TV ଦୁନିଆରେ ପୁଣି ଥରେ ଶୋକ ର ଲହରୀ, ଏବେ ଏବେ Ramanand Sagar ଙ୍କ Ramayana ର ଏହି ବଡ କଳାକାରଙ୍କର ହେଲା ପରଲୋକ

ରାମାନନ୍ଦ ସାଗରଙ୍କ ରାମାୟଣ ଧାରାବାହିକ ଖୁବ ଲୋକପ୍ରିୟ ହୋଇଥିଲା ଯାହାକୁ ଆଜି ବି ଲୋକେ ମାନେ ରଖିଛନ୍ତି । ଏହି ଧାରାବାହିକରେ କଳାକାର ମାନେ କିଛି ଖାସ ପରିଚୟରେ ଅଭିନୟ କରିଥିଲେ ।

୧୯୮୬-୧୯୮୮ ମଧ୍ୟରେ ପ୍ରସାରିତ ହୋଇଥିବା ଏହି ସିରିଏଲରେ ଅଭିନେତା ମାନଙ୍କୁ ତାଙ୍କର ଅସଲ ନାଁରେ କେହି ବି ଜଣାଇ ନାହାନ୍ତି । ରାମାୟଣରେ ରାମଙ୍କର ଭୂମିକରେ ଅରୁଣ ଗୋବିଲ ଓ ମାତା ସୀତାଙ୍କ ଭୂମିକରେ ଦୀପିକା ଚିଖଲିୟାଙ୍କର ଜୀବନରେ ବହୁତ ପରିବର୍ତ୍ତନ ହୋଇଥିଲା । ଲୋକ ମାନେ ସେମାନଙ୍କ ଠାରେ ରାମ ଓ ସୀତାଙ୍କର ସ୍ୱରୂପ ଦେଖିବାକୁ ପାଇଥିଲେ । ଏହି ସିରିଏଲରେ ଗୋଟେ ଚରିତ୍ର ଥିଲା ଦଶରଥଙ୍କର ମହାମନ୍ତ୍ରୀ ସୁମନ୍ତଙ୍କର ଯାହାଙ୍କର ଅସଲି ନାଁ ଚନ୍ଦ୍ରଶେଖର ବେଦ ଥିଲା ।

ଯଦି କେହି ରାମାୟଣ ଦେଖିଥିବେ ତେବେ ସେ ସୁମନ୍ତଙ୍କର ଅଭିନୟ ମଧ୍ୟ ଦେଖିଥିବେ । ସୂଚନା ଅନୁସାରେ ସୁମନ୍ତ ଅଯୋଧ୍ୟାର ସ୭ଟି ମନ୍ତ୍ରୀଙ୍କ ପରେ ମନ୍ତ୍ରୀ ଥିଲେ । ସୁମନ୍ତ ହିଁ ଥିଲେ ଯିଏ ରାମ, ସୀତା ଓ ଲକ୍ଷ୍ମଣଙ୍କୁ ବନବାସ ସମୟରେ ଅଯୋଧ୍ୟାରୁ ଗଙ୍ଗା ତଟ ଯାଏଁ ଛାଡିବାକୁ ଯାଇଥିଲେ । ଖବର ଅନୁଯାୟୀ ରାମାୟଣରେ ଅଭିନୟ କରିଥିବା ସୁମନ୍ତଙ୍କର ଆଜି ସକାଳେ ୯୮ ବର୍ଷ ହୋଇଥିବା ବେଳେ ତାଙ୍କର ନି-ଧ-ନ ହୋଇଛି । ସୁମନ୍ତ ବ ଚନ୍ଦ୍ରଶେଖର ବେଦଙ୍କର ଜନ୍ମ ହାଇଦ୍ରାବାଦରେ ୧୯୨୩ରେ ହୋଇଥିଲା ।

ସେ ବହୁତ କମ ବୟସରେ ଅଭିନୟ ଆରମ୍ଭ କରିଥିବାରୁ ତାଙ୍କୁ ପାଢପଢା ଛାଡିବାକୁ ପଡିଥିଲା । ତାଙ୍କ ଜୀବନରେ ସେ ଚୌକିଦାର କମ ମଧ୍ୟ କରିଥିଲେ । ଏହା ପରେ ସେ ଅଭିନୟ କ୍ଯାରିୟରରେ ନିଜର ଜୀବନ ଆରମ୍ଭ କରିଥିଲେ । ସେ CINTAA ଆସୋଶେସନର ଗଠନ କରିଥିଲେ । ସେ ୧୧୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି । ସେ ୧୯୬୪ରେ ଫିଲ୍ମ “ଚା ଚା ଚା” ଓ ୧୯୯୬ରେ “ଷ୍ଟ୍ରିଟ ସିଙ୍ଗର”ରେ ନିର୍ଦେଶନା ଦେଇଥିଲେ । ରାମାୟଣରେ ତାଙ୍କୁ ବହୁତ ଲୋକପ୍ରିୟତା ହାସଲ ହୋଇଥିଲା । ସେ ରାମାନନ୍ଦ ସାଗରଙ୍କର ବନ୍ଧୁ ଥିଲେ ।

