ଓଡିଆ ସିରିଏଲ ‘Tarini Akhira Tara’ ଦେଖୁଛନ୍ତି କି ? ଏହାର Actor ମାନଙ୍କ ଶିକ୍ଷାଗତ ଯୋଗ୍ୟତା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ !

ଆମ ଓଡିଆ ଧାରାବାହିକରେ ଅଭିନୟ କରୁଥିବା କଳାକାରମାନେ ଉଭୟ ପ୍ରତିଭା ଓ ରୂପରଙ୍ଗରେ ହିନ୍ଦୀ ସିରିଏଲ କଳାକାରଙ୍କୁ ମଧ୍ୟ ପଛରେ ପକାଇ ଦେଉଛନ୍ତି । କେବଳ ହିନ୍ଦୀ ସିରିଏଲ ଦେଖିବାକୁ ପସନ୍ଦ କରୁଥିବା ଓଡିଆ ଦର୍ଶକ ଆଜିକାଲି ଓଡିଆ ସିରିଏଲ ମଧ୍ୟ ଦେଖିବାକୁ ଲାଗିଲେଣି ଓ ଆମ ଓଡିଆ କଳାକାର ମାନଙ୍କୁ ଖୁବ ପସନ୍ଦ ମଧ୍ୟ କରୁଛନ୍ତି ।

ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ଅନେକ ଓଡିଆ ସିରିଏଲ ଲୋକମାନେ ନିୟମିତ ଭାବେ ଦେଖୁଛନ୍ତି ଓ ସମୟ ପାଇଲେ ଏହି ବିଷୟରେ ଚର୍ଚ୍ଚା କରିବାକୁ ମଧ୍ୟ ଭୁଲୁ ନାହାନ୍ତି । ଦିନକୁ ଦିନ ଆମ ଓଡିଆ ସିରିଏଲ କଳାକାରଙ୍କ ଲୋକପ୍ରିୟତା ମଧ୍ୟ ବଢିବାରେ ଲାଗିଛି । ସମସ୍ତଙ୍କର ଧାରଣା ରହିଥାଏ କି ଅଭିନୟ ଦୁନିଆରେ ଆସୁଥିବା କଳାକାର ଅଧିକ ପାଠ ପଢି ନ ଥାଆନ୍ତି, ସେଥିପାଇଁ ଅଭିନୟ ଦୁନିଆରେ ପାଦ ଦିଅନ୍ତି । କିନ୍ତୁ ଆପଣ କଣ ଜାଣିଛନ୍ତି କି, କେବଳ ପରଦା ଉପରେ ନୁହେଁ ବରଂ ନିଜ ବ୍ୟକ୍ତିଗତ ଜୀବନରେ ଏମାନେ ଉଚ୍ଚ ଶିକ୍ଷିତ ଅଟନ୍ତି ।

ତେବେ ଆଜି ଆମେ ଆପଣଙ୍କୁ ଆପଣଙ୍କ ପ୍ରିୟ ସିରିଏଲ ‘ତାରିଣୀ ଆଖିର ତାରା’ ସିରିଏଲର କଳାକାର ମାନଙ୍କ ଶିକ୍ଷାଗତ ଯୋଗ୍ୟତା କେତେ ସେହି ବିଷୟରେ କହିବାକୁ ଯାଉଛୁ । ଆମ ତାଲିକାରେ ପ୍ରଥମେ ଆସୁଛନ୍ତି ସୁମନ ପଟ୍ଟନାୟକ । ଯିଏ କି ତାରିଣୀ ଆଖିର ତାରା ସିରିଏଲରେ ମୁଖ୍ୟ ଅଭିନେତ୍ରୀ ତାରିଣୀ ଭୂମିକାରେ ଅଭିନୟ କରୁଛନ୍ତି । ସୁମନ ଭୁବନେଶ୍ଵରର ଶ୍ରୀ ଅରବିନ୍ଦ ଇନଷ୍ଟିଚ୍ୟୁଟ ଅଫ ଇଣ୍ଟେଗ୍ରାଲ ଏଜୁକେଶନରୁ ଗ୍ରାଜୁଏସନ ଶେଷ କରିଛନ୍ତି ।

