“ଶିବ ତାଣ୍ଡବ ସ୍ତୋତ୍ରମ” ଗାଇଲେ Viral ବୟ Santanu, ଭାଇରାଲ ହେଉଛି video

ଭାଇରାଲ ବୟ ଶାନ୍ତନୁ ଜଣେ କୁନି କଣ୍ଠଶିଳ୍ପୀ ଭାବେ ଓଡିଶାର ଘରେ ଘରେ ବେଶ ପରିଚିତ ହୋଇଗଲେଣି । ସିଦ୍ଧାର୍ଥ ଟିଭିରେ ପ୍ରସାରିତ ରିୟାଲିଟି ଶୋ “ଓଡିଶାର ନୂଆ ସ୍ଵର ଜୁନିୟର” ରେ ଭାଗ ନେଇ ସେ ଦର୍ଶକଙ୍କ ମନରେ ଘର କରି ପାରିଛନ୍ତି । ଶାନ୍ତନୁ ତାଙ୍କ ଗୀତ ଗାଇବା କଳା ସାଙ୍ଗକୁ ନାଚି ନାଚି ଗୀତ ପରିବେଷଣ କରିବା ପାଇଁ ମଧ୍ୟ ଖୁବ ଲୋକପ୍ରିୟ । ଏହାସହ ଶାନ୍ତନୁଙ୍କ ମିଠା ମିଠା ମଜାଳିଆ କଥା ଶୁଣିବାକୁ ମଧ୍ୟ ସମସ୍ତେ ଖୁବ ଭଲ ପାଉଛନ୍ତି ।

ଆଉ ସେଥିପାଇଁ ଅନେଇ ଟିଭି ଚ୍ଯାନେଲ ତରଫରୁ ଶାନ୍ତନୁଙ୍କୁ ସାକ୍ଷାତକାର ନେବା ପାଇଁ ମଧ୍ୟ ଡକାଯାଉଛି । ନିକଟରେ ଏକ ଟିଭି ଚ୍ଯାନେଲର ସାକ୍ଷାତକାରରେ ଶାନ୍ତନୁଙ୍କ କଣ୍ଠରୁ ଶିବ ତାଣ୍ଡବ ସ୍ତୋତ୍ରମ ଶୁଣିବାକୁ ମିଳିଛି ଯାହା ତାଙ୍କ ଫ୍ୟାନ୍ସଙ୍କୁ ଖୁବ ପସନ୍ଦ ଆସୁଛି । କୁନି କଣ୍ଠରୁ ଶିବ ତାଣ୍ଡବ ସ୍ତୋତ୍ରମ ସୂନୀ ଲୋକେ ଭାବବିହ୍ଵଳ ହୋଇ ପଡ଼ୁଛନ୍ତି । ଶାନ୍ତନୁ ଭାଇରାଲ ବୟ ନାମରେ ଓଡିଶାରେ ବେଶ ପରିଚିତ । ତାଙ୍କ ଗୀତ ଏବଂ ଭିଡିଓ ଓଡିଶାରେ ଘରେ ଘରେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ।

ଇନଷ୍ଟାଗ୍ରାମ ଓ ଫେସବୁକର ଷ୍ଟୋରି ଓ ଟାଇମଲାଇନ ଠୁ ଆରମ୍ଭ କରି ହ୍ଵାଟ୍ସଆପ୍ ଷ୍ଟାଟସ ପର୍ଯ୍ୟନ୍ତ ସବୁଆଡେ ଶାନ୍ତନୁଙ୍କ ଗୀତ ଓ ଭିଡିଓ ଦେଖିବାକୁ ମିଳୁଛି । ତେବେ ଏହି ସାକ୍ଷାତକାରରେ ଶାନ୍ତନୁ ଶିବ ତାଣ୍ଡବ ଗାଇବା ସହ ଗୋଟିଏ ହିନ୍ଦୀ ବଲିଉଡ ଗୀତ ଏବଂ ଓଡିଆ ଗୀତ ମଧ୍ୟ ଗାଇଥିଲେ । ଶାନ୍ତନୁ ଗୀତ ଗାଇବା ସହ ଷ୍ଟେଜ ଉପରେ ଯେଉଁ କ୍ୟୁଟ ମସ୍ତି କରିଥାନ୍ତି ତାହା ଦର୍ଶକ ମାନଙ୍କୁ ଖୁବ ପସନ୍ଦ ହୋଇଥାଏ ।

ଏବେ ଶାନ୍ତନୁଙ୍କ ଫ୍ରେଣ୍ଡସ୍ ଓ ଫଲୋର୍ସଙ୍କ ସଂଖ୍ୟା ଦ୍ରୁତଗତିରେ ବଢିବାରେ ଲାଗିଛି । ମାତ୍ର ୮ ବର୍ଷର କୁନି କଳାକାର ଆଜି ଦର୍ଶକଙ୍କ ହୃଦୟରେ ରାଜ୍ କରୁଛନ୍ତି । ସୋସିଆଲ ମିଡିଆରେ ତାଙ୍କ ଗୀତ ଗୁଡିକ ନିଆଁ ଭଳି ଭାଇରାଲ ହେବାରେ ଲାଗିଛି । ଶାନ୍ତନୁ ବଡ ହେଲେ ଜଣେ ଅଭିନେତା ସାଙ୍ଗକୁ ଗାୟକ ହେବାର ମଧ୍ୟ ଲକ୍ଷ୍ୟ ରଖିଛନ୍ତି ।

ତାଙ୍କ ଗୀତ ଲୋକେ ଖୁବ ପସନ୍ଦ କରୁଥିବାରୁ ଅନେକ ଗୀତ ମଧ୍ୟ ରେକଡିଂ କରିବାର ସୁଯୋଗ ତାଙ୍କୁ ମିଳୁଛି । ସବୁଆଡୁ ଶାନ୍ତନୁଙ୍କ ପାଇଁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି । ଆପଣଙ୍କୁ ଶାନ୍ତନୁଙ୍କ କଣ୍ଠରେ ଶିବ ତାଣ୍ଡବ ସ୍ତୋତ୍ରମ କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।