ଅନିଲ କପୁରଙ୍କ ବଡ ଖୁଲାସା, କହିଲେ- ସଲମାନ ଓ ଅମିର ହେଉଛନ୍ତି ଢୋଙ୍ଗୀ, ଏମିତି ଅନ୍ୟ ଅଭିନେତାମାନଙ୍କୁ ବନେଇଥାନ୍ତି ବୋକା

ଅନିଲ କପୁର ହେଉଛନ୍ତି ବଲିଉଡର ଜଣେ ଲୋକପ୍ରିୟ ଅଭିନେତା । ସେ ତାଙ୍କ ଶରୀରକୁ ଏତେ ଫିଟ୍ ରଖନ୍ତି କି ତାଙ୍କୁ ଦେଖି ତାଙ୍କ ବୟସର ଅନୁମାନ କରି ହେବ ନାହିଁ । କିଛିଦିନ ପୂର୍ବରୁ ଅନିଲ କପୁରଙ୍କର ଏକ ଫିଲ୍ମ (ପାଗଲପନ୍ତି) ରିଲିଜ ହୋଇଥିଲା । ଏହି ଫିଲ୍ମରେ ସେ ପରଦାରେ ବହୁତ ଭଲ କମେଡି କରିଥିଲେ । ଅନିଲ କପୁର ଗୋଆରେ ଚାଲୁଥିବା “50 ରେ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଅଫ ଇଣ୍ଡିଆ” ରେ ନିର୍ଦ୍ଦେଶକ ଅନିସ ବଜ୍ମିଙ୍କ ସହିତ ଏକ ପ୍ୟାନେଲ ଡ଼ିସ୍କସନ ରେ ଭାଗ ନେଇଥିଲେ । ଏହି ସମୟରେ ସେ ସଲମାନ ଖାନ୍ ଓ ଆମିର ଖାନଙ୍କ ବିଷୟରେ ଏକ ବଡ ଖୁଲାସା କରିଛନ୍ତି ।

ସେ କହିଛନ୍ତି କି ଏହି ୨ ଜଣ ସୁପରଷ୍ଟାର ଲୋକଙ୍କ ସାମ୍ନାରେ ମିଛ ଦେଖାଣିଆ କରି ଇଣ୍ଡଷ୍ଟ୍ରିର ଅଭିନେତାମାନଙ୍କୁ ବୋକା ବନାଉଛନ୍ତି । ସେହି ସମୟରେ ଅନିଲ କପୁରଙ୍କୁ ପଚରା ଗଲା କି ଇଣ୍ଡଷ୍ଟ୍ରିର ଅଭିନେତାମାନେ ପ୍ରଥମେ ପ୍ରଥମେ ବହୁତ କଷ୍ଟ କରନ୍ତି, ଫଳରେ ସେମାନଙ୍କୁ ସବୁ କିଛି ମିଳିଯାଏ ହେଲେ ତା’ ପରେ ସେମାନେ ଅଳସୁଆ ହେଇଯାନ୍ତି । ସଫଳ ହେବା ପରେ ନିଜ କାମକୁ ଠିକ ଭାବରେ କରନ୍ତି ନାହି, ଏମିତି କାହିଁକି ?

ଏହାର ଜବାବରେ ଅନିଲ କହିଲେ କି “ମୁଁ ଆପଣଙ୍କ କଥାରେ ଏକମତ ଅଛି । ବହୁତ ଅଭିନେତା ଏମିତି ଅଛନ୍ତି ଯେଉଁମାନେ ନିଜ କ୍ୟାରିୟର ର ଆରମ୍ଭରେ ବହୁତ ଭଲ କାମ କରିଥାନ୍ତି, କିନ୍ତୁ ପରେ ଏମାନେ ଅଳସୁଆ ହୋଇ ଯାଆନ୍ତି ଓ ନିଜ କାମକୁ ଗମ୍ଭୀରତାର ସହ ନେଇ ନଥାନ୍ତି ।

ଅମିର ଖାନ ନିଜକୁ ବହୁତ ଲେଜୀ କୁହନ୍ତି । କିନ୍ତୁ ଅସଲରେ ଏମତି ସେ ନୁହଁନ୍ତି । ଏହା ହେଉଛି ଆମିରଙ୍କର ଏକ ଚାଲ ଓ ଲୋକ ଦେଖାଣିଆ । ଆମିର ବାରମ୍ବାର ନିଜକୁ ନେଇ ଲୋକଙ୍କ ସାମ୍ନାରେ ମିଛ ଦେଖାଣିଆ କରନ୍ତି । ସେ ଜାଣିଶୁଣି ଅନ୍ୟ ଅଭିନେତାଙ୍କ ସାମ୍ନାରେ ଏହି ସବୁ କଥା କହିଥାନ୍ତି । ଏହି କଥା ଜାଣି ଅନ୍ୟ ଅଭିନେତାମାନେ ଭାବନ୍ତି କି ଆମିର ଏତେ ଲେଜୀ ହେଇ ମଧ୍ୟ ଏତେ ଭଲ କାମ କରୁଛନ୍ତି ।”

ଅନିଲ କପୁର ଏହା ପରେ ସଲମାନଙ୍କ ସହ ଜଡିତ ଏକ ଘଟଣା କହିଥିଲେ । ସେ କହିଲେ କି “ମୁଁ ଯେବେବି ସଲମାନଙ୍କ ସହ ଫ୍ଲାଇଟ୍ ରେ ଯାଏ ସେ ସବୁବେଳେ ଭଲ ଓ ସ୍ଵାଦିଷ୍ଟ ଖାଦ୍ଯ ମଗେଇଥାନ୍ତି । କିନ୍ତୁ ସତ କଥାଟି ହେଉଛି ସଲମାନ ସବୁବେଳେ ଏମିତି ସ୍ଵାଦିଷ୍ଟ ଖାଦ୍ୟ ଖାଆନ୍ତି ନାହିଁ । କିନ୍ତୁ ଅନ୍ୟ ଅଭିନେତାମାନେ ଭାବନ୍ତି କି ସଲମାନ ଏତେ ସ୍ଵାଦିଷ୍ଟ ଖାଦ୍ୟ ସବୁବେଳେ ଖାଇ ମଧ୍ୟ କେମିତି ଏତେ ଫିଟ୍ ରହିଛନ୍ତି ।”

ସଲମାନ ଖାନ୍ ଓ ଅମିର ଖାନ୍ ବହୁତ ସ୍ମାର୍ଟ ଉପାୟରେ ଅନ୍ୟ ଅଭିନେତାମାନଙ୍କ ସାମ୍ନାରେ ମିଛ ଲୋକ ଦେଖାଣିଆ କରିଥାନ୍ତି ଯେମିତି କି ଅନ୍ୟ ଅଭିନେତାମାନେ ତାଙ୍କ ସହିତ କମ୍ପିଟିସନ ରେ ଯେପରି ଆଗକୁ ନ ଯାଆନ୍ତି ।