ସ୍ବାମୀଙ୍କ ଠାରୁ ଡିଭୋର୍ସ ହେବା ପରେ ଜୀବନର ଅସଲ ମଜା ନେଉଛନ୍ତି Bollywood ର ଏହି ୪ ଜଣ ହିରୋଇନ, ୨ ନମ୍ବର ହିରୋଇନ ଙ୍କ ନାଁ ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ର ଜୀବନରେ ପରିବର୍ତ୍ତନ ଦେଖିବାକୁ ମିଳିଥାଏ। ମନୁଷ୍ୟ ର ଜୀବନ ଏକ ଟଙ୍କା ର ଦୁଇ ପାର୍ଶ୍ଵ ଭଳି ଅଟେ। ମନୁଷ୍ୟ କୁ ନିଜ ଜୀବନ ରେ ବିଭିନ୍ନ ପ୍ରକାର ସଂଘର୍ଷ ମଧ୍ୟ କରିବାକୁ ପଡିଥାଏ। ସେହିପରି ବଲିଉଡ ର କେତେକ ଅଭିନେତ୍ରୀ ମାନେ ମଧ୍ୟ ନିଜ ଜୀବନରେ ବହୁତ ସଂଘର୍ଷ କରିଛନ୍ତି। ଏହି ଅଭିନେତ୍ରୀ ମାନେ ଜଣେ ସାଧାରଣ ମହିଳା ପରି ନିଜର ଘର ସଂସାର ବସାଇଥିଲେ। କିନ୍ତୁ କୌଣସି କାରଣରୁ ଏମାନଙ୍କ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥିଲା ଏବଂ ଏମାନେ ନିଜ ପାର୍ଟନର ଙ୍କୁ ଛାଡ଼ପତ୍ର ଦେଇ ତାଙ୍କ ଠାରୁ ଅଲଗା ହୋଇଯାଇଥିଲେ।

ଏହାପରେ ଏହି ଅଭିନେତ୍ରୀ ଏକୁଟିଆ ହୋଇଯାଇଥିଲେ। କିନ୍ତୁ ଏହି ଅଭିନେତ୍ରୀ ମାନେ ନିଜ ମନୋବଳ କୁ ଭାଂଗିବାକୁ ଦେଇନଥିଲେ ଏବଂ ବର୍ତ୍ତମାନ ଏମାନେ ହସଖୁସିରେ ନିଜର ଜୀବନ ବିତାଉଛନ୍ତି। ୧. କରିସ୍ମା କପୁର- ବଲିଉଡ ଇଣ୍ଡଷ୍ଟ୍ରୀ ର ନାମିଦାମୀ ଅଭିନେତ୍ରୀ ଭାବରେ ‘କରିସ୍ମା କପୁର’ ପରିଚିତ। ଏହି ଅଭିନେତ୍ରୀ ଅନେକ ସୁପରହିଟ ଫିଲ୍ମ ରେ ଅଭିନୟ କରି ସାରିଛନ୍ତି। ଏହି ଅଭିନେତ୍ରୀ କପୁର ବଂଶ ର ସଦସ୍ୟ ଅଟନ୍ତି। ଏହି ଅଭିନେତ୍ରୀ ସଫଳତା ର ଶୀର୍ଷ ସ୍ଥାନରେ ଥିବା ସମୟରେ ବିଜନେସ ମ୍ୟାନ ‘ସଂଜୟ କପୁର’ ଙ୍କୁ ବିବାହ କରିଥିଲେ।

ବିବାହ ପରେ ତାଙ୍କର ଦୁଇଟି ଛୁଆ ମଧ୍ୟ ହୋଇଥିଲା । କିନ୍ତୁ କୌଣସି କାରଣରୁ ୨୦୧୬ ମସିହାରେ ଏହି ଯୋଡ଼ି ପରସ୍ପର ଙ୍କୁ ଛାଡ଼ପତ୍ର ଦେଇଥିଲେ ଏବଂ ଅଲଗା ହୋଇଯାଇଥିଲେ। ଅଭିନେତ୍ରୀ କରିସ୍ମା କପୁର ସମ୍ପୂର୍ଣ୍ଣ ଭାବରେ ଏକୁଟିଆ ହୋଇ ଯାଇଥିଲେ। କିନ୍ତୁ ଏହାପରେ ମଧ୍ୟ ସେ ନିଜର ଦୃଢ଼ତା କୁ ଭଙ୍ଗ ହେବାକୁ ଦେଇନଥିଲେ ଏବଂ ନିଜ ଦୁଇ ଛୁଆ ଙ୍କ ଉପରେ ଧ୍ୟାନ ଦେଇଥିଲେ। ବର୍ତ୍ତମାନ ତାଙ୍କ ଛୁଆ ମାନେ ବଡ଼ ହେବା ପରେ ଏହି ଅଭିନେତ୍ରୀ ପୁଣିଥରେ କମ୍ ବ୍ୟାକ୍ କରିଛନ୍ତି ଏବଂ ହସଖୁସିରେ ନିଜ ଛୁଆ ମାନଙ୍କ ସହିତ ନିଜର ଜୀବନ ବିତାଉଛନ୍ତି।

