‘ସାହୋ’ ର ସୁଟିଙ୍ଗ ପରେ ବିବାହ କରିବେ ବାହୁବଳୀ ପ୍ରଭାସ, ଜାଣନ୍ତୁ କିଏ ହେବାକୁ ଯାଉଛନ୍ତି ପ୍ରଭାସଙ୍କର ବଧୂ ?

ବାହୁବଳୀ ଫିଲ୍ମୀ ସହିତ କେବଳ ଭାରତ ନୁହେଁ ପୁରା ଦୁନିଆରେ ଚର୍ଚିତ ଥିବା ପ୍ରଭାସ ବହୁତ ଜଲ୍ଦି ଲକ୍ଷ ଲକ୍ଷ ଝିଅଙ୍କର ହୃଦୟକୁ ଭାଙ୍ଗିବାକୁ ଯାଉଛନ୍ତି । ପ୍ରଭାସଙ୍କର ବିବାହର ଖବର ବହୁତ ଦିନ ଧରି ଚାଲିଛି, କିନ୍ତୁ ଏ ପର୍ଯ୍ୟନ୍ତ ଏହା ବିଷୟରେ କୌଣସି ସଠିକ ଖବର ଆସି ନାହିଁ । ପ୍ରଭାସ ବି ଏବେ ଫିଲ୍ମ ସାହୋ ର ସୁଟିଙ୍ଗ ରେ ବିଜି ଅଛନ୍ତି, କିନ୍ତୁ ଏହା ମଧ୍ୟରେ ତାଙ୍କ ବିବାହର ଖବର ସାମ୍ନାକୁ ଆସୁଛି ଯାହାକୁ ଜାଣି ଲକ୍ଷ ଲକ୍ଷ ଝିଅଙ୍କର ହୃଦୟ ଭାଙ୍ଗିଯିବ ।

ଏହି କଥାକୁ ପ୍ରଭାସଙ୍କ ମାମୁଁ କନଫର୍ମ କରିଛନ୍ତି । ପ୍ରଭାସଙ୍କ ମାମୁଁ କୃଷ୍ଣନମ ରାଜୁ ଏହି କଥାକୁ କନଫର୍ମ କରିଛନ୍ତି କି ପ୍ରଭାସ ‘ସାହୋ’ ର ସୁଟିଙ୍ଗ ପୁରା କରିବା ପରେ ବିବାହ କରି ନେବେ । ସେ ସଫା କହିଛନ୍ତି କି ଏବେ ପ୍ରଭାସ ଫିଲ୍ମ ରେ ବିଜି ଅଛନ୍ତି, ଯେମିତି ଫିଲ୍ମୀ ଟି ପୁରା ହେବ ପ୍ରଭାସ ବିବାହ କରି ନେବେ ।

କିଏ ହେବେ ପ୍ରଭାସଙ୍କର ବଧୂ

ଜଣାଇ ଦେଉଛୁ କି କୃଷ୍ଣନମ ତ ବିବାହ ବିଷୟରେ କହିଲେ କିନ୍ତୁ ପ୍ରଭାସଙ୍କ ବଧୂଙ୍କ ନାମ ଉପରେ କୌଣସି ଆଲୋଚନା କଲେନାହିଁ ।  ପ୍ରଭାସଙ୍କ ନାମ ସବୁଠୁ ଅଧିକ ତାଙ୍କ କୋଷ୍ଟାର ଅନୁସ୍କାଙ୍କ ସହିତ ଯୋଡା ହୋଇଥାଏ କିନ୍ତୁ ସେ ସବୁବେଳେ ତାଙ୍କ ସଂପର୍କକୁ ବନ୍ଧୁତା ର ରୂପ ଦେଇ ଆସିଛନ୍ତି ଓ କେବେ ବି ଖୋଲି କହି ନାହାଁନ୍ତି କି ସେ ଦୁହେଁ ଦୁହିଙ୍କୁ ଡେଟ କରନ୍ତି । କିଛି ଏମିତି ଖବର ମିଳିଛି କି ଗତ ଏକ ବର୍ଷରୁ ସେ ଦୁହେଁ ଦୁହିଁଙ୍କୁ ଡେଟ କରୁଛନ୍ତି, କିନ୍ତୁ ଯେମିତି ତାଙ୍କୁ କେହି ପଚାରନ୍ତି ସେମାନେ ଦୁହେଁ ଦୁହିଙ୍କୁ ଭଲ ବନ୍ଧୁ ବୋଲି କହିଥାନ୍ତି ।

