‘କାଚା ବାଦାମ’ ଗାଇ ପୁଣି ଭାଇରାଲ ହେଉଛନ୍ତି ଭାଇରାଲ ବୟ Santanu, ଗୀତ ସାଙ୍ଗକୁ ଆକ୍ସନ ଦେଖିଲେ ହସି ହସି ବେଦମ ହେଇଯିବେ…

“କାଚା ବାଦାମ” ଗୀତଟି ମାର୍କେଟକୁ ଆସିବା ପରେ ଏକ ପ୍ରକାର ହଇଚଇ ସୃଷ୍ଟି କରିଦେଇଛି । ଯେଉଁଠି ଦେଖିବ ସେଇଠି ଏହି ଗାତଟି ବାଜୁଥିବାର ବା କେହି ଗାଉଥିବାର ଦେଖିବାକୁ ମିଳିଛି । ଗୀତଟି ଅନେକ ଦିନ ଧରି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଗୀତର ରିଲ ରେ ବଡ ବଡ କଳାକାର ମାନେ ମଧ୍ୟ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି । କାଚା ବାଦାମ ଚ୍ୟାଲେଞ୍ଜ ମଧ୍ୟ ବେଶ ଟ୍ରେଣ୍ଡ କରିବାରେ ଲାଗିଛି ।

ଏବେବି ଲୋକେ ଗୀତଟିକୁ ଗୁଣୁ ଗୁଣାଉଛନ୍ତି । ଗୀତର ଚାହିଡା ଦେଖି ପ୍ରଥମେ ବଙ୍ଗାଳୀ ଓ ହିନ୍ଦୀ ପରେ ଅନେକ ଭାଷାରେ ଗୀତଟିକୁ ରେକେଡିଙ୍ଗ କରାଯାଉଛି । ଆଉ ଏବେ ଏହି ଗୀତକୁ ଓଡିଆ ଭାଷାରେ ମଧ୍ୟ ରିଲିଜ କରାଯାଇଛି । ଆଉ ଏହି ଗୀତକୁ ଗାଇଛନ୍ତି ଶାନ୍ତନୁ କୁମାର ମହାନ୍ତି। ଯିଏ କି ଏବେ ଓଡିଶାର କୁନି କଣ୍ଠଶିଳ୍ପୀ ଭାଇରାଲ ବୟ ଶାନ୍ତନୁ ଭାବେ ବେଶ ପରିଚିତ ।

ସିଦ୍ଧାର୍ଥ ଟିଭିରେ ପ୍ରସାରିତ ଗୀତ ରିୟାଲିଟି ଶୋ “ଓଡିଶାର ନୂଆ ସ୍ଵର” ରେ ସେ ଆସିବା ପରେ ତାଙ୍କ ଲୋକପ୍ରିୟତା ବେଶ ବଢିବାରେ ଲାଗିଛି । ଗୀତ ସାଙ୍ଗକୁ ଷ୍ଟେଜ ଉପରେ ତାଙ୍କର କ୍ୟୁଟ ହରକତ ଦର୍ଶକଙ୍କ ମନକୁ ବେଶ ଛୁଇଁ ପାରୁଛି । ଶାନ୍ତନୁ କଥା ମଧ୍ୟ ବେଶ ମନ ଛୁଆଁ । ସେଥିପାଇଁ ଶୋରେ ମଞ୍ଚ ଉପରେ ତାଙ୍କର କମାଲ କିଛି ଅଲଗା ।

ଶାନ୍ତନୁଙ୍କ ଗୀତ ଓ ଭିଡିଓ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି । ଯାହାଫଳରେ ତାଙ୍କୁ ଅନେକ ଷ୍ଟୁଡିଓ ତରଫରୁ ଗୀତ ଗାଇବା ପାଇଁ ଅଫର୍ ମଧ୍ୟ ଆସିବାରେ ଲାଗିଛି । ତାଙ୍କର ଅନେକ ଗୀତ ଦର୍ଶକଙ୍କୁ ବେଶ ପସନ୍ଦ ହୋଇଥିବା ବେଳେ ନିକଟରେ ରୋହନ କ୍ରିଏସନ ତରଫରୁ ଶାନ୍ତନୁଙ୍କ କଣ୍ଠରେ “କାଚା ବାଦାମ” ଗୀତର ଓଡିଶା ଭର୍ଜନ ରେକର୍ଡ କରାଯାଇଛି । ଶାନ୍ତନୁଙ୍କ କଣ୍ଠରେ ଗୀତଟି ବେଶ ନିଆରା ଲାଗୁଛି ଓ ଶ୍ରୋତାମାନଙ୍କୁ ବେଶ ପସନ୍ଦ ମଧ୍ୟ ହେଉଛି ।

ଶାନ୍ତନୁଙ୍କୁ ଲୋକେ ଭଲ ଭଲ କମେଣ୍ଟ ଲେଖୁଥିବାର ମଧ୍ୟ ଦେଖିବାକୁ ମିଳିଛି । ଏହି ଗୀତଟି ଗାଇବା ବେଳେ ମଧ୍ୟ ଶାନ୍ତନୁ ବହୁତ ସାରା କ୍ୟୁଟ ମସ୍ତି କରିଛନ୍ତି । ଯାହା ଏହି ଭିଡିଓରେ ଦେଖିବାକୁ ମିଳିଛି । ତେବେ ଆପଣଙ୍କୁ ଶାନ୍ତନୁଙ୍କ “କାଚା ବାଦାମ” ଭର୍ଜନ କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।