୨. ସଂଗୀତା ବିଜଲାନି- ନିଜ ସମୟ ରେ ପ୍ରସିଦ୍ଧ ଅଭିନେତ୍ରୀ ଭାବରେ ସଂଗୀତା ବିଜଲାନି ଙ୍କୁ ପରିଚୟ ମିଳିଥିଲା। ଏକ ସମୟ ଏଭଳି ଥିଲା ଯେବେ ତାଙ୍କ ନାଁ କୁ ସଲମାନ ଖାଁ ଙ୍କ ସହିତ ମଧ୍ୟ ଯୋଡ଼ା ଯାଇଥିଲା। କିନ୍ତୁ ଏହି ଅଭିନେତ୍ରୀ ‘ମହମ୍ମଦ ଅଜିରୁଦିନ’ ଙ୍କୁ ବିବାହ କରିଥିଲେ। କିନ୍ତୁ ଏହି ଯୋଡି ୨୦୧୦ ମସିହାରେ ପରସ୍ପର ଙ୍କୁ ଛାଡ଼ପତ୍ର ଦେଇଥିଲେ। ବର୍ତ୍ତମାନ ଅଭିନେତ୍ରୀ ସଂଗୀତା ବିଜଲାନି ନିଜ ଜୀବନରେ ଖୁସି ରେ ଅଛନ୍ତି।

୩. ମହିମା ଚୌଧୁରୀ- ବଲିଉଡ ଇଣ୍ଡଷ୍ଟ୍ରୀ ରେ ଅଭିନେତା ‘ସାହରୁଖ ଖାଁ’ ଙ୍କ ଫିଲ୍ମ ‘ପର୍ଦ୍ଧେଶ’ ରୁ ଦମଦାର ଏଣ୍ଟ୍ରି କରିଥିବା ଅଭିନେତ୍ରୀ ମହିମା ଚୌଧୁରୀ ବର୍ତ୍ତମାନ ବଲିଉଡ ଇଣ୍ଡଷ୍ଟ୍ରୀ ରୁ ଦୂରରେ ଅଛନ୍ତି। ସେ ୨୦୦୬ ମସିହାରେ ‘ବବି ମୁଖର୍ଜୀ’ ଙ୍କୁ ବିବାହ କରିଥିଲେ।କିନ୍ତୁ ବିବାହ ର ୭ ବର୍ଷ ପରେ ଏହି ଯୋଡ଼ି କୌଣସି କାରଣରୁ ପରସ୍ପର ଙ୍କୁ ଛାଡ଼ପତ୍ର ଦେଇଥିଲେ। ମହିମା ଙ୍କ ଜଣେ ପୁଅ ମଧ୍ୟ ଅଛନ୍ତି ଏବଂ ସେ ବର୍ତ୍ତମାନ ନିଜ ପୁଅ ଙ୍କ ସହିତ ଖୁସିରେ ନିଜର ଜୀବନ ଅତିବାହିତ କରୁଛନ୍ତି।

୪. ମଲାଇକା ଆରୋରା- ବଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତ୍ରୀ ‘ମଲାଇକା ଆରୋରା’ ଅଭିନେତା ‘ଅର୍ବାଜ ଖାଁ’ ଙ୍କୁ ବିବାହ କରିଥିଲେ। କିନ୍ତୁ ବିବାହର କିଛି ବର୍ଷ ପରେ ଏହି ଯୋଡ଼ି ପରସ୍ପର ଙ୍କୁ ଛାଡ଼ପତ୍ର ଦେଇଥିଲେ। ପରସ୍ପର ମଧ୍ୟରେ ମତଭେଦ କାରଣରୁ ଏହି ଯୋଡି ବିବାହ ର ପାଖାପାଖି ୧୦ ବର୍ଷ ପରେ ଛାଡ଼ପତ୍ର ଦେଇଥିଲେ। ଏହି ଯୋଡ଼ିଙ୍କ ଜଣେ ପୁଅ ମଧ୍ୟ ଅଛନ୍ତି ଏବଂ ସେ ନିଜ ମାଆ ମଲାଇକା ଙ୍କ ସହିତ ରହୁଛନ୍ତି। ବର୍ତ୍ତମାନ ଅଭିନେତ୍ରୀ ମଲାଇକା ଆରୋରା ଅଭିନେତା ‘ଅର୍ଜୁନ କପୁର’ ଙ୍କ ସହିତ ହସଖୁସିରେ ନିଜର ଜୀବନ ବିତାଉଛନ୍ତି।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।