୨୦ ବର୍ଷ ପରେ ସଲମାନଙ୍କୁ ମନେ ପଡିଲା ଐଶ୍ୱର୍ୟାଙ୍କ କଥା, ବ୍ରେକଅପ ପରେ ପ୍ରଥମ ଥର ଶେୟାର କରିଲେ ଫଟୋ

ସଲମାନ ଖାନ ଓ ଐଶ୍ୱର୍ୟା ରାୟଙ୍କ ରିଲେଶନଶିପ ବିଷୟରେ ପୁରା ଦୁନିଆ ଜାଣିଛି । ସଲମାନ ଖାନଙ୍କ ଠାରୁ ବ୍ରେକଅପ ପରେ ବର୍ତ୍ତମାନ ଐଶ୍ୱର୍ୟା ରାୟ ନିଜ ବିବାହ ଜୀବନରେ ଖୁସିରେ ଅଛନ୍ତି, ଅନ୍ୟ ପଟେ ସଲମାନ ଆଜି ବି ତାଙ୍କର କିଛି ଫଟୋ ନିଜ ପାଖରେ ରଖିଛନ୍ତି । ଐଶ୍ୱର୍ୟା ରାୟଙ୍କୁ ସଲମାନ ଖାନ ଦିବାନା ପରି ପ୍ରେମ କରୁଥିଲେ, କିନ୍ତୁ ଅଧିକ ବିବାଦ କାରଣରୁ ଦୁଇ ଜଣଙ୍କର ବ୍ରେକଅପ ହୋଇଗଲା ।

ସଲମାନ ଖାନ ଓ ଐଶ୍ୱର୍ୟା ରାୟ ପ୍ରାୟତଃ କୌଣସି ନା କୌଣସି କାରଣରୁ ଚର୍ଚାରେ ରୁହନ୍ତି । ଏଥର ସଲମାନ ଖାନ ଏକ ଫଟୋ ଶେୟାର କରିଛନ୍ତି, ଯେଉଁ କାରଣରୁ ପୁଣି ଥରେ ଐଶ୍ୱର୍ୟାଙ୍କ ସହିତ ତାଙ୍କର ଚର୍ଚା କରା ଯାଉଛି । କହିବାକୁ ଗଲେ ସଲମାନ ଖାନ ଟ୍ୱିଟରରେ ଏକ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ଏକ ମହିଳାକୁ କ୍ରପ କରାଯାଇଛି । ସେ ମହିଳା ଜଣକ ଆଉ କେହି ନୁହନ୍ତି, ସେ ହେଉଛନ୍ତି ଐଶ୍ୱର୍ୟା ରାୟ । ବର୍ତ୍ତମାନ ଏମିତି କୁହାଯାଉଛି କି ସଲମାନ ଖାନ ଆଜି ବି ଐଶ୍ୱର୍ୟା ରାୟଙ୍କର କିଛି ବଛା ବଛା ଫଟୋ ନିଜ ପାଖରେ ରଖିଛନ୍ତି ।

ବ୍ରେକଅପ ପରେ ପ୍ରଥମ ଥର ସଲମାନ ଶେୟାର କରିଲେ ଫଟୋ

ସଲମାନ ଓ ଐଶ୍ୱର୍ୟାଙ୍କର ବ୍ରେକଅପକୁ ୨୦ ବର୍ଷ ହୋଇଯାଇଛି । ଏହା ପରେ ସେ ଏକ ଫଟୋ ଶେୟାର କରି ଲେଖିଛନ୍ତି କି, ଏହି ଛୋଟୀ ପିଲାଟି ଶର୍ମିନ ସହଗଲ ଅଟେ । କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟ କର କଥା ଏହା ଅଟେ କି ଏଥିରେ କ୍ରପ କରାଯାଇଥିବା ଏକ ମହିଳାଙ୍କର ଫଟୋ ବି ଦେଖାଯାଉଛି, ଯିଏକି ଐଶ୍ୱର୍ୟା ରାୟ ଅଟନ୍ତି । ଏହା ସଫା ସଫା ଜଣା ପଡୁଛି କି ସେ ଐଶ୍ୱର୍ୟାଙ୍କର ଫଟୋକୁ ସମ୍ଭାଳି ରଖିଛନ୍ତି ।

‘ହମ ଦିଲ ଦେ ଚୁକେ ସନମ’ରେ ଐଶ୍ୱର୍ୟା ପିନ୍ଧିଥିଲେ ଏହିଭଳି ଡ୍ରେସ

ସଲମାନ ଖାନ ଫଟୋରେ ଯେଉଁ ମହିଳାଙ୍କୁ କ୍ରପ କରିଛନ୍ତି, ତାଙ୍କର ଡ୍ରେସ ଓ ‘ହମ ଦିଲ ଦେ ଚୁକେ ସନମ’ରେ ଐଶ୍ୱର୍ୟାଙ୍କର ଡ୍ରେସ ପୂରାପୂରି ମିଶୁଛି । କହିଦେଉଛୁ ଯେ ଏହି ଫିଲ୍ମରେ ଐଶ୍ୱର୍ୟା ଠିକ ଏହିଭଳି ଡ୍ରେସ ପିନ୍ଧି ଥିଲେ ଓ ଏହା ସେହି ଫଟୋ ଅଟେ ।

ସଲମାନ କାହିଁକି ଶେୟାର କରିଛନ୍ତି ଫଟୋ ?

କହିବାକୁ ଗଲେ ସଞ୍ଜୟ ଲୀଳା ଭଂଶାଳୀଙ୍କର ଫିଲ୍ମ ‘ମଲାଲ’ର ଟ୍ରେଲର ଲଞ୍ଚ ହୋଇଯାଇଛି, ଯେଉଁଥିରେ ଶରମିନ ସହଗଲ ଓ ଜାୱେଦ ଜାଫରୀଙ୍କ ପୁଅ ମିଜାନ କାମ କରୁଛନ୍ତି । ଏହି କାରଣରୁ ସଲମାନ ଖାନ ଶରମିନ ସହଗଲଙ୍କର ପିଲାବେଳର ଏକ ଫଟୋ ଶେୟାର କରିଛନ୍ତି । କିନ୍ତୁ ଏବେ ଚର୍ଚାରେ ଐଶ୍ୱର୍ୟା ରାୟ ଆସି ଯାଇଛନ୍ତି ।