ରାମାୟଣ ସିରିଏଲରେ ଅଭିନୟ କରିଥିବା ଆହୁରି ଅନେକ କଳାକାର ଏବେ ଏ ଦୁ-ନି-ଆ-ରେ ନା-ହା-ନ୍ତି । ସୁମନ୍ତଙ୍କ ବ୍ଯତୀତ ସୁଗ୍ରୀବ ଭୂମିକରେ ଥିବା ଅଭିନେତା ଶ୍ୟାମ ସୁନ୍ଦର କଲାନିଙ୍କର କ୍ୟାନ୍ସରରେ ପୀଡିତ ଥିବାରୁ ଗତ ବର୍ଷ ନି-ଧ-ନ ହୋଇଥିଲା । ସେହିଭଳି ମେଘନାଦ ଭୂମିକରେ ଥିବା ବିଜୟ ଅରୋଡାଙ୍କର ୨୦୦୭ରେ କ୍ୟାନ୍ସରରେ ପୀଡିତ ଥିବାରୁ ୬୨ ବର୍ଷ ବୟସରେ ଏ ଦୁ-ନି-ଆ-ରୁ ବି-ଦା-ୟ ନେଇଥିଲେ ।

ଏହି ସିରିଏଲରେ ବିଭୀଷଣ ଭୂମିକାରେ ମୁକେଶ ରାବଲଙ୍କର ୨୦୧୬ରେ ଟ୍ରେନ ଦୁ-ର୍ଘ-ଟ-ଣା ଯୋଗୁ ମୃ-ତ୍ୟୁ ହୋଇଥିଲା । ମନ୍ଥରା ଭୂମିକାରେ ଅଭିନୟ କରିଥିବା ଲଳିତା ପବାର କ୍ୟାନ୍ସରରେ ପୀଡିତ ଥିବାରୁ ୧୯୯୮ ଫେବ୍ରୁଆରି ୨୪ରେ ମୃ-ତ୍ୟୁ ହୋଇଥିଲା । ଚନ୍ଦ୍ରଶେଖର ବେଦ ୧୯୪୨ରେ “ଭାରତଛାଡ ଆନ୍ଦୋଳନ”ରେ ଭାଗ ନେଇଥିଲେ । ଏହା ପରେ ସେ ରାମ ଗୋପାଳ ମିଲ୍ସରେ କାମ କରିଥିଲେ । ଏହା ପରେ ସେ ଫିଲ୍ମରେ କମ କରିବା ପାଇ ମୁମ୍ବାଇ ଆସିଥିଲେ ।

ସେ ୫୦ରୁ ୯୦ ଦଶକ ଯାଏଁ “ବରସାତ କି ରାନୀ”, “କଟି ପତଙ୍ଗ”, “ନମକ ହଲାଲ”, “ସରାବି”, “ତ୍ରିବେଦ” ଭଳି ଅନେକ ଫିଲ୍ମରେ କାମ କରିଥିଲେ । ଯେତେବେଳେ ସେ ରାମାୟଣରେ ଅଭିନୟ କରୁଥିଲେ ତାଙ୍କର ବୟସ ୬୫ ବର୍ଷ ଥିଲା । ଏହା ପରେ ମଧ୍ୟ ସେ ନିଜର ଅଭିନୟ ଜରିଆରେ ସମସ୍ତଙ୍କ ହୃଦୟକୁ ଜିତି ଫ୍ୟାମ୍ସ ହୋଇଥିଲେ । ତାଙ୍କର ୧୩ ବର୍ଷରେ ବିବାହ ହୋଇଥିଲା । ସେ ୧୯୫୪ରେ “ଔରତ ତେରି ୟେ କାହାନୀ”ରେ ନିଜର ଅଭିନୟ ଆରମ୍ଭ କରିଥିଲେ । ଅଧିକ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