Astrology: ଅତ୍ୟନ୍ତ ଶୁଭ ହୋଇଥାଏ ଏହି ୪ଟି ସ୍ଵପ୍ନ, ଭୁଲରେ ବି କାହାକୁ କୁହନ୍ତୁ ନାହିଁ ନଚେତ ସ୍ଵପ୍ନ ସ୍ଵପ୍ନରେ ହିଁ ରହିଯିବ !

ଆମେ ଶୋଇବା ସମୟରେ ଅନେକ ପ୍ରକାର ସ୍ଵପ୍ନ ଦେଖି ଥାଉ । ସେଥିମଧ୍ୟରୁ କିଛି ଭଲ ସ୍ଵପ୍ନ ଥାଏ ଆଉ କିଛି ଭୟଙ୍କର ସ୍ଵପ୍ନ ମଧ୍ୟ ରହିଥାଏ । ଅନେକ ସମୟରେ ଆମେ ଯାହା ସ୍ଵପ୍ନ ଦେଖୁ ତାହା ଅନ୍ୟ ମାନଙ୍କ ଆଗରେ କହି ଦେଉ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଆମେ ଦେଖୁଥିବା ସ୍ଵପ୍ନର ଭିନ୍ନ ଭିନ୍ନ ଅର୍ଥ ରହିଛି ।

ଅନେକ ସମୟରେ ଭବିଷ୍ୟତରେ ଆମ ପ୍ରତି ଘଟିବାକୁ ଯାଉଥିବା କିଛି ଭଲ ଓ ମନ୍ଦ ଘଟଣାର ଆଭାସ ମଧ୍ୟ ଆମକୁ ସ୍ଵପ୍ନ ମାଧ୍ୟମରେ ମିଳିଥାଏ । କିନ୍ତୁ ସେହି ସ୍ଵପ୍ନକୁ ଆମେ ଆନୟ ଆଗରେ ପ୍ରକାଶ କରିଦେବ ଦ୍ଵାରା ଆମେ ସେହି ଫଳ ପାଇବାରୁ ବଞ୍ଚିତ ହୋଇଥାଉ । ସେଥିପାଇଁ ଆଜି ଆମେ ଆପଣଙ୍କୁ କିଛି ସ୍ଵପ୍ନ ବିଷୟରେ କହିବୁ ଯାହା ଅତ୍ୟନ୍ତ ଶୁଭ ହୋଇଥାଏ । କିନ୍ତୁ ସେହିସବୁ ବିଷୟରେ ଅନ୍ୟ ଆଗରେ କେବେ ହେଲେ ଭୁଲରେ ମଧ୍ୟ କହିବେ ନାହିଁ । ତେବେ ଚାଲନ୍ତୁ ଜାଣିବା ।

ପ୍ରଥମରେ ହେଉଛି ଆପଣ ଯଦି ଶୋଇବା ସମୟରେ ନିଜ ମୃତ୍ୟୁ ବିଷୟରେ ସ୍ଵପ୍ନ ଦେଖୁଛନ୍ତି ତେବେ ଏହା ଅନ୍ୟ ଆଗରେ ପ୍ରକାଶ କରନ୍ତୁ ନାହିଁ । ଏହା ଅତ୍ୟନ୍ତ ଶୁଭ ସ୍ଵପ୍ନ ଅଟେ । ଆପଣ ଯଦି ଏପରି ସ୍ଵପ୍ନ ଦେଖୁଛନ୍ତି ତେବେ ଜାଣି ନିଅନ୍ତୁ କି ଆପଣଙ୍କର ବହୁତ ବଡ ସମସ୍ଯା ସମାଧାନ ହେବାକୁ ଯାଉଛି ଓ ଦୁଃଖର ଦିନ ଯାଇ ସୁଖ ଦିନ ଆସିବାକୁ ଯାଉଛି । ଏହି ସ୍ୱପ୍ନ ଅନ୍ୟ ଆଗରେ ପ୍ରକାଶ କରିବା ଦ୍ଵାରା ଏହାର ପ୍ରଭାବ ନଷ୍ଟ ହୋଇଯାଏ ।

