ବିବାହ ପରେ ଏହି 4 bollywood ର ସୁପରହିଟ ହିରୋଇନଙ୍କୁ ମିଳିଲା ନାହିଁ ଫିଲ୍ମ କରିବା ପାଇଁ ଅନୁମତି

ବଲୀଉଡରେ ଏମିତି ବହୁତ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବିବାହ ପରେ ବି ଫିଲ୍ମରେ ଅଭିନୟ କରୁଛନ୍ତି । ଯେଉଁଥିରେ ଅଭିନେତ୍ରୀ କରିନା କପୁର, ଦୀପିକା ପାଦୁକୋଣ ଓ ଅନୁଷ୍କା ଶର୍ମାଙ୍କ ଭଳି ଆନେ କେତେକ ଅଭିନେତ୍ରୀଙ୍କ ନାଁ ବି ସାମିଲ ଅଛି । କିନ୍ତୁ ଅନ୍ୟ ପଟେ ବଲୀଉଡରେ ଏମିତି ବି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବିବାହ ପରେ ବି ନିଜର ଫିଲ୍ମି କ୍ୟାରିୟର ଓ ପରିବାରକୁ ପୁରା ସମୟ ଦେଉଛନ୍ତି ।

ଯେଉଁଥିରେ ମାଧୁରୀ ଦୀକ୍ଷିତ, କାଜୋଲ ଓ ଐଶ୍ୱର୍ୟା ରାୟ ବଚ୍ଚନଙ୍କ ଭଳି ବଡ ବଡ ଅଭିନେତ୍ରୀଙ୍କ ନାଁ ସାମିଲ ଅଛି । କିନ୍ତୁ ଆଜି ଆମେ ଆପଣଙ୍କୁ ସେହି ଅଭିନେତ୍ରୀମାନଙ୍କ ବିଷୟରେ କହିବୁ ଯେଉଁମାନେ ବିବାହ ପରେ ବଲୀଉଡ ଇଣ୍ଡଷ୍ଟ୍ରିକୁ ବିଦାୟ କହିଦେଲେ । ତେବେ ଚାଳନ୍ତୁ ଜାଣିବା ସେହି ଅଭିନେତ୍ରୀମନଙ୍କ ବିଷୟରେ ।

ଆୟଶା ଟାକିୟା

ଆୟଶା ଟାକିୟା ବଲୀଉଡର ଅଭିନେତା ସଲମାନ ଖାନ ସହ ଫିଲ୍ମ କରି ବଲୀଉଡରେ ବହୁତ ସଫଳତା ହାସଲ କରିଥିଲେ । ସେ ବହୁତ କମ ସମୟ ମଧ୍ୟରେ ବଲୀଉଡ ଇଣ୍ଡଷ୍ଟ୍ରିରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି ବି କରିସାରିଥିଲେ । କିନ୍ତୁ ବହୁତ ଲୋକପ୍ରିୟତା ହାସଲ କରିବା ପରେ ସେ ବିବାହ କରି ନେଲେ ଓ ସବୁଦିନ ପାଇଁ ଏହି ଇଣ୍ଡଷ୍ଟ୍ରି ଠାରୁ ଦୂରେଇ ଗଲେ । ସେ ବର୍ତ୍ତମାନ ନିଜର ସ୍ଵାମୀ ଫରହାନ ଆଜମୀଙ୍କ ସହ ମୁମ୍ବାଇରେ ହିଁ ରହୁଛନ୍ତି । ତାଙ୍କର ଗୋଟିଏ ସନ୍ତାନ ବି ଅଛି ।

ଆସିନ

ଆସିନ ସାଉଥ ଫିଲ୍ମରେ କାମ କରିବା ସହିତ ବଲୀଉଡର ଅଭିନେତା ଆମିର ଖାନ, ଅକ୍ଷୟ କୁମାର, ସଲମାନ ଖାନ, ଅଜୟ ଦେବଗନଙ୍କ ଭଳି ବଡ ବଡ ଅଭିନେତାଙ୍କ ସହ ଫିଲ୍ମରେ କାମ କରିଛନ୍ତି । ଏହା ପରେ ସେ ବଲୀଉଡରେ ପ୍ରସିଦ୍ଧ ଅଭିନେତ୍ରୀମାନଙ୍କ ମଧ୍ୟରେ ସାମିଲ ହୋଇଗଲେ । କିନ୍ତୁ ୨୦୧୬ରେ ବିଜନେସମ୍ୟାନ ରାହୁଲ ଶର୍ମାଙ୍କୁ ବିବାହ କରିବା ପରେ ସେ ନିଜର ଅଭିନୟ କ୍ୟାରିୟରକୁ ବିଦାୟ କହିଦେଲେ । ବର୍ତ୍ତମାନ ସେ ଗୋଟିଏ ଝିଅର ମା ବି ହୋଇସାରିଛନ୍ତି ।

ଟ୍ୱିଂକଲ ଖନ୍ନା

ନିଜ ସମୟରେ ସବୁଠୁ ଫେମସ ଅଭିନେତ୍ରୀ ଥିବା ଟ୍ୱିଂକଲ ଖନ୍ନା ବଲୀଉଡରେ ବହୁତ ହିଟ ଫିଲ୍ମରେ କାମ କରିଛନ୍ତି । କିନ୍ତୁ ଯେତେବେଳେ ସେ ୨୦୦୧ରେ ଅକ୍ଷୟ କୁମାରଙ୍କ ସହ ବିବାହ କରିଲେ ତେବେ ସେହି ସମୟରୁ ଆଜି ପର୍ଯ୍ୟନ୍ତ କୌଣସି ବି ଫିଲ୍ମରେ ସେ ନଜର ଆସି ନାହାନ୍ତି । ସେ ସବୁଦିନ ପାଇଁ ଇଣ୍ଡଷ୍ଟ୍ରିକୁ ବିଦାୟ କହିସାରିଛନ୍ତି ।

ନମ୍ରତା ଶିରୋଡକର

ନମ୍ରତା ଶିରୋଡକର ବଲୀଉଡ ସହ ଟଲୀଉଡରେ ବି ବହୁତ ସଫଳତା ହାସଲ କରିଛନ୍ତି । କିନ୍ତୁ ଏତେ ଲୋକପ୍ରିୟତା ହାସଲ କରିବା ସତ୍ବେ ବି ସେ ନିଜର ଅଭିନୟ କ୍ୟାରିୟରରୁ ସନ୍ୟାସ ନେଇ ଗଲେ । କହିବାକୁ ଗଲେ ଏହା ପଛର ମୁଖ୍ୟ କାରଣ ହେଉଛି ତେଲୁଗୁ ସୁପର ଷ୍ଟାର ମହେଶ ବାବୁ । କହିବାକୁ ଗଲେ ୨୦୦୫ରେ ଦୁଇ ଜଣ ବିବାହ କରିବା ପରେ ନମ୍ରତା ଶିରୋଡକର ଇଣ୍ଡଷ୍ଟ୍ରିକୁ ଅଳବିଦା କହିଦେଲେ । ବର୍ତ୍ତମାନ ସମୟରେ ନମ୍ରତା ଶିରୋଡକର ନିଜର ଦୁଇ ସନ୍ତାନ ଓ ସ୍ଵାମୀଙ୍କ ସହ ବହୁତ ଖୁସିରେ ଅଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।