Shahid Kapoor ଙ୍କ 5 ଗର୍ଲଫ୍ରେନ୍ଡ ଦେଖିବାକୁ ବହୁତ ସୁନ୍ଦର, କେହି ନୁହନ୍ତି କାହାଠୁ କମ

ଅଭିନେତା ପଙ୍କଜ କପୁର ଓ ଅଭିନେତ୍ରୀ ନୀଳିମା ଆଜମିଙ୍କ ପୁଅ ସାହିଦ କପୁରଙ୍କ ଜନ୍ମ ୨୫ ଫେବ୍ରୁୟାରୀ ୧୯୮୧ରେ ନୂଆ ଦିଲ୍ଲୀରେ ହୋଇଥିଲା । ଯେତେବେଳେ ସେ ୩ ବର୍ଷର ଥିଲେ ସେତେବେଳେ ତାଙ୍କର ମାତା ପିତା ଅଲଗା ହୋଇ ଯାଇଥିଲେ ଓ ସେ ନିଜର ମାଙ୍କ ସହ ରହୁଥିଲେ । ଏହା ପରେ ସେ ଯେତେବେଳେ ୧୦ ବର୍ଷ ହୋଇଗଲେ ସେତେବେଳେ ସେ ମୁମ୍ବାଇ ଚାଲି ଆସିଲେ । ଏହା ପରେ ସେ ପ୍ରଥମେ ଫିଲ୍ମରେ ବ୍ୟାକରାଉଣ୍ଡ ଡାନ୍ସର ରୂପରେ କାମ କରୁଥିଲେ ।

ସେ କେତେକ ବିଜ୍ଞାପନ ଓ ଆଲବମରେ ବି ନଜର ଆସିଲେ । ଏହା ପରେ ୨୦୦୩ରେ ‘ଇଶ୍କ ବିଶ୍କ’ରୁ ସେ ବଲୀଉଡକୁ ଡେବ୍ୟୁ କରିଲେ । ସେ ବଲୀଉଡରେ ଅନ୍ୟ କେତେକ ଫିଲ୍ମରେ ବି ନଜର ଆସିଛନ୍ତି । ବର୍ତ୍ତମାନ ସମୟରେ ସେ ବଲୀଉଡର ଜଣେ ଜଣା ଶୁଣା ଅଭିନେତା ଅଟନ୍ତି ।

କିନ୍ତୁ ସାହିଦ କପୁର ଫିଲ୍ମ ଛଡା ନିଜର ଅଫେୟାରକୁ ନେଇ ବି ବହୁତ ଅଧିକ ଚର୍ଚାରେ ରହୁଥିଲେ । ଏମିତିରେ ଆଜି ଆମେ ଆପଣଙ୍କୁ ସେହି ଅଭିନେତ୍ରୀମାନଙ୍କ ବିଷୟରେ କହିବୁ ଯେଉଁମାନଙ୍କ ସହ ସାହିଦଙ୍କର ଅଫେୟାର ଚାଲିଥିଲା ।

ଅମୃତା ରାୱ

ଅମୃତା ରାୱ ବି ଫିଲ୍ମ ‘ଇଶ୍କ ବିଶ୍କ’ରୁ ଡେବ୍ୟୁ କରିଥିଲେ । ଏହି ସମୟରେ ଦୁଇ ଜଣ ପରସ୍ପରକୁ ଭଲ ପାଇ ବସିଲେ । କିଛି ବର୍ଷ ପର୍ଯ୍ୟନ୍ତ ଏମାନଙ୍କର ଅଫେୟାର ଖବର ବି ଶୁଣିବାକୁ ମିଳିଥିଲା । କିନ୍ତୁ ଶେଷରେ ଏମାନେ ଅଲଗା ହୋଇଗଲେ ।