ଯଦି ଆପଣ ସ୍ଵପ୍ନରେ ନିଜକୁ ନଦୀ, ଜଙ୍ଗଲ ଆଦି ପ୍ରାକୃତିକ ସ୍ଥାନର ଅତି ନିକଟରେ ପାଉଛନ୍ତି ତେବେ, ଏହି କଥା ଅନ୍ୟମାନଙ୍କ ଆଗରେ ପ୍ରକାଶ କରନ୍ତୁ ନାହିଁ । ଏହାର ଅର୍ଥ ଆପଣଙ୍କ ଜୀବନରେ ଖୁସି ଆସିବାକୁ ଯାଉଛି ଓ ଆପଣ ବହୁତ ସଫଳତା ହାସଲ କରିବାକୁ ଯାଉଛନ୍ତି । ସେଥିପାଇଁ ଏହି ସ୍ଵପ୍ନ ବିଷୟରେ କାହାକୁ ମଧ୍ୟ ଭୁଲରେ କୁହନ୍ତୁ ନାହିଁ । ଯଦି ଆପଣ ସ୍ଵପ୍ନରେ ଗାଈ ଏବଂ ତା ବାଛୁରିକୁ ଏକାଠି ଚରିବାର ଦେଖୁଛନ୍ତି ତେବେ, ଜାଣି ନିଅନ୍ତୁ କି ଆପଣ ଭବିଷ୍ୟତରେ କୋଟିପତି ହେବାର ଆଶଙ୍କା ରହିଛି ।

ଆପଣ ଯଦି ଏହି ସ୍ଵପ୍ନ କଥା କାହାକୁ କହି ଦେଉଛନ୍ତି ତେବେ ଆପଣଙ୍କ ଆଶା ଆଶାରେ ହିଁ ରହିଯିବ । କାହାକୁ କହିବା ଦ୍ଵାରା ଏହି ସ୍ଵପ୍ନର ପ୍ରଭାବ କମି ଯାଇଥାଏ । ତେଣୁ ଏହି ସ୍ଵପ୍ନ ବିଷୟରେ କାହାକୁ ମଧ୍ୟ ଭୁଲରେ କୁହନ୍ତୁ ନାହିଁ । ଆପଣ ଯଦି ଶୋଇବା ସମୟରେ ସାପ ସ୍ଵପ୍ନ ଦେଖୁଛନ୍ତି ତେବେ ଆପଣଙ୍କ ଜୀବନରେ ମାନ ସମ୍ମାନର ବୃଦ୍ଧି ହେବାକୁ ଯାଉଛି । ଏହି ସ୍ଵପ୍ନ ବିଷୟରେ ଅନ୍ୟମାନଙ୍କୁ ଜଣାଇବା ଦ୍ଵାରା ଏହାର ପ୍ରଭାବ ନଷ୍ଟ ହୋଇଯିବ ।

ସେହିପରି ଆପଣ ଯଦି ସ୍ଵପ୍ନରେ କୌଣସି ଭଗବାନଙ୍କୁ ଦେଖୁଛନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ସଙ୍କେତ ଅଟେ । ଏହାର ଅର୍ଥ ଭବିଷ୍ୟତରେ ଆପଣଙ୍କୁ କୌଣସି ଶୁଭ ସମାଚାର ମିଳିବାକୁ ଯାଉଛି । ଏହିପରି ସ୍ଵପ୍ନ ଦେଖିଲେ ଏହା କାହା ଆଗରେ ମଧ୍ୟ ପ୍ରକାଶ ନ କରି ସର୍ବଦା ଗୁପ୍ତ ରଖନ୍ତୁ । ତା ହେଲେ ଯାଇ ଉଚିତ ଫଳ ପାଇବେ । ଆପଣ କେବେ ଏମିତି କିଛି ସ୍ଵପ୍ନ ଦେଖିଛନ୍ତି କି ? ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଏହିପରି ପୋଷ୍ଟ ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।