ଏହାପରେ ହେଉଛନ୍ତି ଏହି ସିରିଏଲରେ କନିକା ଭୁମୁକାରେ ଅଭିନୟ କରିଥିବା ମିଲି ମହାନ୍ତି । ମିଲି ଭୁବନେଶ୍ବରର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରୁ ଗ୍ରାଜୁଏସନ କରିଛନ୍ତି । ଏହାପରେ ଆମ ତାଲିକାରେ ଆସୁଛନ୍ତି ମିଥିଲେଶ କୁମାର । ଯିଏ କି ଏହି ସିରିଏଲରେ ବୀର ଭୂମିକାରେ ଅଭିନୟ କରୁଛନ୍ତି । ମିଥିଲେଶ ମଧ୍ୟ ଜଣେ ଗ୍ରାଜୁଏଟ ଅଟନ୍ତି । ଏହାପରେ ଆମ ହେଉଛନ୍ତି ଏହି ସିରିଏଲରେ ତରୁଣ ଭୂମିକାରେ ଅଭିନୟ କରିଥିବା ଦେବ ମହାନ୍ତି । ଦେବ ସରସ୍ଵତୀ ବିଦ୍ୟା ମନ୍ଦିରରୁ ଗ୍ରାଜୁଏସନ କରିଛନ୍ତି ।

ଏହାପରେ ଆମ ତାଲିକାରେ ଆସୁଛନ୍ତି ସ୍ଵପ୍ନିଲ ମିଶ୍ର । ଯିଏ କି ଏହି ସିରିଏଲରେ ତୁଷାର ଭୂମିକାରେ ଅଭିନୟ କରିଛନ୍ତି । ସ୍ଵପ୍ନିଲଙ୍କ ଶିକ୍ଷାଗତ ଯୋଗ୍ୟତା ହେଉଛି ଏମବିଏ । ଏହାପରେ ହେଉଛନ୍ତି ଅସୀମା ପତି । ଯିଏ କି ଏହି ସିରିଏଲରେ ତାରା ଭୂମିକାରେ ଅଭିନୟ କରୁଛନ୍ତି । ଅସୀମା କନ୍ଦରପୁର କଲେଜରୁ ଗ୍ରାଜୁଏସନ ଶେଷ କରିଛନ୍ତି । ଏହି ସିରିଏଲରେ ମୋହିନୀ ଭୂମିକାରେ ଅଭିନୟ କରିଥିବା କାଜଲ ମିଶ୍ରଙ୍କ ଶିକ୍ଷାଗତ ଯୋଗ୍ୟତା ମଧ୍ୟ ଗ୍ରାଜୁଏଟ ଅଟେ ।

ଏହାପରେ ହେଉଛନ୍ତି ମାମୁନି । ଯିଏ କି ଏହି ସିରିଏଲରେ ରୁକ୍ମିଣୀ ଚରିତ୍ରରେ ଅଭିନୟ କରିଛନ୍ତି । ମାମୁନୀ ମଧ୍ୟ ବିଏ ଗ୍ରାଜୁଏଟ ଅଟନ୍ତି । ଏହି ସିରିଏଲରେ ରୂପଶ୍ରୀ ଭୂମିକାରେ ଅଭିନୟ କରିଛନ୍ତି ଅଭିନେତ୍ରୀ ବର୍ଷା ପାତ୍ର । ବର୍ଷା ପୁରୀର ନିଗମାନନ୍ଦ ଓମେନ୍ସ କଲେଜରୁ ଗ୍ରାଜୁଏସନ କରିଛନ୍ତି । ଶେଷରେ ଆମ ତାଲିକାରେ ଅଛନ୍ତି ରଞ୍ଜିତା ପାଣିଗ୍ରାହୀ ।

ଯିଏ ଏହି ସିରିଏଲରେ ତନୁଜା ଭୂମିକାରେ ଅଭିନୟ କରିଛନ୍ତି । ରଞ୍ଜିତା ଭୁବନେଶ୍ଵରର ବିର୍ଲା ଗ୍ଲୋବାଲ ୟୁନିଭର୍ସିଟିରୁ ମାଷ୍ଟର ଇନ ମାସ କମ୍ୟୁନିକେଶନ ଆଣ୍ଡ ଜର୍ନାଲିଜିମ କରିଛନ୍ତି । ଆପଣଙ୍କୁ ଆମ ପୋଷ୍ଟ କିପରି ଲାଗିଲା ଆମକୁ କମେଣ୍ଟ କରି ଜଣେଇବେ ଓ ଏହିପରି ପୋଷ୍ଟ ଅପଡେଟ ପାଇଁ ଆମ ପେଜ୍ କୁ ଲାଇକ ମଧ୍ୟ କରନ୍ତୁ ।