାର ନଜର ଆସିଲା ନାହିଁ ଯାହା ତାଙ୍କର ପରିବାର ବୋହୁ ପାଇଁ ଦରକାର ଥିଲା । ଏହି କଥାକୁ ସେ ଖୋଲି କରି କହିଲେ ନାହିଁ  ଇନଡାୟରେକ୍ଟ ତାଙ୍କ କଥାର ଅର୍ଥ ଏହା ହିଁ ଲାଗୁଥିଲା । କିନ୍ତୁ କହିବାକୁ ଗଲେ ଜୟା ବଚ୍ଚନ ବର୍ତ୍ତମାନ ନିଜର ବୋହୁ ଐଶ୍ୱର୍ୟାଙ୍କ ଉପରେ ବହୁତ ଖୁସି ଅଛନ୍ତି ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।