Astrology Tips:- କେଉଁ ରାଶିର ଜାତକ କେଉଁ ଧାତୁ ଧାରଣ କରିବା ଶୁଭ ହୋଇଥାଏ ? ରାଶି ଅନୁସାରେ ଜାଣନ୍ତୁ କେଉଁ ଅଳଙ୍କାର ପିନ୍ଧିବା ଆପଣଙ୍କ ପାଇଁ ଶୁଭ

ଜ୍ଯୋତିଷ ଅନୁସାରେ ପ୍ରତ୍ଯେକ ବ୍ୟକ୍ତିଙ୍କର ୧୨ଟି ରାଶି ମଧ୍ୟରୁ ଗୋଟିଏ ରାଶି ଅନ୍ତର୍ଭୁକ୍ତ ହୋଇଥାନ୍ତି । ପ୍ରତ୍ଯେକ ରାଶି ଓ ନକ୍ଷତ୍ରଙ୍କରେ ଜନ୍ମିତ ବ୍ୟକ୍ତିଙ୍କ ଭାଗ୍ୟ, ଭବିଷ୍ୟତ, ବ୍ୟକ୍ତିତ୍ବ ଓ ସ୍ଵଭାବ ଭିନ୍ନ ହୋଇଥାଏ । ରାଶି ଗୁଡିକର ଧାତୁ ଉପରେ ମଧ୍ୟ ସ୍ଵତନ୍ତ୍ର ପ୍ରଭାବ ରହିଥାଏ । ତେଣୁ ବ୍ୟକ୍ତି ତାଙ୍କ ରାଶି ଅନୁସାରେ ଉପଯୁକ୍ତ ଧାତୁ ପରିଧାନ କରିବା ଲାଭଦାୟକ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତି କେଉଁ ଧାତୁ ଧାରଣ କରିବା ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହୋଇଥାଏ ।

ପ୍ରଥମେ ହେଉଛି ତମ୍ବା ଧାତୁ, ଯାହାକୁ ସୂର୍ଯ୍ୟ ଗ୍ରହଙ୍କ ସହ ସମ୍ବନ୍ଧିତ ଅଟେ । ତେଣୁ ସୂର୍ଯ୍ୟ ଯେଉଁ ରାଶିର ସ୍ଵାମୀ ଗ୍ରହ ତଥା ଯେଉଁ ରାଶିଙ୍କ ଉପରେ ସୂର୍ଯ୍ୟଙ୍କ ପ୍ରଭାବ ଅଧିକ ରହିଥାଏ ସେମାନେ ତମ୍ବା ଧାତୁରେ ତିଆରି ଅଳଙ୍କାର ଧାରଣ କରିବା ଅତ୍ୟନ୍ତ ଶୁଭ ହୋଇଥାଏ । ମେଷ ରାଶି, ବିଛା ରାଶି ଓ ସିଂହ ରାଶିର କାରକ ସୁରାଜ୍ୟ ହୋଇଥିବାରୁ ସେମାନେ ତମ୍ବା ଧାରଣ କରିପାରିବେ ।

ଦ୍ଵିତୀୟରେ ହେଉଛି ଚାନ୍ଦି ବା ରୂପା, ଯାହାର ସ୍ଵାମୀ ହେଉଛନ୍ତି ଚନ୍ଦ୍ରମା । ଚନ୍ଦ୍ରମା ଗ୍ରହ ସମ୍ବନ୍ଧିତ ରାଶିଙ୍କୁ ଛାଡି ଅନ୍ୟ କେଉଁ ଗ୍ରହ ଚାନ୍ଦି ଧାରଣ କରିବା ଅନୁଚିତ, ନଚେତ ଅନିଷ୍ଟ ହୋଇଥାଏ । ତେବେ ଯେଉଁ ରାଶିମାନେ ଚାନ୍ଦି ପରିଧାନ କରିପାରିବେ ସେମାନେ ହେଉଛନ୍ତି କର୍କଟ ରାଶି, ତୁଳା ରାଶି, ବିଛା ରାଶି ଓ ମୀନ ରାଶି ।

ତୃତୀୟରେ ହେଉଛି ସୁନା, ଯାହା ଗୁରୁଗ୍ରହ ବୃହସ୍ପତିଙ୍କ କାରକ ଅଟେ । ତେଣୁ ଗୁରୁଗ୍ରହଙ୍କ ସମସ୍ତ ମିତ୍ର ରାଶି ସୁନା ଅଳଙ୍କାର ଧାରଣ କରିବା ଅତ୍ୟନ୍ତ ଶୁଭ ହୋଇଥାଏ । ସେହି ରାଶିମାନେ ହେଉଛନ୍ତି କର୍କଟ ରାଶି। ମେଷ ରାଶି, ସିଂହ ରାଶି ଓ ମୀନ ରାଶି ।

ଚତୁର୍ଥରେ ହେଉଛି ପିତ୍ତଳ । ଏହି ଧାତୁ ମଧ୍ୟ ଗୁରୁଗ୍ରହ ବୃହସ୍ପତି ସହ ସମ୍ବନ୍ଧିତ ଅଟେ । ତେଣୁ ଏହି ଗ୍ରହ ସହ ସମ୍ବନ୍ଧିତ ସମସ୍ତ ରାଶି ପିତ୍ତଳ ଧାତୁ ଧାରଣ କରିବା ଖୁବ ଶୁଭ ହୋଇଥାଏ । ତେଣୁ ମେଷ ରାଶି, ସିଂହ ରାଶି, କର୍କଟ ରାଶି ଓ ମୀନ ରାଶିର ଲୋକେ ପିତ୍ତଳ ଧାତୁ ଧାରଣ କରିପାରିବେ ।

ପଞ୍ଚମରେ ହେଉଛି କସ ଧାତୁ, ଯାହା ଏକ ମିଶ୍ରିତ ଧାତୁ ହୋଇଥାଏ । ଏହି ଧାତୁୟ ବୁଧ ଗ୍ରହଙ୍କ କାରକ ହୋଇଥିବାରୁ ବୁଧଙ୍କ ସହ ସମ୍ବନ୍ଧିତ ସମସ୍ତ ରାଶି ଏହି ଧାତୁ ଧାରଣ କରିପାରିବେ । ସେହି ରାଶି ହେଉଛନ୍ତି କନ୍ୟା ରାଶି ଏବଂ ମିଥୁନ ରାଶି । ଆପଣ ଏହି ଧାତୁର ମୁଦି ବନେଇ ପିନ୍ଧି ପାରିବେ କିମ୍ବା ବାସନ ମଧ୍ୟ ବ୍ୟବହାର କରିପାରିବେ ।

ଷଷ୍ଠରେ ହେଉଛି ଲୁହା ଯାହା କି ଶନି ଗ୍ରହଙ୍କ ସହ ସମ୍ବନ୍ଧିତ ଅଟେ । ତେଣୁ ଯେଉଁ ରାଶି ମାନଙ୍କର ସ୍ଵାମୀ ଶନିଦେବ ଅଟନ୍ତି ସେହି ରାଶିମାନେ ଲୁହା କଡା କିମ୍ବା କଳା ସୂତାରେ ଛୋଟିଆ ଲୁହା ଲକେଟ ବନେଇ ଧାରଣ କରିପାରିବେ । ସେହି ରାଶି ହେଉଛନ୍ତି କୁମ୍ଭ ଏବଂ ମକର ରାଶି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।