୧୩ ବର୍ଷ ବୟସରେ ପ୍ରିୟଙ୍କା ଗାନ୍ଧୀ କରିଥିଲେ ରବର୍ଟଙ୍କୁ ପ୍ରପୋଜ, ତେବେ ଭଦ୍ରା ଦେଇଥିଲ ଏମିତି ଉତ୍ତର

ଲୋକସଭା ଇଲେକ୍ସନ ପୂର୍ବରୁ ହିଁ କଂଗ୍ରେସ ଏକ ବଡ ବାଜି ଖେଳିଛନ୍ତି । କଂଗ୍ରେସ ବର୍ତ୍ତମାନ ପ୍ରିୟଙ୍କା ଗାନ୍ଧୀଙ୍କୁ ଇଲେକ୍ସନରେ ଓଲାହିଛନ୍ତି । ବୁଧୁବାର ଦିନ ପ୍ରିୟଙ୍କାଙ୍କୁ ୟୁପି କଂଗ୍ରେସର ମହାସଚିବ କରାଯାଇଛି । ଏମିତିରେ ଲୋକମାନେ ତାଙ୍କର ସବୁ କଥା ବିଷୟରେ ଜାଣିବା ପାଇଁ ଚେଷ୍ଟା କରୁଛନ୍ତି । ସେଥିପାଇଁ ଆଜି ଆମେ ଆପଣଙ୍କୁ ପ୍ରିୟଙ୍କାର ପର୍ସନଲ ଲାଇଫ ସହିତ ଜଡିତ କିଛି ବିଷୟରେ କହିବାକୁ ଯାଉଛୁ ।

କହିବାକୁ ଗଲେ ୟୁପି କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ପ୍ରାୟତଃ ନିଜର ପର୍ସନଲ ଲାଇଫକୁ ନେଇ ଚର୍ଚାରେ ରୁହନ୍ତି । ଏବଂ ତାଙ୍କ ସ୍ଵାମୀ ରବର୍ଟ ଭଦ୍ରା ସବୁବେଳେ ବିବାଦରେ ଘେରି ରୁହନ୍ତି । ଆଜି ଆମେ ଆପଣଙ୍କୁ ପ୍ରିୟଙ୍କା ଗାନ୍ଧୀଙ୍କର ପ୍ରେମ ଜୀବନ ବିଷୟରେ କିଛି କହିବାକୁ ଯାଉଛୁ ।

୧୩ ବର୍ଷ ବୟସରେ ରବର୍ଟ ଭଦ୍ରାଙ୍କ ସହିତ ହୋଇଥିଲା ପ୍ରିୟଙ୍କାର ଦେଖା

ଯେତେବେଳେ ପ୍ରିୟଙ୍କାଙ୍କୁ ୧୩ ବର୍ଷ ହୋଇଥିଲା, ସେତେବେଳେ ତାଙ୍କର ଦେଖା ହୋଇଥିଲା ରବର୍ଟଙ୍କ ସହିତ । ପ୍ରଥମ ଦେଖାରେ ହିଁ ରବର୍ଟଙ୍କୁ ନିଜର ହୃଦୟ ଦେଇ ଦେଇଥିଲେ । ଏବଂ ତାଙ୍କ ସହିତ ବନ୍ଧୁତା କରିବା ପାଇଁ ହାତ ବଢାଇ ଥିଲେ । କିନ୍ତୁ ରବର୍ଟ ସେହି ସମୟରେ ତାଙ୍କ ସହିତ ଏତେ ମିଶି ନଥିଲେ । କିନ୍ତୁ ପ୍ରିୟଙ୍କା ରବର୍ଟଙ୍କ ସହିତ କଥାବାର୍ତ୍ତା କରିବା ପାଇଁ ସୁଯୋଗ ଖୋଜୁଥିଲେ ।

ଧୀରେ ଧୀରେ ଦେଖା ପ୍ରେମରେ ବଦଳିଗଲା

କିନ୍ତୁ ପ୍ରିୟଙ୍କା ଗାନ୍ଧୀ ରବର୍ଟଙ୍କ ସହିତ ଦେଖା କରୁଥିଲେ ଏବଂ ଶେଷରେ ରବର୍ଟ ବି ତାଙ୍କୁ ଭଲ ପାଇଲେ । କହି ଦେଉଛୁ ଯେ ରବର୍ଟ ସେତେବେଳେ କୌଣସି ଝିଅକୁ ଦେଖୁ ନଥିଲେ ସେଥିପାଇଁ ସେ ପ୍ରିୟଙ୍କାଙ୍କ ଠାରୁ ବି ଦୂରରେ ରହୁଥିଲେ । ଏହା ପରେ ଦୁଇଜଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଲା । ପ୍ରିୟଙ୍କାଙ୍କୁ ରବର୍ଟଙ୍କର ବ୍ୟବହାର ବହୁତ ପସନ୍ଦ ଆସୁଥିଲା ।

ପ୍ରେମରେ ଦୁଇଜଣଙ୍କୁ ସହିବାକୁ ପଡିଲା ଲମ୍ବା ଦୂରତା

ଯେତେବେଳେ ଇନ୍ଧିରା ଗାନ୍ଧୀଙ୍କର ହତ୍ୟା ହେଲା ଏବଂ ପୁଣି ରାଜୀବ ଗାନ୍ଧୀଙ୍କର ହତ୍ୟା ହେଲା ସେତେବେଳେ ରବର୍ଟ ଭଦ୍ରା ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ମଧ୍ୟରେ ଦୂରତା ଆସିଗଲା । ସେହି ସମୟରେ ପ୍ରିୟଙ୍କାଙ୍କର ସୁରକ୍ଷା କାରଣରୁ ସେ ଘରେ ହିଁ ପଢୁଥିଲେ । ଯେଉଁ କାରଣରୁ ସେ ରବର୍ଟଙ୍କ ସହିତ ଦେଖା କରି ପାରୁ ନଥିଲେ । ଏମିତିରେ ଦିନେ ରବର୍ଟ ଏକ ସାଧାରଣ ବନ୍ଧୁ ହୋଇ ପ୍ରିୟଙ୍କାଙ୍କର ଘରକୁ ଯାଇ ତାଙ୍କୁ ଦେଖା କରିଥିଲେ । କହିଦେଉଛୁ ଯେ ରବର୍ଟ ଏବଂ ପ୍ରିୟଙ୍କାଙ୍କର ବାହାଘର ୧୯୯୭ରେ ହୋଇଥିଲା, ସେତେବେଳେ ପ୍ରିୟଙ୍କା ୨୦ ଏବଂ ରବର୍ଟ ୨୨ ବର୍ଷର ଥିଲେ ।