ବୁଢା ବୟସରେ ବି ଯବାନୀର ମଜା ନେଉଛନ୍ତି Bollywood ର ଏହି 5 Actor, ଯୋଡି ଦେଖିଲେ ଲାଗିବ ଯେମିତି ବାପା-ଝିଅ

ପ୍ରେମ ଏବଂ ବିବାହ କୌଣସି ବୟସ ଦେଖେ ନାହିଁ ବୋଲି କୁହାଯାଏ । କାହା ଉପରେ ଥରେ ହୃଦୟ ଆସିଗଲେ ମଣିଷ ବାକି ସବୁ ବନ୍ଧନ ଭାଙ୍ଗି ଦିଏ । ଏଥିରୁ ବାଦ ପଡି ନାହାନ୍ତି ବଲିଉଡର ଏହି ତାରକାମାନେ । ଏଠାରେ ଅନେକ ଷ୍ଟାର ଦେଖିବାକୁ ପାଇବେ ଯେଉଁମାନେ ଏକାଧିକ ବିବାହ କରିବା ସହ ସେମାନଙ୍କ ପାର୍ଟନର ବୟସରେ ମଧ୍ୟ ତାଙ୍କ ଠାରୁ ଖୁବ ସାନ । ଆଜି ଆମେ ଆପଣଙ୍କୁ ସେମିତି କିଛି ଅଭିନେତାଙ୍କ ବିଷୟରେ କହିବୁ ଯେଉଁମାନେ ନିଜ ବୟସର ଅଧା ବୟସ ଥିବା ଝିଅଙ୍କୁ ବିବାହ କରିଛନ୍ତି ।

କବୀର ବେଦୀ – ପରବିନ ଦୋସାଞ୍ଝ

ବଲିଉଡର ଏହି ରଙ୍ଗୀନ ଅଭିନେତା କବୀର ବେଦୀ ମୋଟ ଚାରିଥର ବିବାହ କରି ସାରିଛନ୍ତି । ୧୯୬୯ରେ ଓଡିଶୀ ନୃତ୍ୟଶିଳ୍ପୀ ପ୍ରତିମା ଗୌରୀଙ୍କୁ ସେ ପ୍ରଥମ ବିବାହ କରିଥିଲେ । ତାଙ୍କ ଠାରୁ ପୂଜା ବେଦୀ ଏବଂ ସିଦ୍ଧାର୍ଥ ବେଦୀ ଦୁଇ ସନ୍ତାନ ଅଛନ୍ତି । ଏହା ମଧ୍ୟରେ ପରବିନ ବିବିଙ୍କ ସହ ତାଙ୍କର ଆଫେୟାର ଚାଲିଥିଲା । ପ୍ରଥମ ସ୍ତ୍ରୀ ପ୍ରତିମାଙ୍କ ସହ ୧୯୭୪ରେ ଛାଡପତ୍ର ହେବା ପରେ ସେ ସୁଜେନ ହମ୍ପ୍ରେଜଙ୍କୁ ଦ୍ଵିତୀୟ ବିବାହ କରିଥିଲେ ।

କିନ୍ତୁ କିଛି ବର୍ଷ ପରେ ତାନ୍ବ୍କୁ ଛାଡପତ୍ର ଦେଇ ୧୯୯୨ରେ ଟିଭି ଏବଂ ରେଡିଓ ଉପସ୍ଥାପକ ନିକ ରିଡସ୍ ଙ୍କୁ ବିବାହ କରି ନେଇଥିଲେ । ୨୦୦୫ରେ ତାଙ୍କୁ ମଧ୍ୟ ଛାଡପତ୍ର ଦେବା ପରେ ୨୦୦୬ରେ ନିଜ ୭୦ତମ ଜନ୍ମଦିନରେ ସେ ତାଙ୍କ ଠାରୁ ୩୦ ବର୍ଷ ସାନ ପରବିନ ଦୋସାଞ୍ଝଙ୍କୁ ବିବାହ କରିଥିଲେ ।

ମିଲିନ୍ଦ ସୋମନ – ଅଙ୍କିତା କୁଅଁର

ବଲିଉଡର ଏହି ହ୍ୟାଣ୍ଡସମ ମଡେଲ ଏବଂ ଆକ୍ଟର ୬୫ ବର୍ଷ ବୟସରେ ମଧ୍ୟ କଫି ଫିଟ୍ ଅଛନ୍ତି । ସେ ୨୦୧୮ରେ ନିଜଠୁ ୨୬ ବର୍ଷ ସାନ ଅଙ୍କିତା କୁଅଁରଙ୍କୁ ବିବାହ କରିଥିଲେ । ତାଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ଦୁହେଁ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରୁହନ୍ତି ଓ ଫିଟନେସକୁ ନେଇ ଖୁବ ଜାଗ୍ରତ ଅଟନ୍ତି । ଏହା ପୂର୍ବରୁ ମିଲିନ୍ଦ ୨୦୦୬ରେ ମାୟଲିନ ଜମ୍ପନୋଇଙ୍କୁ ବିବାହ କରିଥିଲେ କିନ୍ତୁ ୨୦୦୯ରେ ତାଙ୍କର ଛାଡପତ୍ର ହୋଇ ଯାଇଥିଲା ।