ବାହୁବଳୀ ଫିଲ୍ମୀ ରେ ଅନୁସ୍କା ପ୍ରଭାସଙ୍କର ମା’ ଓ ପତ୍ନୀ ଦୁଇ ଜଣଙ୍କର ଅଭିନୟ କରିଥିଲେ । ଏହି ଫିଲ୍ମୀ ରେ ଦୁଇ ଜଣଙ୍କର କେମେଷ୍ଟ୍ରି ଖୋଲା ଖୋଲି ଦେଖିବାକୁ ମିଳିଥିଲା । ଖବର ଏହା ମଧ୍ୟ ଥିଲା କି ଫିଲ୍ମୀ ସାହୋ ର ସୁଟିଙ୍ଗ ସମୟରେ ପ୍ରଭାସଙ୍କ ପାଇଁ ଅନୁସ୍କାଙ୍କର ବହୁତ ଥର ଫୋନ ଆସିଛି । ପ୍ରଭାସ ଯେବେ ବି ଷ୍ଟଣ୍ଟ କରନ୍ତି ତ ଧ୍ୟାନ ଦେଇ କରିବାକୁ ଓ ନିଜର ଯତ୍ନ ନେବାକୁ ଅନୁସ୍କା କହିଥାନ୍ତି । ଏହା ପରେ ଜଣା ପଡୁଛି କି ଦୁଇ ଜଣ ବନ୍ଧୁ ଠାରୁ ବହୁତ ଅଧିକ ଅଟନ୍ତି ।

ଅନୁଷ୍କାଙ୍କୁ ଡେଟ କରୁଛନ୍ତି ପ୍ରଭାସ

 

ଏବେ କିଛି ଦିନ ତଳେ ରାଜମୌଲି ନିଜ ଝିଅର ବିବାହ କରିଥିଲେ ଯେଉଁଥିରେ ବାହୁବଳୀ ଫିଲ୍ମ ର ସବୁ ତାରକା ମାନେ ନଜର ଆସିଥିଲେ । ଏହି ବିବାହରେ ମଧ୍ୟ ଲୋକଙ୍କର ଧ୍ୟାନ ଅନୁସ୍କା ଓ ପ୍ରଭାସଙ୍କର ବଣ୍ଡିଙ୍ଗ ଉପରେ ଥିଲା । ପ୍ରଭାସ କଫି ୱିଥ କରନ ରେ ମଧ୍ୟ ଆସିଥିଲେ । ପ୍ରଭାସ ବହୁତ ଲାଜକୁଳା ସ୍ଵଭାବର ବୋଲି ଜଣା ଯାଇଥାଏ। କିନ୍ତୁ କରନଙ୍କ ସୋ ରେ ପ୍ରଭାସ ଯମେଇ କି ମସ୍ତି କରିଥିଲେ । କରନ ବି ଜାଣିବାକୁ ଚାହିଁଥିଲେ କି ପ୍ରଭାସ ଓ ଅନୁଷ୍କାଙ୍କ ସମ୍ପର୍କ କଣ । ଏହା ଉପରେ ପ୍ରଭାସ କହିଥିଲେ କି ସେ ଦୁଇ ଜଣ ଭଲ ବନ୍ଧୁ ଅଟନ୍ତି ଓ ପରେ ଏହା ମଧ୍ୟ ମାନିଥିଲେ କି ସେ କଫି ସେଟ ରେ ମିଛ କହୁଥିଲେ ।

ଆପଣମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗିଲେ ସେୟାର କରିବେ ଓ ଏମିତି ଆହୁରି ଅନେକ ପୋଷ୍ଟ ପାଇଁ ଆମ ପେଜକୁ ଲାଇକ କରନ୍ତୁ ।