କରିନା କପୁର

୨୦୦୪ରେ ସାହିଦ କପୁରଙ୍କ ଜୀବନରେ କରିନା କପୁର ଏଣ୍ଟ୍ରି କରିଲେ । ଦୁଇ ଜଣ ୨୦୦୪ରେ ଫିଲ୍ମ ‘ଫିଦା’ରେ ପ୍ରଥମ ଥର କାମ କରିଲେ ଓ ଏହା ମଧ୍ୟରେ ଦୁଇ ଜଣଙ୍କର ଅଫେୟାର ଖବର ମିଡିଆରେ ଶୁଣିବାକୁ ମିଳିଥିଲା । ଦୁଇ ଜଣ ନିଜର ସମ୍ପର୍କକୁ ନେଇ ବହୁତ ସିରିୟସ ବି ଥିଲେ । ଏମାନଙ୍କର ପ୍ରେମ ବିଷୟରେ ସମସ୍ତେ ଜାଣିଛନ୍ତି । ଦୁଇ ଜଣ ସମସ୍ତଙ୍କ ସାମ୍ନାରେ ନିଜର ପ୍ରେମ ବିଷୟରେ ସ୍ଵୀକାର କରିଥିଲେ ଓ ଶେଷରେ ସମସ୍ତଙ୍କ ସାମ୍ନାରେ ହିଁ ଏହି ସମ୍ପର୍କକୁ ଭାଙ୍ଗି ଦେଲେ ।

ବିଦ୍ୟା ବାଲନ

ସାହିଦ ଓ ବିଦ୍ୟା ବାଳନ ଗୋଟିଏ ଫିଲ୍ମ ଶୁଟିଙ୍ଗ ସମୟରେ ଦେଖା ହୋଇଥିଲେ । କରିନାଙ୍କ ସହ ବ୍ରେକଅପ ହେବା ପରେ ସାହିଦ ସିଂଗଲ ଥିଲେ ଏମିତିରେ ତାଙ୍କୁ ବିଦ୍ୟା ବାଲନଙ୍କ ସାଥ ମିଳିଲା । ଏହି ଯୋଡିକୁ ପ୍ରାୟତଃ ମିଡିଆ ବହୁତ ଜାଗାରେ ସପ୍ଟ ବି କରଛି । କିନ୍ତୁ କିଛି ଦିନ ପରେ ଦୁଇ ଜଣଙ୍କ ରାସ୍ତା ଅଲଗା ହୋଇଗଲା ।

ପ୍ରିୟଙ୍କା ଚୋପଡା

ଫିଲ୍ମ ‘କମିନା’ରେ ଦୁଇ ଜଣ ପ୍ରଥମ ଥର ନଜର ଆସିଥିଲେ ଓ ଏହା ପର ଠାରୁ ହିଁ ଦୁଇ ଜଣ ପରସ୍ପରକୁ ଡେଟ କରିବାକୁ ଲାଗିଲେ । ଦୁଇ ଜଣ ବହୁତ ସମୟ ପର୍ଯ୍ୟନ୍ତ ରିଲେସନଶିପରେ ରହିଲେ । କିନ୍ତୁ ଅଚାନକ ଦୁଇ ଜଣଙ୍କର ବ୍ରେକଅପ ହୋଇଗଲା ।

ମୀରା ରାଜପୁତ

ବଲୀଉଡର ସବୁଠୁ କ୍ୟୁଟ କପଳ ମଧ୍ୟରେ ସାମିଲ ଥିବା ସାହିଦ ଓ ମୀରାଙ୍କର ପ୍ରେମ କାହାଣୀ ବହୁତ ରୋମାଞ୍ଚକପୂର୍ଣ ଅଟେ । ମୀରା ଯେତେବେଳେ ସାହିଦଙ୍କ ସହ ସାକ୍ଷାତ କରିଥିଲେ ସେତେବେଳେ ମୀରା ମାତ୍ର ୨୧ ବର୍ଷର ଥିଲେ । ପ୍ରଥମେ ଦୁଇ ଜଣଙ୍କର ସାକ୍ଷାତ ଗୋଟିଏ ସତସଙ୍ଗରେ ହୋଇଥିଲା । ଏହା ପରେ ଧୀରେ ଧୀରେ ସେମାନେ ପରସ୍ପରକୁ ପସନ୍ଦ କରିବାକୁ ଲାଗିଲେ । ଏହା ପରେ ସେମାନେ ଦୁଇ ଜଣ ୨୦୧୫ରେ ବିବାହ କରିନେଲେ ଓ ବର୍ତ୍ତମାନ ଦୁଇ ଜଣ ଦୁଇ ସନ୍ତାନର ମାତା ପିତା ଅଟନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।