ସଞ୍ଜୟ ଦତ୍ତ – ମାନ୍ୟତା ଦତ୍ତ

ସଞ୍ଜୟ ଦତ୍ତଙ୍କର ୩୦୦ରୁ ଅଧିକ ଗାର୍ଲଫ୍ରେଣ୍ଡ ଥିଲେ ବୋଲି କୁହାଯାଏ । ଏହାସହ ସେ ତିନିଥର ବିବାହ ମଧ୍ୟ କରିଛନ୍ତି । ୧୯୮୭ରେ ସେ ରୁଚା ଶର୍ମାଙ୍କୁ ବିବାହ କରିଥିଲେ, କିନ୍ତୁ ୧୯୯୬ରେ କ୍ୟାନ୍ସର ଯୋଗୁଁ ତାଙ୍କର ନିଧନ ହୋଇ ଯାଇଥିଲା । ଏହାପରେ ୧୯୯୮ରେ ରିୟା ପିଲାଇଙ୍କୁ ବିବାହ କରିଥିଲେ ମଧ୍ୟ ୨୦୦୮ରେ ତାଙ୍କୁ ଛାଡପତ୍ର ଦେଇଥିଲେ ।

ଏହାପରେ ସଞ୍ଜୟଙ୍କ ଜୀବନରେ ଆସିଥିଲେ ମାନ୍ୟତା ଯିଏକି ତାଙ୍କ ଠାରୁ ୨୦ ବର୍ଷ ସାନ ଥିଲେ । ୨୦୦୮ରେ ମାନ୍ୟତାଙ୍କୁ ବିବାହ କରିଥିଲେ ସଞ୍ଜୟ ଦତ୍ତ । ତାଙ୍କର ଦୁଇ ଜାଆଁଳା ସନ୍ତାନ ଇକରା ଓ ଶହରନ ଅଛନ୍ତି ।

ଅରବାଜ ଖାନ – ଜର୍ଜିଆ ଏନ୍ଦ୍ରିୟାନୀ

୧୯୯୮ରେ ଅରବାଜ ଖାନ ଅଭିନେତ୍ରୀ ମଲାଇକା ଅରୋରାଙ୍କୁ ବିବାହ କରିଥଲେ । କିନ୍ତୁ ୨୦୧୭ରେ ତାଙ୍କର ଛାଡପତ୍ର ହୋଇ ଯାଇଥିଲା । ଛାଡପତ୍ର ପରେ ମଲାଇକା ଅର୍ଜୁନ କପୁରଙ୍କ ସହ ରିଲେସନରେ ଥିବା ବେଳେ ଅରବାଜ ମଧ୍ୟ କିଛି ଅପଛରେ ନାହାନ୍ତି । ସେ ଇଟାଲିୟାନ ମଡେଲ ଜର୍ଜିଆ ଏନ୍ଦ୍ରିୟାନୀଙ୍କୁ ଡେଟ କରୁଛନ୍ତି । ସେମାନେ ଆଗକୁ ବିବାହ କରିବେ ବୋଲି ଶୁଣିବାକୁ ମିଳୁଛି । ବର୍ତ୍ତମାନ ଅରବାଜଙ୍କ ବୟସ ୫୪ ହୋଇଥିବା ବେଳେ ଜର୍ଜିଆଙ୍କୁ ମାତ୍ର ୩୩ ବର୍ଷ ବୟସ ।

ଅନୁରାଗ କଶ୍ୟପ – ଶୁଭ୍ରା ସେଟ୍ଟୀ

ଅନୁରାଗ କଶ୍ୟପ ବଲିଉଡର ଜଣେ ଲୋକପ୍ରିୟ ନିର୍ଦ୍ଦେଶକ ଅଟନ୍ତି । ସେ ୨୦୧୧ରେ ନିଜଠୁ ୧୦ ବର୍ଷ ସାନ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କଲକି କୋଚଲିନଙ୍କୁ ବିବାହ କରିଥିଲେ । ଏହା ପୂର୍ବରୁ ମଧ୍ୟ ଅନୁରାଗଙ୍କ ଛାଡପତ୍ର ହୋଇ ସାରିଥିଲା । ପୁଣି ଥରେ ୨୦୧୫ରେ ସେ କଲକିଙ୍କୁ ଛାଡପତ୍ର ଦେଇ ୨୧ ବର୍ଷ ସାନ ଶୁଭ୍ରା ସେଟ୍ଟୀଙ୍କୁ ବିବାହ କରିଥିଲେ । ବର୍ତ୍ତମାନ ତାଙ୍କୁ ୪୯ ବର୍ଷ ହୋଇଥିବା ବେଳେ ଶୁଭ୍ରାଙ୍କୁ ୨୮ ବର୍ଷ ବୟସ ହୋଇଛି ।